Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ମାଟି ଅତଡା ଧସି ଶହ ଶହ ଏକର ଚାଷଜମି ବାଲିଚର : ପୁନଃଉଦ୍ଧାର ପାଇଁ ଦାବୀ

70 0

ଗୁଣୁପୁର :(ରମାକାନ୍ତ ପଡାଲ) ଛାଡିଯାଇଛି ଲଘୁଚାପଜନିତ ଲଗାଣ ବର୍ଷା । ହେଲା ଛାଡିଯାଇଛି ଚାଷୀଙ୍କ ପାଇଁ ଦୁର୍ଦ୍ଦଶା । ଏବେ ଦୁର୍ଗମ ଅଞ୍ଚଳର ଚାଷୀ ଦୁର୍ଦ୍ଦିନରେ । ଏ ଦୃଶ୍ୟ ହେଉଛି ରାୟଗଡା ଓ ଗଜପତି ଜିଲ୍ଲା ସୀମାନ୍ତ ରେ ଥିବା ଗୁଣୁପୁର ବ୍ଲକର ଦୁର୍ଗମ ଶଗଡା, ଆବଡା, ଭୀମପୁର ଓ ଟିଟିମିରି ପଞ୍ଚାୟତ । ଏହିସବୁ ପଞ୍ଚାୟତ ଚତୁଃପାଶ୍ୱର୍ରେ ବିଶାଳ ଦୁର୍ଗମ ଗିରି ରହିଛି । ଗତ ଲଘୁଚାପଜନିତ ଲଗାଣ ବର୍ଷାରେ ପାହାଡ଼ ରୁ ମାଟି ଅତଡା ଓ ପଥର ଧସିବା ଫଳରେ ଏହି ଚାରିଗୋଟି ପଞ୍ଚାୟତ ର ପାଖାପାଖି ୩୦୦ ଏକର ଚାଷଜମି ବାଲିଚର ମାଡ଼ି ଯାଇଛି । ଶଗଡା ଓ ଆବଡା ପଞ୍ଚାୟତ ର ବୁଡାଡା, ଶଗଡା ଓ ପୁରୁବାସିଙ୍ଗ ଗ୍ରାମାଞ୍ଚଳରେ ଦେଢ଼ ଶହ ଏକର ଓ ଭୀମପୁର , ଟିଟିମିରି ପଞ୍ଚାୟତ ରେ ଦେଢ଼ ଶହ ଏକର ଚାଷଜମି ଜଳମଗ୍ନ ହୋଇଛି ।

ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ ମାଟି ଅତଡା ଧସି ଚାଷଜମି ପୋତି ହୋଇ ଯାଇଛି ତ ଆଉ କେଉଁଠି ଜମିରେ ଆଣ୍ଠୁଏ ଉଚାର ପାଣି ପ୍ରବାହିତ ହେଉଛି । ଏହି ସବୁ ଅଞ୍ଚଳରେ ଚାଷୀ ଧାନ, କପା, ସପୁରୀ,କଦଳୀ ଓ ତେନ୍ତୁଳି ଚାଷ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଥିବା ବେଳେ ଚାଷୀଙ୍କ ସ୍ୱପ୍ନ କୁ ଧୂଳିସାତ କରିଦେଇଛି ବର୍ଷା । ଖାଲି ଚାଷଜମି ଜଳମଗ୍ନ ହୋଇଛି ତା ନୁହେଁ ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି । ଶଗଡା-ପୁରୁବାସିଙ୍ଗ ରାସ୍ତାରେ ବୁଡଡା ନିକଟରେ ମାଟିରାସ୍ତା ଧୋଇ ହୋଇଯିବା କାରଣରୁ ଯୋଗାଯୋଗ ରେ ସମସ୍ୟା ସୃଷ୍ଟି କରିଛି ।

ତମାମ ସମସ୍ୟା ସମ୍ପର୍କରେ ଗୁଣୁପୁର ତହସିଲଦାର ଙ୍କୁ ଅବଗତ କରାଇବାରୁ ଘଟଣା ସ୍ଥାନ ପରିଦର୍ଶନ କରିଛନ୍ତି କ୍ଷୟକ୍ଷତି ଆକଳନ କରାଯାଉଛି । ସରକାରୀ ବିଧି ବ୍ୟବସ୍ଥା ଅନୁଯାୟୀ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଚାଷଜମି ରେ ବଡ଼ ବଡ଼ ପଥର ଓ ଗୋଡି ଜମିଯିବାରୁ ଏହାର ପୁନଃ ଉଦ୍ଧାର କରିବା ପାଇଁ ଦୀର୍ଘ ମିଆଦୀ ଯୋଜନା କାର୍ଯ୍ୟକାରୀ କରେଇବାକୁ ଚାଷୀ ଦାବୀ କରିଛନ୍ତି ।

Related Post

ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ମାଁ ମାଣିକେଶ୍ବରୀ ଙ୍କ ପ୍ରସିଦ୍ଧ ଛତ୍ରଯାତ୍ରା ର ପ୍ରସ୍ତୁତି ବୈଠକ

Posted by - September 20, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀ ଙ୍କ ଛତ୍ର ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଗତ ସୋମବାର…

ଚାଷୀ ମୁଣ୍ଡ ରେ ଚଡ଼କ ଦେଲା , ଅଦିନିଆ ଲଘୁଚାପ ବର୍ଷା

Posted by - November 23, 2021 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ପାଟଣାଗଡ଼ ଖପ୍ରାଖୋଲ ବ୍ଲକ ଅଞ୍ଚଳ ରେ ଆଦିନିଆ ଲଘୁଚାପ ବର୍ଷା ସୋମବାର ଦିନ ହେବରୁ ଚାଷି ମୁଣ୍ଡରେ ଚଡ଼କ ପଡ଼ିବ ସଦୃଶ୍ୟ ହୋଇଛି…

ଚାଲି ଚାଲି ବାହାର ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କୁ ଅଟକାଇ ସ୍କୁଲରେ ରଖିଲା ଦୈତାରୀ ପୋଲିସ

Posted by - May 8, 2020 0
କେନ୍ଦୁଝର:( ସୀତାରାମ ଦୀକ୍ଷିତ) ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳର ବିଭିନ୍ନ କାରଖାନାରେ ବାହାର ରାଜ୍ୟ ଶ୍ରମିକମାନେ କାମ କରୁଥିବାବେଳେ କରୋନାକୁ ନେଇ ସରକାରଙ୍କ ଲକ୍ ଡାଉନ୍ ନିୟମ ଜାରି…

ନିର୍ମାଣର ବର୍ଷକ ମଧ୍ୟରେ ବିଜୁ ଏକ୍ସପ୍ରେସ ୱେରେ ସୃଷ୍ଟି ହେଲା ଘାଇ

Posted by - July 14, 2022 0
ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ମାତ୍ର ଦୁଇ ଦିନର ଲଗାଣ ବର୍ଷାକୁ ସମ୍ଭାଳି ପାରିଲାନି କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା। ରାସ୍ତାରୁ ମାଟି ଅତଡା ଖସି ଭାଙ୍ଗି…