ନାଳ ପାଇଁ ଗଲା ରୋଗୀଙ୍କ ଜୀବନ, ଠିକ ସମୟରେ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ

442 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ନାଳ ପାଇଁ ଗଲା ଜଣେ ରୋଗୀଙ୍କ ଜୀବନ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଘୋଷରାମାଲ ପଞ୍ଚାୟତ ବଡ଼ବିଲ ଗାଁ କୁ ସବୁଦିନିଆ ରାସ୍ତା ଓ ନାଳ ଉପରେ ପୋଲ ନଥିବାରୁ ଜଣେ ଗୁରୁତର ରୋଗୀକୁ ଆଣିବା ପାଇଁ ୧୦୮ ଆମ୍ବୁଲାନ୍ସ ଯାଇନପାରି ଧାତୁକିମାଳ ଗାଁ ମୁଣ୍ଡରେ ଅଟକି ରହିଥିଲା। ବଡ଼ବିଲ ଗାଁ ରୁ ଧାତୁକିମାଳ ୫କି.ମି ପର୍ଯ୍ୟନ୍ତ ରୋଗିକୁ ଖଟରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ।

ପରେ ରୋଗୀକୁ ରେଢ଼ାଖୋଲ ମେଡିକାଲକୁ ଅଣାଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବଡ଼ବିଲ ଗାଁର ବିରଞ୍ଚି ଦେହୁରୀ ଉଚ୍ଚ ରକ୍ତଚାପ ରୋଗରେ ପିଡୀତ ହୋଇ ଘରେ ରହି ଚିକିତ୍ସିତ ହେଉଥିଲେ। ଆଜି ସକାଳୁ ଚାଷ କରିବା ପାଇଁ ଜମିକୁ ଯାଇଥିଲେ। ହଠାତ୍ ଜମିରେ‌ ପଡିଯାଇଥିଲେ ପରିବାର ଲୋକେ ପ୍ରଥମେ ୧୦୮ ଆମ୍ବୁଲାନ୍ସ ଡ଼କାଇଥିଲେ ଗାଁ କୁ ଆସିବାକୁ ହେଲେ ପ୍ରଥମେ ଚମ୍ପାଳି ନାଳ ପରେ ବୁକାଖାଇ ନାଳ ଦୁଇଟି ନାଳ ପଡ଼ିଥାଏ ।

ରାସ୍ତା ମଧ୍ୟ ଭଲ ନାହିଁ ଏଣୁ ଆମ୍ବୁଲାନ୍ସ ଗାଡ଼ି ଟି ଆସି ୫କି.ମି ଦୂର ଧାତୁକିମାଳ ଚମ୍ଫାଳି ନାଳ ଖଣ୍ଡିରେ ଆସି ରହିଲା । ପରିବାର ଓ ଗାଁ ଲୋକେ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଏକ ଖଟରେ ବିରଞ୍ଚି ଦେହୁରୀକୁ ନାଳ ନର୍ଦ୍ଦମା ପାଣିରେ ବୋହି ଆଣିଥିଲେ ଏତେ ଘଟଣା ପରେ ବି ପ୍ରଶାସନର ଚିନ୍ତା ନାହିଁ। ରାସ୍ତା ଭଲ ଥିଲେ ଜୀବନ ବଞ୍ଚି ଯାଇଥାନ୍ତା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।

Related Post

ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟି ଗାଙ୍ଗପୁର ଥାନା ଅଧିକାରୀଙ୍କ ମୃତ୍ୟୁ

Posted by - March 25, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ନିଜ ସର୍ଭିସ ରିଭଲଭର ରୁ ଗୁଳି ଫୁଟି ଗାଙ୍ଗପୁର ଥାନା ଅଧିକାରୀ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା…

ଚିକିତ୍ସା ଆଶା କରି ଜିଲା ମୁଖ୍ୟ ଡାକ୍ତର ଖାନା କୁ ଆସିଥିବା ରୋଗୀ ନିରାଶ

Posted by - March 5, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ଆବଶ୍ୟକ ଭିତ୍ତିଭୂମିନ ଥିବା ଏକ ସାଧାରଣ ଘଟଣା ହୋଇଥିବା ବେଳେ ଏଭଳି ସମସ୍ୟା ଖୋଦ…

୫ଟି ସଚିବ ଏବଂ ରାଜ୍ୟ ମୂଖ୍ୟଶାସନ ସଚିବଙ୍କ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା କୋଭିଡ୍ ହସପିଟାଲ ପରିଦର୍ଶନ।

Posted by - April 16, 2020 0
କେନ୍ଦୁଝର:( ସୀତାରାମ ଦିକ୍ଷୀତ)କରୋନା ସଂକ୍ରମଣ ରୋକିବା ସହିତ ଆକ୍ରାନ୍ତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି ରାଜ୍ୟସରକାର। ଯୋଉଥିପାଇଁ ସାରା…

ଓଡ଼ିଶୀ ନୃତ୍ୟ ଗୁରୁ ଶାଶ୍ବତ ଯୋଶୀଙ୍କ ନାମରେ ସାଂଘାତିକ ଅଭିଯୋଗ

Posted by - September 6, 2019 0
ଭୁବନେଶ୍ୱର: ଗତକାଲି ଗୁରୁ ଦିବସ ଅବସରରେ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କର ଜଣେ ଛାତ୍ରୀ ଆକାଂକ୍ଷା କୁମାରୀ। ଏହି ଛାତ୍ରୀ…

ଶବଦାହ ପାଇଁ କାଠ ଅଭାବକୁ ନେଇ ମୃତଦେହ ରଖି ଧାରଣାରେ ବସିଲେ ସ୍ୱେଛ୍ଛାସେବୀ ଗଣ

Posted by - November 21, 2021 0
ବରଗଡ/ଅତାବିରା:ଓଡିଶାର ଭାତହାଣ୍ଡି ଭାବେ ପରିଚିତ ବରଗଡ ଜିଲ୍ଲା ହୋଉଛି ରାଜ୍ୟର ଅଗ୍ରଣି ଚାଷିଭିତ୍ତିକ ରାଜ୍ୟ ।ସବୁ ଦିଗରୁ ଏଠାକାର ପରିବେଶ ଜଲବାୟୁ ଅଟେ ଅତ୍ୟନ୍ତ ମନୋହର ।କିନ୍ତୁ…