ମାଲିକଙ୍କ ଅଜାଣତରେ ହେଇଛି ଜମି ବିକ୍ରି – ମୁରିବହାଲ ତହସିଲଦାରଙ୍କୁ ଅଭିଯୋଗ କଲେ ଜମି ମାଲିକ

745 0

ଟିଟିଲାଗଡ/ମୁରିବାହାଲ:(ସଞ୍ଜୟ କୁମାର ନାୟକ)ମୁରିବାହାଲ ତହସିଲ ଅନ୍ତର୍ଗତ ଖଜୁରପଡ଼ା ଗ୍ରାମରେ ଶଙ୍କରଲାଲ କମାନୀ ନିଜ ନାମରେ ୩ଏକର ୭୭ ଡିସିମିଲ ଜମି ୧୯୬୫ ମସିହାରୁ କିଣିଥିଲେ ଏବଂ ପଟା ୧୯୭୫ ରେ ପାଇଥିଲେ। ସେହି ଜମିକୁ ଟିଟିଲାଗଡ ଠିକାଦାର ପଡ଼ାର ସଜ୍ଜନ କମାନି ଓ ତାଙ୍କ ଭାଇ ଭଉଣୀ ମିଶି ଚାଷବାସ କରୁଥିଲେ।

ଏହି ବର୍ଷ ଚାଷ ପାଇଁ ଇନ୍ସୁରେନ୍ସ କରିବା ପାଇଁ ବ୍ୟାଙ୍କକୁ ଯାଇଥିବା ବେଳେ ତାଙ୍କ ଜମିରୁ ଅଧା ଜମି ୧ ଏକର ୭୨ ଡିସିମିଲ ଜାଗା ତାଙ୍କ ନାଁରେ ନ ଥିବା ଜାଣିବାକୁ ପାଇ ଶନିବାର ଦିନ ଓକିଲ ଧରି ଟିଟିଲାଗଡ ସବ ରେଜିଷ୍ଟ୍ରାର ଓ ମୁରିବାହାଲ ତହସିଲ କାର୍ଯ୍ୟାଳୟକୁ ଆସି ଏହାର କାଗଜପତ୍ର ମାଗି ଦେଖିଥିଲେ, ତାହା ଦେଖି ଜାଣିବାକୁ ପାଇଥିଲେ ଯେ ସେଲ ଡିଡ ନମ୍ବର ୨୧୨୪/୭୬ ବଳରେ ଜମି ହସ୍ତାନ୍ତର ହୋଇଛି।

କିନ୍ତୁ ତାର ଅବିକଳ ନକଲ କପି ଟିଟିଲାଗଡ ସବ ରେଜିଷ୍ଟ୍ରାର ଅଫିସରୁ ମାଗି ଜାଣିବାକୁ ପାଇଲେ ଯେ ଜୈନିକ ଜୟତି ବାରିକ ଧନୁରଧର ବାରିକଙ୍କୁ ସର୍ବ ମୋଟ ୪୩ ଡିସିମିଲ ପ୍ଲଟ ନମ୍ବର ୧୨୧ମୌଜା ବରତୁଣ୍ଡା, ଥାନା ବଙ୍ଗୋ ମୁଣ୍ଡାକୁ ବିକ୍ରି କରିଛନ୍ତି। ଏଥିରୁ ଜଣା ପଡୁଛି ଯେ ନକଲି ଦଲିଲ ତିଆରି କରି ଜମି ଚୋରି ଚାଲିଚି ।ନିଜର ଜମି ଆମର କୌଣସି ପରିବାର ଲୋକଙ୍କ ଅଜାଣତରେ କିପରି ବିକ୍ରି ହେଲା ? ଅଲଗା ଲୋକଙ୍କ ନାଁ ରେ ପଟା କିପରି ହେଲା ? ସେ ବିଷୟରେ ଲିଖିତ ଅଭିଯୋଗ କରି ଏକ ପତ୍ର ଲେଖି ତହସିଲଦାର ଶ୍ରୀମତି ସୋନାଲି ପାତ୍ରଙ୍କୁ ଦେଇଛନ୍ତି ସଜ୍ଜନ କମାନି।

ଏଠାରେ ପ୍ରଶ୍ନ ଉଠେ ଯେ ଜମି ମାଲିକଙ୍କ ଜମି ତାଙ୍କର ଅଜାଣତରେ କିପରି ବିକ୍ରି ହେଲା ? ଆର ଆଇ ଅଫିସରୁ କିଛି ବି ନୋଟିସ ସେମାନେ ପାଇ ନାହାନ୍ତି, ବିନା ତର୍ଜମାରେ କି ବିନା ଅନୁସନ୍ଧାନ କରି ୪୭ ବର୍ଷ ପରେ କିପରି ସେ ଲୋକ ପଟା ପାଇଲା ? ଜମିର ମାଲିକ କିଛି ବୁଝି ପାରୁନାହାଁନ୍ତି। କିଛି ଦିନ ପୂର୍ବରୁ ବଲାଙ୍ଗିରରେ ଏଭଳି ଠକାମୀ କରି ତହସିଲଦାର ଜେଲ ଯାଇଥିବା ବେଳେ ମୁରିବହାଲ ତହସିଲରେ ଆଉ ଏକ ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକଙ୍କ ମନରେ ଏବେ ସନ୍ଦେହ ସୃଷ୍ଟି ହେଉଛି ଯେ ତାଙ୍କ ଜମି ସୁରକ୍ଷିତ ତ !

Related Post

କଂଗ୍ରେସ ପକ୍ଷରୁ ବନ୍ଦ ପାଳନ

Posted by - November 27, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)କେନ୍ଦ୍ରସରକାରଙ୍କ ଜନମାରଣ ନିତି ଓ ଶ୍ରମିକ କୃଷକ ବିରୋଧୀ ନିତି ପ୍ରତିବାଦରେ ଆଜି ସାରା ଦେଶରେ ୨୪ ଘଂଟିଆ ବନ୍ଦ ପାଳନ ପାଇଁ…

ମଧ୍ୟାହ୍ନଭୋଜନ ଟଙ୍କା ପ୍ରଦାନରେ ଜାଲିଆତି , ଶିଷ୍ୟଙ୍କ ଟଙ୍କା ଖାଇଗଲେ ଗୁରୁ , ଟଙ୍କା ହେରଫେର ନେଇ ସ୍କୁଲରେ ପଡିଲା ତାଲା

Posted by - September 24, 2022 0
ବୌଦ୍ଧ: (ଚିତ୍ତ ରଞ୍ଜନ ସିଂ) ମହାମାରୀ କରୋନା ସମୟରେ ସମସ୍ତ ବିଦ୍ୟାଳୟରେ ପାଠପଢା ଠପ ହୋଇଯାଈଥିଲା ଏହା ସହ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ମଧ୍ୟ ବନ୍ଦଥିଲା । ଲୋକଙ୍କ…

ଭକ୍ତମାନଙ୍କ ଭାବନାକୁ ରାଜ୍ୟ ସରକାର ଗ୍ରହଣ କଲେନି,ଏଭଳି ଘଟଣା ଆମ ପାଇଁ ନୂଆ :-ମହାରାଜା ଦିବ୍ୟସିଂହ ଦେବ

Posted by - June 19, 2020 0
ପୁରୀ : ଦୀର୍ଘ ସାଢ଼େ ତିନି ଘଣ୍ଟା ଧରି ଶ୍ରୀମନ୍ଦିରର ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା ସମିତିର ମଧ୍ୟରେ ବୈଠକ ଚାଲିବା ପରେ ବକ୍ତବ୍ୟ ରଖିଛନ୍ତି…

ଏସ୍.ବି.ଆଇ ଅଧିକାରୀଙ୍କ ବିରୁଦ୍ଧରେ ଠକେଇ ଓ ଦୁର୍ନୀତି ଅଭିଯୋଗ

Posted by - October 22, 2021 0
ଭୁବନେଶ୍ବର,ତା ୨୨.୧୦ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କିଛି ଅସାଧୁ ଅଧିକାରୀଙ୍କ ବିରୁଦ୍ଧରେ ଗୁରୁତର ଠକେଇ ଓ ଦୁର୍ନୀତି ଅଭିଯୋଗ କରାଯାଇଛି। ଭୁବନେଶ୍ବର ରୋଟାରୀ କ୍ଲବ ଇକୋର…