ରାୟଗଡ ଜିଲ୍ଲାପାଳଙ୍କ ଟିକିରି ଡାଇରିଆ ପ୍ରଭାବିତ ଅଞ୍ଚଳ ଗସ୍ତ

140 0

“ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଅନୁଧ୍ୟାନ କଲେ, ଜଳ ଉତ୍ସବୁଲି ଦେଖିଲେ, ସଂକ୍ରମିତ ଗ୍ରାମ ଗୁଡିକରେ ତୁରନ୍ତ ବିଶୋଧନ କରିବାକୁ ନିର୍ଦ୍ଧେଶ ଦେଲେ” ।

ରାୟଗଡ :(ରମାକାନ୍ତ ପୋଢଳ)ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବସିଂ ଆଜି କାଶିପୁର ବ୍ଲକ ଟିକିରି ଡାଇରିଆ ପ୍ରଭାବିତ ଗ୍ରାମ ଗୁଡ଼ିକ ଗସ୍ତ କରିଛନ୍ତି । ପ୍ରଥମେ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ସେଠାରେ ରୋଗୀମାନଙ୍କ ସ୍ୱାସ୍ଥ୍ୟ କଥା ପଚାରୀ ବୁଝିଥିଲେ । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ କିଚିତ୍ସା ନିମନ୍ତେ କଣ ସବୁ ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଅନ୍ୟ ଡାକ୍ତର ମାନଙ୍କ ସହିତ ଆଲୋଚନା କରିଥିଲେ ।

ରୋଗୀମାନଙ୍କୁ ନେବା ଆଣିବା ପାଇଁ ୩ଟି ଆମ୍ୱୁଲାନ୍‍ସ ସେବା ପାଇଁ ନିୟମିତ ଥିବା କଥା ଡାକ୍ତର ମାନେ କହିଲେ । ଜିଲ୍ଲାପାଳ ଆହୁରୀ ଗୋଟିଏ ଆମ୍ୱୁଲାନ୍‍ସ ରାୟଗଡରୁ ଟିକିରି ପଠାଇବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ । ଏହାପରେ ଜିଲ୍ଲାପାଳ ଡାଇରିଆ ସଂକ୍ରମିତ ଝୋଡିଆ ସାହି ବୁଲି ଦେଖି ଡାଇରିଆରେ ମୃତକ ପରିବାର ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ ।

ସେଠାରୁ ଜିଲ୍ଲାପାଳ ଦୁଡୁକାବାହାଲ ଗ୍ରାମକୁ ଯାଇ ସେଠାରେ ମଧ୍ୟ ମୃତକ ପରିବାରକୁ ଭେଟି ଆଲୋଚନା କରିବା ସହିତ ପିଇବା ପାନି ପାଇଁ ବ୍ୟବହାର କରୁଥିବା କୂଅଁ ବୁଲି ଦେଖିଥିଲେ । ଗ୍ରାମରେ ସୌରଚାଳିତ ଡୁଆଲ ପମ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ଗ୍ରାମୀଣ ଜଳ ଯୋଗାଣ ସଂସ୍ଥାର ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଦୁଇ ଦିନ ଭିତରେ କାର୍ଯ୍ୟକାରୀ ନହେଲେ ଜଣାଇବା ନିମନ୍ତେ ତୁଡୁକା ବାହାଲ ନାଏବ ସରପଞ୍ଚଙ୍କୁ କହିଥିଲେ ।

ସେମାନେ ବ୍ୟବହାର କରୁଥିବା ପିଇବା ପାଣିର ଉତ୍ସ ବୁଲି ଦେଖିଥିଲେ । ପ୍ରଭାବିତ ଗ୍ରାମରେ ତୁରନ୍ତ ସାନିଟାଇଜ (ବିଶୋଧନ) କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମୃତକ ପରିବାରକୁ ରେଡକ୍ରସ୍‍ରୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ବ୍ୟବସ୍ଥା କରିବାକୁ ବିଡିଓ କାଶିପୁରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Related Post

ଜଗତ୍‌ଜନନୀ ମହାମାୟା ବିଶ୍ୱରୂପା ପୀଠରେ ଝାମୁ ଯାତ୍ରା ଅନୁଷ୍ଠିତ 

Posted by - April 19, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ଉପର ବରୁହାଁ ପଞ୍ଚାୟତ କେତକୀଆ ଆଦ୍ୟଶକ୍ତି ଜଗତ୍‌ଜନନୀ ମହାମାୟା ବିଶ୍ୱରୂପା ପୀଠରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଛି ।…

କେତେ ନୃଶଂସ ହେଇ ପାରେ ମଣିଷ ,ଜଙ୍ଗଲରେ ଜୀବନ୍ତ ନବଜାତ଼ ଶିଶୁକୁ ଛାଡି ଚାଲିଗଲେ

Posted by - June 6, 2020 0
କେନ୍ଦୁଝର: (ସୀତାରାମ ଦୀକ୍ଷିତ) ଗୁରୁବାର ଟାଉନ ଥାନା ଅଞ୍ଚଳରେ ଏକ ଜୀବନ୍ତ ନବଜାତ଼ ଶିଶୁପୁତ୍ର  ସ୍ଥାନୀୟ ଲୋକ ମାନଙ୍କ ଦ୍ଵାରା ଉଦ୍ଧାର । ଶନିବାର କେନ୍ଦୁଝର ସଦର…

ଧୋଇଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଅନୁଧ୍ୟାନ କଲେ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ

Posted by - August 29, 2020 0
ଜଗତସିଂହପୁର :କୁଜଙ୍ଗ, ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୋଲର, ସାମନ୍ତରାୟପୁର, ଧନୁଆ, ଆମ୍ବିରି, ଶଙ୍ଖେଶ୍ୱର, ଓ ଧୋଇଆ ଅଞ୍ଚଳ ଗ୍ରାମରେ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ ଜଳସମ୍ପଦ, ସୂଚନା…

ନୀଳଗିରି ମହିଳା ବିଜେଡି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା

Posted by - November 2, 2021 0
ନୀଳଗିରି:( ସୌମ୍ୟା ସାଇ ବାରିକ) କେନ୍ଦ୍ର ସରକାର ଙ୍କ ପେଟ୍ରୋଲ, ଡିଜେଲ (ଏଲ୍ ପି ଜି), ରନ୍ଧନ ଗ୍ଯାସ, ନିତ୍ୟ ବ୍ୟବହାର୍ଯ୍ୟ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ର, ଅହେତୁକ…

ସୌଦାମିନୀ ଜେନା ରାଜ୍ୟ ମହିଳା ବିଜେଡି ସମ୍ପାଦକ

Posted by - July 6, 2021 0
ସୋନପୁର:(ଅଜିତ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଳା ସଦର ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସୌଦାମିନୀ ଜେନାଙ୍କୁ ରାଜ୍ୟ ମହିଳା ବିଜେଡି ସମ୍ପାଦକ…