Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ କାଶୀପୁର ଝାଡା ବାନ୍ତି ଅଞ୍ଚଳ ପରିଦର୍ଶନ,ଆଡେଇ ଗଲେ ସାମ୍ବାଦିକଙ୍କ ପ୍ରଶ୍ନ ରୁ

115 0

କାଶୀପୁର:(ଅଞ୍ଜନ କୁମାର ନାଏକ)ଚଳିତ ମାସ ରେ କାଶୀପୁର ବିଭିନ୍ନ ସ୍ଥାନରେ ଝାଡ଼ାବାନ୍ତି ଆରମ୍ବ ହେଇଥିବାବେଳ ଶତାଧିକ ଲୋକ ଆକ୍ରାନ୍ତ ହେଇ କାଶୀପୁର ,ଟିକିରି ଓ ଓଷପଡା ସ୍ୱାସ୍ଥ୍ୟ କେନ୍ଦ୍ର ଚିକିଶ୍ଚିତ ହେଉଛନ୍ତି । ଘଟଣା ରେ ବର୍ତ୍ତମାନ ସୁଧା କେବଳ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଆଜି ପୁଣି ଜଣଙ୍କୁ ମିସାଇ ପ୍ରାୟ ୯ ଜଣ ନିରୀହଙ୍କର ଜୀବନ ଚାଲି ଗଲାଣି।

ପ୍ରତିବର୍ଷ ବର୍ଷା ପ୍ରାରମ୍ଭ ସମୟରେ ଝାଡ଼ାବାନ୍ତି ରେ ଅନେକ ଜୀବନ ଚାଲିଯାଉଛି । ଆଗକୁ ଏଭଳି ସଙ୍ଗୀନ ସ୍ଥିତି ଥିବାବେଳେ ଆଶ୍ଚର୍ଯ୍ୟ ଦୀର୍ଘ ୮ ମାସ ଧରି ଟିକିରି ସ୍ୱାସ୍ତ୍ୟ କେନ୍ଦ୍ର ବିନା ଡାକ୍ତର ରେ ଚାଲିଥିଲା ସ୍ୱାସ୍ଥ୍ୟସେବା ଏହି ଭଳି କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର1ରେ ମଧ୍ୟ ଡାକ୍ତରଙ୍କ ଅଭାବ ପୂରଣ ହୋଇ ପାରୁନାହିଁ । କାଶୀପୁର ବ୍ଲକ ର ବିଭିନ୍ନ ଡାକ୍ତର ଖାନାରେ ଡାକ୍ତକର ଓ ସ୍ୱାସ୍ଥ୍ୟ କର୍ମୀ ଆଜିପର୍ଯ୍ୟନ୍ତ ଅଭାବ ଦେଖା ଦେଇଛି।ଦୁଇମାସ ଧରି ଡାକ୍ତର ନଥିବା ନେଇ ଗଣମାଧ୍ୟମ ରେ ଖବର ପ୍ରସାରଣ ପରେ ମଧ୍ୟ ପ୍ରଶାସନ ର ନିଦ ଭାଙ୍ଗି ନାହିଁ।

ବର୍ତ୍ତମାନ କାଶୀପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଚଳିତ ମାସ ୧୪ ତାରିଖ ରୁ ଝାଡ଼ାବାନ୍ତି ଆରମ୍ବ ହେଇଯାଇଛି । କିଛିଲାକଙ୍କ ମୃତ୍ୟୁ ପରେ ପ୍ରଶାସନ ମଧ୍ୟରେ ବର୍ତ୍ତମାନ ତତ୍ପରତା ଦେଖା ଦେଇଛି। ତଳଦିନ ରେ ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ କୌଣସି ଡାକ୍ତର ନ ଥିବାବେଳେ ବର୍ତ୍ତମାନ ଝାଡ଼ାବାନ୍ତି ପରେ ଗଣ୍ଡା ଗଣ୍ଡା ଡାକ୍ତର ସାଙ୍ଗକୁ CDMO, WHO ନିର୍ଦେଶକ, ତଥା ରାଜ୍ୟ ସ୍ତରୀୟ ସ୍ୱାସ୍ଥ୍ୟ ବିଭାଗ ବହୁ ପଦାଧିକାରୀ ଏଠାରେ ଦେଖିବାକୁ ମିଳିଛି ।

ସେହି କ୍ରମରେ ଆଜି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମାନ୍ୟବର ନବ କିଶୋର ଦାସ ଝାଡ଼ାବାନ୍ତି ପ୍ରଭାବିତ ଅଞ୍ଚଳକୁ ଅନୁଧ୍ୟାନ କରିବାକୁ ଟିକିରି ନୂଆପଡ଼ା ସ୍ଥିତ ଉତ୍କଳ ହେଲିପ୍ୟାଡରେ ରେ ଅଲ୍ହାଇ ପ୍ରଥମେ ଓଷପଡା ସ୍ଥିତ ଉତ୍କଳ ଆଲୁମିନା ମେଡ଼ିକାଲ ରେ ଥିବା ଅସ୍ଥାୟୀ ଝାଡ଼ାବାନ୍ତି ୱାର୍ଡ ପହଞ୍ଚି ରୋଗୀ ସମେତ ପ୍ରଶାସନ ଙ୍କ ସହ ଆଲୋଚନା କରିଥିଲେ ।
ପରବର୍ତ୍ତୀ ସମୟରେ ଦୁଡୁକା ବାହାଲ ,ଟିକିରି ଝୋଡ଼ିଆ ସାହି ଓ ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ପ୍ରଭାବିତ ଲୋକଙ୍କ ସହିତ ଆଲୋଚନା କରିଥିଲେ ।

ଆଜିର ଘଟଣାରେ ମନ୍ତ୍ରୀ ନିଜ ଦଳଗତ କାର୍ଯ୍ୟ କର୍ମରେ ଯାଇଥିଲେ ନା କାଶୀପୁର ଅଞ୍ଚଳରେ ବ୍ଯାପିଥିବା ହଇଜା ମହାମାରୀ ର ସ୍ଥିତି ସମୀକ୍ଷା କରିବା କୁ ଆସିଥିଲେ ବୋଲି ବୁଦ୍ଧିଜୀ ମାହୋଲରେ ଆଲୋଚନା ହେଉଛି ।କିନ୍ତୁ ତାଙ୍କର ଗସ୍ତ ସମୟରେ ଘଟଣା ଉପରେ ସ୍ୱସ୍ଥ୍ୟ ବିଭାଗର ପୂର୍ବ ପ୍ରସ୍ତୁତି କୁ ନେଇ ଗଣମାଧ୍ୟମ ର ପ୍ରଶ୍ନ କରିବାପରେ ସନ୍ତାଷଜନକ ଉତ୍ତର ନ ଦେଇ ମନ୍ତ୍ରୀ ତରବରିଆ ଭାବେ ଚାଲି ଯାଇଥିଲେ।

 

 

Related Post

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା:ବୟଫ୍ରେଣ୍ଡ୍‌‌ ଗିରଫ

Posted by - January 29, 2021 0
ଭୁବନେଶ୍ବର: ରମାଦେବୀ କଲେଜ ଛାତ୍ରୀ ଝରାଫୁଲଙ୍କ ପ୍ରେମିକ ରାକେଶକୁ ଖୋଜି ଖୋଜି ଯାଜପୁର ପୁଲିସ ଭୁବନେଶ୍ବରରେ ପହଞ୍ଚିଛି। ଭୁବନେଶ୍ବର ଏୟାରଫିଲ୍ଡ ଥାନା ସୁନ୍ଦରପଦାରେ ରାକେଶ ରହୁଥିବା ଜାଣିବା…

ହରିଶଙ୍କରରେ ମାଡି ଆସିଲା ୧୦ଫୁଟର ପାଣି, ଖସିଲା ମାଟି ଅତଡା,ଯୋଗାଯୋଗ ବିଚ୍ଛିନ୍ନ

Posted by - August 12, 2019 0
ଭୁବନେଶ୍ୱର : ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ଅଭାବ ରହିଥିବାବେଳେ ଆଉ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବଲାଙ୍ଗୀରର…

ସି ଡ଼ି ଏସ ବିପିନ ରାୱତଙ୍କ ଅକାଳ ବିୟୋଗରେ ଖପ୍ରାଖୋଲରେ ଶୋକ ସଭା

Posted by - December 13, 2021 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା)ଦେଶର ପ୍ରଥମ ସିଡିଏସ ବିପିନ ରାବତଙ୍କ ସହ ସ୍ତ୍ରୀ ଏବଂ ଅନ୍ୟ ଯବାନ ମାନଙ୍କ ଏକ ଚପର ଦୁର୍ଘଟଣାରେ ୧୩ ଜଣଙ୍କ ଅକାଳ ବିୟୋଗ…

ଜଟିଳ ହେବାରେ ଲାଗିଛି କୋଭିଡ ସ୍ଥିତି:ଦୈନିକ ସଂକ୍ରମଣରେ ରେକର୍ଡ

Posted by - January 9, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସମଗ୍ର ଦେଶ ତଥା ଓଡ଼ିଶାରେ ଅତି ତୀବ୍ର ଗତିରେ ବୃଦ୍ଧି ପାଇବାରେ ଲାଗିଛି Covid ଓ Omicron ସଂକ୍ରମଣ ।ଶନିବାର…

କଣ୍ଟେନମେଣ୍ଟ୍‌ ଜୋନ୍‌ ମୁକ୍ତ ହେଲା ଭୁବନେଶ୍ୱରର ୪ଟି ଅଞ୍ଚଳ,ବସ୍ତି ଉପରେ ରହିଛି କଡା ନଜର : ବିଏମସି କମିସନର

Posted by - July 11, 2020 55
ଭୁବନେଶ୍ବର :ଦେଶରେ କୋଭିଡ୍‍-୧୯ ଆରୋଗ୍ୟ ସଂଖ୍ୟା ୫ଲକ୍ଷ ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୯ ହଜାର ୮୭୩ ଜଣ ଆରୋଗ୍ୟ ଲାଭ କରିବା ସହ…