ଘରପଟ୍ଟା ପାଇବା ନିମନ୍ତେ ତହସିଲଦାରଙ୍କୁ ଆବେଦନ କଲେ ଭାଲୁପାଲି ହରିଜନ ପଡାବାସି

128 0

ସମ୍ବଲପୁର/ବରଗଡ/ ଅତାବିରାତା:(୨୩/୭)ବରଗଡ ଜିଲ୍ଲା ଅତାବିରା ହେଉଛେ ଏକ କୃଷି ପ୍ରଧାନ ସହର ।ପ୍ରାୟତଃ ଏଠାକାର ସମସ୍ତ ସ୍ଥାନରେ କେନାଲ ପାଣି ପହଞ୍ଚୁଥିବା ଏବଂ ଆନ୍ଧ୍ର ପ୍ରଦେଶରୁ ଚାଲିଆସି ଏଠାରେ ବସବାସ କରୁଥିବା ଆନ୍ଧ୍ରା ଚାଷିଭାଇ ଆଗୁଆ ଚାଷ କରୁଥିବା ଯୋଗୁଁ ଏଠାରେ ଧାନଚାଷ କୁ ପ୍ରାଧାନ୍ୟ ଦିଆଯିବା ସହ ଆଗୁଆ ଚାଷ କରାଯାଇଥାଏ ।ଚାଷିଭାଇଙ୍କ ସହ ବାଣିଜ୍ୟ ବ୍ୟବସାୟି,ସରକାରି କର୍ମଚାରି,ଦିନ ମଜୁରିଆ ଖଟିଖିଆ ବହୁ ଶ୍ରେଣିର ଲୋକେ ଏଠାରେ ବସବାସ କରନ୍ତି ।ବାହାର ରାଜ୍ୟ ଆନ୍ଦ୍ରପ୍ରଦେଶ,ବିହାର,ଉତ୍ତର ପ୍ରଦେଶ,ପଶ୍ଚିମବଙ୍ଗ,ଛତିସଗଡ ରୁ ଲୋକେ ଆସି ଏଠାରେ ବିଭିନ୍ନ ପ୍ରକାରର କାମଧନ୍ଦା କରି ନିଜର ଜିବନ ନିର୍ବାହ କରି ପେଟ ପୋଷନ୍ତି ।


୨୪ ଟି ପଞ୍ଚାୟତ ଏବଂ ୧୨ ଟି ୱାର୍ଡକୁ ନେଇ ଦୀର୍ଘ ୯ ବର୍ଷ ପୂର୍ବରୁ ଅତାବିରା ଏନ ଏ ସି ଗଠିତ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏଠାକାର ବହୁ ସ୍ଥାନକୁ ପହଞ୍ଚି ପାରିନାହିଁ ବିକାଶର ଧାରା ।ସରକାର ବାହାଦୁରଙ୍କ ବହୁ ଜନହୀତୈଶି ଯୋଜନା ଆଜି ବାଟବଣା ହୋଇଥିବା ଦେଖାଯାଏ ।ଜନସାଧାରଣଙ୍କୁ ତାଙ୍କ ମୌଲିକ ସୁବିଧା ମଧ୍ୟ ମିଲିବା ସାତ ସପନ ହୋଇଯାଇଛି । ଏହି ପରି ଏକ ଘଟଣା ଦେଖିବାକୁ ମିଲେ ଅତାବିରା ଏନ ଏସି ସ୍ଥିତ ଭାଲୁପାଲି ହରିଜନ ପଡା ଠାରେ ।

ଗରିବ ଖଟିଖିଆ ଦିନ ମଜୁରିଆ କରି ଜିବନ ନିର୍ବାହ କରୁଥିବା ଏହି ପଡାବାସି ଦୀର୍ଘ ୧୦୦ ବର୍ଷରୁ ଏଠାରେ ରହିଆସୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସରକାରି ବହୁ ସୁବିଧା ପାଇବାରୁ ବଞ୍ଛିତ । ପଡାଟି ଗୋଚର ଜମିରେ ଥିବା ଯୋଗୁଁ ଏବଂ ପଟ୍ଟା ନ ଥିବାରୁ ସରକାରି ଘର ଟିଏ ମଧ୍ୟ ପାଇପାରୁ ନାହାନ୍ତି ।ତେଣୁ ପଡାବାସି ସମସ୍ତେ ଏକତ୍ରିତ ହୋଇ ନିବେଦନ ପୂର୍ବକ ଏକ ଦାବୀପତ୍ର ନେଇ ଅତାବିରା ତହସିଲଦାର ମହୋଦୟଙ୍କୁ ଦେବାପାଇଁ ସ୍ଥିର କରିଛନ୍ତି ।ତେବେ ଦେଖାଯାଉ ପ୍ରସାଶନ କେବେ ଏମାନଙ୍କ ସମସ୍ୟାର ସମାଧାନ କରୁଛି ।

Related Post

ଶେଷରେ ସ୍ଥାନାନ୍ତର ହେଲା ନରହନ୍ତା ହାତୀ

Posted by - January 28, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଶେଷରେ ସ୍ଥାନାନ୍ତର ହେଲା ନରହନ୍ତା ହାତୀ।ଗତ ୧୦ଦିନ ଧରି ଯାଜପୁର ଜିଲାରେ ଆତଙ୍କ ସୃଷ୍ଟି କରି ୪ ଜଣଙ୍କୁ ହତ୍ୟା କରିଥିବା ଏହି ଦନ୍ତାହାତୀକୁ…

ଏଲ୍ ଆର୍ ଲ କଲେଜ ସମସ୍ୟା ଦୁର ହେବ କେବେ:- ଆଲୁମିନି ଆସୋସିଏସନ

Posted by - December 26, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆଜି ସମ୍ବଲପୁର ଏଲ୍ ଆର୍ ଲ କଲେଜ ର ସର୍ବାଙ୍ଗୀନ ବିକାଶ ସହ କଲେଜ ଯେଉଁ ପଙ୍ଗୁ ଅବସ୍ଥାରେ ଅଛି ତାହାକୁ ସୁଧାର କରିବାକୁ ଦାବି…

ଓଡ଼ିଶୀ ନୃତ୍ୟ ଗୁରୁ ଶାଶ୍ବତ ଯୋଶୀଙ୍କ ନାମରେ ସାଂଘାତିକ ଅଭିଯୋଗ

Posted by - September 6, 2019 0
ଭୁବନେଶ୍ୱର: ଗତକାଲି ଗୁରୁ ଦିବସ ଅବସରରେ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କର ଜଣେ ଛାତ୍ରୀ ଆକାଂକ୍ଷା କୁମାରୀ। ଏହି ଛାତ୍ରୀ…

ଦଲାଲ କବଜା ରେ ଜାତୀୟ ରାଜପଥ ଜମି, ଜାଣି ଅଜଣା ରାଜସ୍ୱ କର୍ମଚାରୀ, ଅଧିକାରୀ

Posted by - November 6, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ /ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ମନ୍ଦିରମାଳିନୀ ଏୈତିହାସିକ ସର୍ବ ପୁରାତନ ସହର ଭାବେ ପରିଚିତ ଜୁନାଗଡ ସହର ପ୍ରାୟ ଦୁଇ ଦଶନ୍ଧି ଧରି ବିକାଶ…

ସାଙ୍ଘାତିକ ସମସ୍ୟା: ନୂତନ ପର୍ଯ୍ୟାୟ କୋଭିଡ୍-୧୯,ସଂକ୍ରମଣ ର ପ୍ରଥମ ଦିନ ରେ ହେଉଛି ହଠାତ ମୃତ୍ୟୁ

Posted by - June 27, 2020 19
ନୂଆଦିଲ୍ଲୀ :ଡାକ୍ତରମାନଙ୍କୁ ଚିନ୍ତା କରୁଥିବା କୋଭିଡ -19: ରେ ରୋଗୀଙ୍କ ହଠାତ୍ ମୃତ୍ୟୁ ହେବାର ଦେଖା ଯାଉଛି। ହଠାତ୍ ମୃତ୍ୟୁ  ହେବାର କାରଣ ହୃଦୟ ଏବଂ ମସ୍ତିଷ୍କ ରେ ରକ୍ତ…