Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ବରିଷ୍ଠ ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ସାମ୍ବାଦିକ ସଂଘ

503 0

ଧର୍ମଗଡ଼: (ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଉପରେ ମରଣାନ୍ତକ ଆକ୍ରମଣ କୁ ନେଇ କଳାହାଣ୍ଡି ସାମ୍ବାଦିକ ଙ୍କ ଉଦବେଗ ପ୍ରକାଶ ପାଇଛି। ଏନେଇ ଆଜି ଧର୍ମଗଡ଼ ଓ ଜୁନାଗଡ଼ ଅଞ୍ଚଳର ବହୁ ସାମ୍ବାଦିକ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ଭେଟି ସଂପୃକ୍ତ ଅସାମାଜିକ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢରୁ ଅତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ସୂଚନାଯୋଗ୍ୟ ଯେ,ସାମ୍ବାଦିକ ଶ୍ରୀ ପଣ୍ଡା ଜୁନାଗଡ଼ର ଏକ ଔଷଧ ଦୋକାନକୁ ଯାଇଥିବା ସମୟରେ ଜଣେ ମଦ୍ୟପ ଅସାମାଜିକ ଯୁବକ କୋଣସି କାରଣ ନଥାଇ ତାଙ୍କୁ ହଠାତ ଆକ୍ରମଣ କରିଥିଲେ। ଅତର୍କିତ ଆକ୍ରମଣ ରେ ସାମ୍ବାଦିକ ପଣ୍ଡା ଗୁରୁତର ଭାବେ ଆହତ ହୋଇଥିଲେ। ଏସମ୍ପର୍କରେ ଜୁନାଗଡ଼ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିଲା।ପୋଲିସ ସଂପୃକ୍ତ ଯୁବକ କୁ ଗିରଫ କରି ଧର୍ମଗଡ଼ କୋର୍ଟ ଚାଲାଣ କରିଥିବା ବେଳେ ତାକୁ ବିଚାର ବିଭାଗୀୟ ହାଜତ କୁ ପଠାଇ ଦିଆଯାଇଛି।

ସଂପୃକ୍ତ ଆକ୍ରମଣକାରି ବିରୁଦ୍ଧରେ ଏହା ପୂର୍ବରୁ ଏକାଧିକ ମାମଲା ରହିଛି।ତେଣୁ ଜଣେ ନିୟମିତ ଅପରାଧି ବିରୁଦ୍ଧରେ ଯେଉଁ ଭଲି ସଙ୍ଗୀନ ଦଫା ଲାଗିବା କଥା ତାହା ଲଗାଇବା ପାଇଁ ସାମ୍ବାଦିକ ମାନେ ଦାବି କରି ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ ଚୋପଦାର ଙ୍କୁ ସାମ୍ବାଦିକ ଵିଦ୍ୟାଧର ସାହୁ, ହିମାଂଶୁ ଶେଖର ବରାଡ଼, ବିରଞ୍ଚି ଜାଲ, ସନ୍ତୋଷ ସିଂଦେଓ, ଇଙ୍ଗିତ ପଣ୍ଡା,ରଜନୀ କାନ୍ତ ମିଶ୍ର, ଅଂଶୁମାନ ପାତ୍ର, ବୈଦ୍ୟନାଥ ବେହେରା,ସୁଶାନ୍ତ ଦଳେଇ, ଲକ୍ଷ୍ୟ ଜ୍ୟୋତି ଜାଲ, ବିଶ୍ୱରଂଜନ ପାତ୍ର, ଚନ୍ଦ୍ର ଲହଜଲ, ସୌମ୍ୟ ରଞ୍ଜନ ଅଗସ୍ତି, ଲକ୍ଷ୍ମୀକାନ୍ତ ଧଙ୍ଗଡ଼ାମାଝୀ , ହେମନ୍ତ ମାଝୀ,ବାଳକୃଷ୍ଣ ନାଏକ, ଓ ଅନ୍ୟ ମାନେ ଦାବୀ ପତ୍ରପ୍ରଦାନ କରିଛନ୍ତି।

Related Post

ସାମାଜିକ ଦୁରତ୍ଵ ନ ରଖିଲେ ବଜାର ହେବ ବନ୍ଦ – ଜିଲ୍ଲାପାଳ ଓ ଏସ.ପି. କଲେ ତାଗିଦ

Posted by - April 7, 2020 10
.ଅନୁଗୋଳ :(ମହେଶ ଭୋମରାଜ)ଧୀରେ ଧୀରେ ରାଜ୍ୟରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ଯାହା କି ବେଶ ଚିନ୍ତାର ବିଷୟ ପାଲଟିଛି । ତେବେ…

ମଣିଷ ର ପୂଣ୍ୟ କର୍ମ ଥିଲେ ମଧ୍ୟ ପାପ ର ଫଳ ଆଗେ କାହିଁକି ମିଳେ ଜାଣନ୍ତୁ

Posted by - May 12, 2020 20
ଜଣେ ବ୍ୟକ୍ତିକୁ ତାର ପାପ ବା ପୁଣ୍ୟର ଫଳ ଅବଶ୍ୟ ମିଳେ ବୋଲି ଆମର ପୁରାଣ ବିଶ୍ବାସ ରହିଆସିଛି। କିନ୍ତୁ ଜଣେ ଯଦି ପ୍ରଥମେ ଧର୍ମାଶ୍ରିତ ପୁଣ୍ୟ…

ଟିଟିଲାଗଡ ଲାୟନ୍ସ କ୍ଲବକୁ ଲାୟନ୍ସ ୩୨୨ସି୨ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣରଙ୍କ ଆଗମନ

Posted by - April 20, 2022 0
ଟିଟିଲାଗଡ଼: (ସଞ୍ଜୟ କୁମାର ନାୟକ) ଟିଟିଲାଗଡ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟ ସମ୍ପାଦନ କରି କିଛି ପ୍ରୋଜେକ୍ଟକୁ ଉଦଘାଟନ କଲେ ଡିଜି ଶ୍ରୀ ରାକେଶ ସିଂ। ଡିଷ୍ଟ୍ରିକ୍ଟ…

ନିସନ୍ତାନ ଦମ୍ପତି ଆଇନ୍‌ଗତ ଭାବେ ପୋଷ୍ୟ ସନ୍ତାନ ଗ୍ରହଣକୁ ପ୍ରୋତ୍ସାହିତ କରିବା ଉଚିତ

Posted by - November 20, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ପ୍ରତ୍ୟେକ ଶିଶୁ ପାଇଁ ପରିବାର ଟିଏ ଓ ପ୍ରତି ପରିବାର ପାଇଁ ଶିଶୁଟିଏ ଖୁସି ଦେଇଥାଏ । ତେଣୁ ଅସୁବିଧା ବସତଃ…

ସ୍କୁଲରେ ପାଠପଢା ପାଇଁ ଗ୍ରୀଷ୍ମ ଛୁଟିରେ କାଟ୍ ଛାଟ୍ : ଗଣଶିକ୍ଷା ବିଭାଗର ନିଷ୍ପତ୍ତି।

Posted by - April 16, 2022 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଓଡ଼ିଶାରେ କରୋନା ମହାମାରୀ ସକାଶେ ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେବା ସହ ବିଦ୍ୟାର୍ଥୀ…