Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ବିଶ୍ୱ ଯୁବା ଦକ୍ଷତା ଦିବସ ପାଳିତ

116 0

ରାୟଗଡ। :(ରମାକାନ୍ତ ପଡାଲ) ରାୟଗଡ। ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଠାରେ ବିଶ୍ୱ ଯୁବl ଦକ୍ଷତା ଦିବସ-୨୨ ପାଳିତ ହୋଇଯାଇଛି l ଏହା ଅବସରରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ସମବେତ ଛାତ୍ରଛାତ୍ରୀ/ଯୁବକଯୁବତୀ ମାନଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ ସକାରାତ୍ମକ ମନୋଭାବ ଓ ଦୃଢ ଇଛା ଶକ୍ତି ବଳରେ ଆଗକୁ ବଢ଼ିଲେ ନିଶ୍ଚିତ ଜୀବନରେ ସଫଳତା ହାସଲ କରିବ l ଗ୍ରାମାଞ୍ଚଳରେ ଅଧାରୁ ପାଠ ଛାଡି ରହିଥିବା ବେକାରୀ ଯୁବକଯୁବତୀ ମାନଙ୍କୁ ଦିନଦାୟଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ତାଲିମ ପ୍ରଦାନ କଲେ ବେକାର ସମସ୍ୟା ଦୂର ହୋଇଯିବ ବୋଲି କହିଥିଲେ l ସେହିପରି ଏମସେମି ବିଭାଗର ଉପା ନିର୍ଦ୍ଦେଶକ ଏନ.କଟିରତ୍ନମ ମୁଖ୍ୟ ଵକ୍ତା ଭାବରେ ଯୋଗଦାନ କରି ଯୁବକ ଯୁବତୀ ମାନଙ୍କ ମଧ୍ୟରେ ଦକ୍ଷତାକୁ କାମରେ ଲଗାଇବାକୁ ପରାମର୍ଶ ଦେଇଥିଲେ l

ଅନୁଷ୍ଠାନର ଅଧ୍ୟକ୍ଷ ଅତୁଲ କୁମ ପଣ୍ଡା ପ୍ରାରମ୍ଭିକ ଭାଷଣ ପ୍ରଦାନ କରି ବିଶ୍ୱ ଯୁବା ଦକ୍ଷତା ଦିବସର ମହତ ଉଦେଶ୍ୟ,ଜିଲ୍ଲାରେ ତାଲିମ ନେବାପାଇଁ ଟ୍ରେଡ଼ ଓ ଦକ୍ଷତା ଭିତ୍ତିକ ବିକାଶ କ୍ଷେତ୍ରରେ ଅଗ୍ରଗତି ସମ୍ପର୍କରେ ଉପସ୍ଥାପନ କରିଥିଲେ lଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ନିଯୁକ୍ତି ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଟେଟେ, ଓରମାସ ଡିପିଏମ ମନୋଜ କୁମାର ପାତ୍ର, ଏଡିବି ଶାଖା ପ୍ରବନ୍ଧକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଆଇଟିଆଇର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ lଏହାପରେ ନେତୃତ୍ୱ ପରିବର୍ତ୍ତନ ଶିକ୍ଷା ନିମନ୍ତେ ତାଲିମ ଶିକ୍ଷକ ଏସ.କେ.ସାହୁ ଏବଂ ଜି. ରବିଙ୍କୁ ସମ୍ମାନିତ କରାଯାଇଥିଲା l ସେହିପରି ପୂର୍ବତନ ଛାତ୍ର ରମାକାନ୍ତ ସାହୁ,ଜୟପ୍ରକାଶ ଜାଡେ ଏବଂ ମାଝି ଶ୍ରବଣକୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ l ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତ୍ରୁତl, କ୍ୱିଜ ଏବଂ କ୍ରୀଡ଼ା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ l ପ୍ରାରମ୍ଭରେ ଵୃକ୍ଷ ରୋପଣ କରାଯାଇଥିଲା ଏଥିରେ ୨୦ ବୃକ୍ଷର ରୋପଣ କରାଯାଇଥିଲା ।

Related Post

ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ରେ ରାସ୍ତା ତଳକୁ ଖସିଲା କlର , ଡ୍ରାଇଭର ସମେତ ପରିବାର ର ସ୍ୱାମୀ, ସ୍ତ୍ରୀ ଓ ଝିଅ ଗୁରୁତର

Posted by - May 1, 2022 0
ବୌଦ୍ଧ :(ଚିତ୍ତ ରଞ୍ଜନ ସିଂହ) ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ବୌଦ୍ଧ ଜିଲ୍ଲାରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଦୁର୍ଘଟଣାରେ ଡ୍ରାଇଭର ସମେତ ପରିବାରର ତିନିଜଣ ଗୁରୁତର…

ନୀଳଗିରି ସାମ୍ଭାଦିକ ବିରୁଦ୍ଧରେ ପୋଲିସ ଅମାନବୀୟ କାର୍ଯ୍ୟ.ପ୍ରତିବାଦ ବାରଙ୍ଗ କାର୍ଯ୍ୟରତ ସାମ୍ଭାଦିକ ବିଡିଓ ଦାବିପତ୍ର

Posted by - April 12, 2022 0
ବାରଙ୍ଗ:(ସନ୍ତୋଷ ରାଉତ )ନୀଳଗିରି କନକ ଟିଭି କାର୍ଯ୍ୟ ରତ ସାମ୍ଭାଦିକ ବିରୁଦ୍ଧରେ ପୋଲିସ ର ମାତର୍ଦ୍ଧିକ କାର୍ଯ୍ୟ ଅନୁଷ୍ଠାନ ବିରୁଦ୍ଧରେ ସାରା ଓଡିଶା ରେ ପୋଲିସ ର…

ଓଡିଶା ଡ୍ରାଇଭର ମହାସଂଘ ତରଫରୁ ଜିଲ୍ଲା ପାଳଙ୍କୁ ଦାବିପତ୍ର

Posted by - September 2, 2021 0
ବୌଦ୍ଧ:(ଚିତ୍ତରଂଜନସିଂ) ଆଜି ସକାଳ ପ୍ରାୟ 9ଟାରେ ଓଡିଶା ଡ୍ରାଇଭର ମହାସଂଘ ବୌଦ୍ଧ ଶାଖା ତରଫରୁ ବିଭିନ୍ନ ଦାବି ନେଇ ହଜାର ସଂଖ୍ୟକ ଡ୍ରାଇଭର ବ୍ରିଜ଼ ଛକ ଠାରୁ…