ଗୁମ୍ମା ଗ୍ରାମ ସ୍ଥିତ ତ୍ରିନାଥ ମନ୍ଦିର ପରିସରରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

69 0

ରାୟଗଡ। :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ରାୟଗଡ। ବ୍ଲକ ଅନ୍ତର୍ଗତ ଗୁମ୍ମା ଗ୍ରାମରେ ଥିବା ତ୍ରିନାଥ ମନ୍ଦିର ପରିସରରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ, ରାୟଗଡ ଡିଷ୍ଟ୍ରିକ୍ଟ ଓ ବନ ବିଭାଗର ମିଳିତ ଭାବେ ଏକ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ, ରାୟଗଡ ଡିଷ୍ଟ୍ରିକ୍ଟର ସଭାପତି ଶ୍ରୀ ଦୟାନନ୍ଦ ଖାଡାଙ୍ଗାଙ୍କ ନେତୃତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଗୁମ୍ମା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶୁକ୍ରୁ ହୁଇକା ଯୋଗ ଦେଇ ବୃକ୍ଷ ଚାରା ରୋପଣ କରିଥିଲେ । ଏହି ଅବସରରେ ସମ୍ମାନୀତ ଅତିଥି ଶ୍ରୀ ହୁଇକା “ବୃକ୍ଷ ହିଁ ଜୀବନ” “ଲୋକଟିଏ କୁ ଗଛଟିଏ” କହିବା ସହ ପରିବେଶ ସନ୍ତୁଳନ ରକ୍ଷା ନିମନ୍ତେ ସମସ୍ତେ ନିଜ ନିଜ ବାଡ଼ି ବଗିଚାରେ ଖାଲି ଥିବା ସ୍ଥାନରେ ଗୋଟେ ଗୋଟେ ବୃକ୍ଷ ରୋପଣ କରିବା ବର୍ତ୍ତମାନ ସମୟରେ ନିହାତି ଆବଶ୍ୟକତା ରହିଛି ଓ ଏହାକୁ ପାଳନ କରିବାକୁ ପରାମର୍ଶ ଦେଇଥିଲେ ।

ଏହି ବୃକ୍ଷ ଚାରା ରୋପଣରେ ବଉଳ, ଚନ୍ଦନ, ଆଁଳା ଓ ଅଶୋକ ଗଛର ଚାରା ରୋପଣ କରାଯାଇଥିଲା । ଏହି ଅବସରରେ ଗୁମ୍ମା ଗ୍ରାମର ୱାର୍ଡ ମେମ୍ବର ଚିତ୍ତରଞ୍ଜନ ପାତ୍ର, ଗୁମ୍ମା ସେକ୍ସନର ବନପାଳ ଡ଼ମ୍ବୁରୁଧର ନାୟକ, ବନରକ୍ଷୀ ବି. ଭାସ୍କର, ପ୍ରଦୀପ ସାହୁ, ସମୀର ସାହୁ, ବନ ବିଭାଗର ପାରା ଷ୍ଟାଫ, ମନ୍ଦିର କମିଟିର ଭାସ୍କର ସାହୁ, ଲୋଚନ କୁମାର ସାହୁ, ରାମା ହୁଇକା, କରୁଣାକର ପାତ୍ର ଏବଂ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘର ଉପଦେଷ୍ଟା ସରୋଜ କୁମାର ସାହୁ, ଉପ ସଭାପତି ଶ୍ରୀନିବାସ ବଳିଆର ସିଂ, ସମ୍ପାଦକ ମନୋଜ କୁମାର ସାହୁ, ସଭ୍ୟ ଘସିରାମ ଜୟସିଂ, ଶ୍ରୀନାଥ ତାଡିଙ୍ଗି, ଓ ମନରଞ୍ଜନ ବିଶ୍ୱାଳ ପ୍ରମୂଖ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ ।

Related Post

ଆୟୁଷ ଡାକ୍ତରଙ୍କ ତରଫରୁ ୮ ଦଫା ଦାବି ନେଇ ପ୍ରେସ ବିବୃତି

Posted by - August 7, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କ ତରଫରୁ ୮ ଦଫା ଦାବି ପୁରଣ ନେଇ ଏକ ପ୍ରେସ ବିବୃତି ଜାରି କରିଛନ୍ତି ।ରାଷ୍ଟିୟ…

ଟିଟିଲାଗଡର ନୂତନ ବ୍ଲକ ଅଧ୍ୟକ୍ଷା ହେଲେ ସଂଯୁକ୍ତା ନାୟକ

Posted by - March 12, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଆଜି ଟିଟିଲାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷା ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ନିର୍ଦ୍ଵନ୍ଦରେ ସଂଯୁକ୍ତା ନାୟକ ବିଜୟୀ ହୋଇଛନ୍ତି।…

ସୋନପୁର ବ୍ଲକରେ ବୁଲିଲା ମାନସିକ ସଚେତନତା ରଥ

Posted by - December 26, 2021 0
ସୋନପୁର:( ଅଜିତ କୁମାର ପୁଝାରୀ)ସୋନପୁର ସଦର ବ୍ଲକ ନାଇକେନପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ଆଜି ଏକ ମାନସିକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ…

ମିଲିଳା ନିଖୋଜ ନାବାଳକର ମୄତଦେହ

Posted by - January 12, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ମିଳିଲା ପାଓ୍ବାର କେନାଲରେ ଭାସିଯାଇଥିବା ନାବାଳକର ମୃତହେହ | ଦୀର୍ଘ ଦିନର ସର୍ଚ୍ଚ ଅପରେସନ ପରେ ଆଜି ନାବାଳକର ମୃତ ଦେହ ଉଦ୍ଧାର ହୋଇଥିବା…

ଏମ୍ ରାମପୁର ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Posted by - September 28, 2022 0
ଭବାନୀପାଟଣା  : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଏମ ରାମପୁର ବ୍ଲକସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ…