ଖପ୍ରାଖୋଲ: ୧୭/୭(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ଓଡ଼ିଆପାଲି ଗାଁ ରେ ରଜସ୍ଵବିଭାଗ ଓ ପ୍ରାଣୀ ସମ୍ପଦ ବିଭାଗ ର ମିଳିତ ଉଦ୍ୟମରେ ଜବର ଦଖଲ ଗୋଚର ଜମି ଉଦ୍ଧାର ପାଇଁ ସଚେତନତା ସଭା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି।
ସଭାରେ ଖପ୍ରାଖୋଲ ବ୍ଲକ୍ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ା ସୁଜିତ କୁମାର ଶତପଥି ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।
ଗୋଚର ଜମିକୁ ଉଦ୍ଧାର କରି ସବୁଜ ବାଡ଼ ଦେବା ସହ ପ୍ରାଣୀ ପାଳକ ମାନେ ଘାସ ଚାଷ କରିବା ଉପରେ ଆଲୋଚନା ହୋଇଥିଲା। ଏସ ଏଜ୍ ଜି ମହିଳା ମାନେ ମଧ୍ୟ ଗୋଚର ଜମି ରେ ଅନ୍ୟ ଚାଷ କରି ରୋଜଗାର କରିବା ଉପରେ କହିଥିଲେ। ବୈଠକରେ ସରପଞ୍ଚ ପ୍ରତିନିଧି ସୁବାଷ ଛୁରା ସମେତ ଗ୍ରାମ ବାସୀ, ଏସ ଏଜ ଜି ମହିଳା ଉପସ୍ଥିତ ଥିଲେ।