କେନ୍ଦୁଝର,୨୫/୯ ରାଜ୍ୟ ସରକାର ଗାଡ଼ି ଚ଼ାଳକ ଙ୍କ ପାଇଁ କଠିନ ଦଣ୍ତ ସରୂପ ଜରିମାନା ସଙ୍ଗକୁ କାଗଜପତ୍ର କୁ ପରଖିବା ପାଇଁ କଡ଼ା ଉଦ୍ୟମ ଜାରିରଖିଛନ୍ତି।ହେଲେ ତାହା ଆଜି ଆଇନ ରକ୍ଷକ ଭାବେ କାର୍ଯ୍ୟ କରୁଥିବା ଓଡ଼ିଶା ପୋଲିସ ଙ୍କ କ୍ଷେତ୍ରରେ ଅବମାନ ନା ଦେଖିବାକୁ ମିଳିଛି।ମୁଣ୍ତରେ ହେଲମେଟ ନ ପିନ୍ଧି ଗୋଟିଏ ସ୍କୁଟିରେ ତିନିଜଣ ବସି କେନ୍ଦୁଝର ରୁ ରାଇସୁଅାଁ ସଦର ଥାନା କୁ ନମିନେଶନ ଦାଖଲ କରିବାକୁ ଆସୁଥିବାବେଳେ ନିଶାକ୍ତ ହୋଇ ଏକ ଅଜଣା ଗାଡ଼ିକୁ ପଛ ପଟୁ ଧକ୍କା ଦେଇ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ଓଭର ବ୍ରିଜ୍ ମଧ୍ୟ ଭାଗ ନିକଟରେ ଧକ୍କା ଦେଇଥିଲେ।ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି
ସୂଚ଼ନା ଅନୁଯାୟୀ,ପଦ୍ମପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର ର କର୍ମଚ଼ାରୀ ବିଦ୍ୟାଧର ମହାନ୍ତ କୈାଣସି କାର୍ଯ୍ୟରେ କେନ୍ଦୁଝର କୁ ଯାଇଥିଲେ। ଫେରିଲା ବେଳ ଦୁର୍ଘଟଣା ହୋଇଥିବା ଘଟଣା ଟିକୁ ଦେଖି ସଦର ଥାନାରେ ଖବର ଦେଇଥିଲେ।ଖବର ପାଇ ସଦଥାନା ଅଧିକାରିଣୀ ସୃତିପ୍ରଭା ପ୍ରଧାନ ଏସ ଆଇ ବିଦ୍ୟାଧର ବେହେରା ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ମୃତ ଶବ ଗୁରୁତର ଦୁଇଜଣଙ୍କୁ ବନାଯୋଡ଼ି ୧୦୩୩ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝରମୁ୍ଖ୍ୟ ଡ଼ାକ୍ତରଖାନାକୁ ପହାଞ୍ଚାଇଥିଲେ।ମୃତକ ହେଲେ ଠାକୁର ପାଟଣା ସଦାନନ୍ଦ ନାଏକ(୪୦)ଗୁରୁତର ହୋଇଥିବା ଦେବାନନ୍ଦ ବିଶ୍ବାଳ,ଜ୍ଞାନ ଜେନା ଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ତାଙ୍କର ଅବସ୍ଥା ସଂଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।