Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଦୁର୍ଘଟଣା ରେ ଆହତ ଯୁବକଙ୍କ ମୃତ୍ୟୁ

45 0

ବୌଦ୍ଧ: ୧୬/୭ ( ଚିତରଞ୍ଜନ ସିଂ) ଖୋର୍ଦ୍ଧା-ବଲାଙ୍ଗୀର :୫୭ ନମ୍ୱର ଜାତୀୟ ରାଜପଥ ବୌଦ୍ଧ ଥାନା ବାମଣ୍ଡା ମେହୁରୁଣୀ ପୋଲ ନିକଟରେ  ସ୍କୁଟି ଓ ଅଜଣା ଗାଡି ସହ ଧକ୍କା ହୋଇ ଆହତ ହୋଇଥିବା ଯୁବକ ପ୍ରମୋଦ ଚାନ୍ଦ (୬୨)ଙ୍କ ବୁର୍ଲା ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ଅବସ୍ଥା ରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନା ଥାଉକି ପ୍ରମୋଦ ଚାନ୍ଦ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ କୁ ନିଜ ପୁଅ ସୁଶାନ୍ତ ଚାନ୍ଦ ଙ୍କ ସହ  ଜିଲାପାଳ ଙ୍କ ଅଭିଯୋଗ ଶୁଣାଣି କୁ ଆର୍ଥିକ ସହାୟତା ପାଇଁ ନିବେଦନ କରି ସ୍କୁଟିଯୋଗେଘରକୁ ଫେରୁଥିବା ସମୟରେ  ବାମଣ୍ଡା ମେହେରୁଣୀ ପୋଲ ନିକଟରେ ଏକ ଅଜଣା ଗାଡି ପଛପଟୁ ଧକ୍କା ଦେଇ ପଳାଇଥିଲା ।

ଫଳରେ ଘଟଣା ସ୍ଥଳରେ ଉଭୟ ବାପା ପୁଅ ରାସ୍ତା ତଳକୁ ଛିଟିକି ପଡ଼ିଥିଲେ । ପରେ ସ୍ଥନିୟ ଲୋକଙ୍କ ସାହାଯ୍ୟ ରେ ଉଭୟଙ୍କୁ ପୁରୁଣା କଟକ ମେଡ଼ିକାଲ ଅଣାଯାଇଥିଲା ପରେ ପ୍ରମୋଦ ଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ମେଡ଼ିକାଲ ପଠାଯାଇଥିବା ବେଳେ ସେଠାରେ ଚିକିତ୍ସା ଧୀନ ଅବସ୍ଥା ରେ ଶନିବାର ଦିନ ମୃତ୍ୟୁ ବରଣ କରିଥଵା ଜଣାପଡିଛି ।

Related Post

ଶିଶୁ ପାଇଁ ଦିନ ଟିଏ ପାଳିତ ହୋଇଯାଇଛି

Posted by - December 25, 2021 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ପରିସର ରେ ଶିଶୁପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଡିପିଓ ପ୍ରମିଲା ମହାନ୍ତି ଙ୍କ ସଭାପତିତ୍ୱ ରେ…

ଆସନ୍ତାକାଲି ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ବେକାରୀ ଯୁବକ ଯୁବତୀ ଙ୍କ ପାଇଁ ନିଯୁକ୍ତି ମେଳା

Posted by - February 18, 2020 8
ଯାଜପୁର:୧୮/୦୨(ଆନନ୍ଦ ଚନ୍ଦ୍ର ସାହୁ)ଆସନ୍ତାକାଲି ଯାଜପୁର ଜିଲା ପ୍ରଶାସନ ଏବଂ ନିୟୋଜନ ବିଭାଗ ପକ୍ଷରୁ ବେକାରୀ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବା ପାଇଁ ଆୟୋଜନ କରିବାକୁ ଯାଉଛି…

ବିଦ୍ୟୁତ ଖୁଣ୍ଟ ଶସ୍ପର୍ସ ରେ ଆସି କୁନି ଝିଅ ର ଜୀବନ ଚାଲିଗଲା

Posted by - October 13, 2021 0
ବରଗଡ:ବରଗଡ ଜ଼ିଲ୍ଲା ଅଧିନସ୍ଥ ବିଜେପୁର ନିର୍ବାଚନ ମଣ୍ଡଳୀ ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ଗ୍ରାମପଞ୍ଚାୟତ ଜନକେଡ଼ା ଗ୍ରାମ ରେ ବିଦ୍ୟୁତ ବିଭାଗର ଅପାରଗତା ତଥା ବିଦ୍ୟୁତ ବିଭାଗର…

ଦୀର୍ଘ ୩ ବର୍ଷ ଧରି ପିଜି ପରୀକ୍ଷାରୁ ବଞ୍ଚିତ ଛାତ୍ର ଛାତ୍ରୀ ପୁଣିଥରେ ଭେଟିଲେ ଜିଲ୍ଲାପାଳଙ୍କୁ 

Posted by - July 29, 2021 0
ଯାଜପୁରଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଦଶରଥପୁର ବ୍ଲକ ଅଧିନସ୍ଥ ଚିତାଳ ମହାବିଦ୍ୟାଳୟର ପି ଜି ଛାତ୍ରଛାତ୍ରୀ ୨୦୧୭–୧୮ ରେ ନୂଆକରି ପିଜି ଖୋଲିଥିବା ଚିତାଳ ମହାବିଦ୍ୟାଳୟରେ ଫିଜିକ୍ସ ଏବଂ ଓଡ଼ିଆରେ ନାମ ଲେଖାଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ପ୍ରତିବର୍ଷ ୩୨ଜଣ ଲେଖାଏଁ ନାମ ଲେଖାଇ ଥିଲେ ମଧ୍ୟ ଆଜି ଯାଏ ପରୀକ୍ଷା ଦେବାରୁ ବଂଚିତ ହେଉଛନ୍ତି ଛାତ୍ର ଛାତ୍ରୀ । ମୋଟା ଅଙ୍କର ପଇସା ନେଇ ଆଡ୍ମିସନ ଦେଇଥିବା କଲେଜ କିନ୍ତୁ ଏବେ ବିଶ୍ୱ ବିଦ୍ୟାଳୟର ଦୋଷଦେଇ ପିଲା ମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି । ପୁର୍ବରୁ ଛାତ୍ର ଛାତ୍ରୀ ମାନେ ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଭେଟିବା ପରେ ଉପଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲାIମାତ୍ର କୌଣସି ସୁଫଳ ନମିଳିବାରୁ ପୁନର୍ବାର ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ନ୍ୟାୟ ଭିକ୍ଷା କରିଥିଲେ  ଜିଲ୍ଲାପାଳ ସେମାନଙ୍କୁ ତିନି ସପ୍ତାହ ମଧ୍ୟରେ ତଦନ୍ତ କରି ନ୍ୟାୟ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ଦୀର୍ଘ ୪୦ ବର୍ଷ ପରେ କେସିଙ୍ଗା ମହାବିଦ୍ୟାଳୟକୁ ମିଳିଲା ପଟ୍ଟା

Posted by - May 11, 2022 0
କେସିଙ୍ଗା : (ପୀତେଶ ପଟେଲ ) କେସିଙ୍ଗା ଅଞ୍ଚଳର ପୂରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ତଥା ବୁଦ୍ଧିଜୀବୀମାନଙ୍କ ଦୀର୍ଘ ଦିନର ଦାବି ଆଜି ପୂରଣ ହୋଇଛି। ସରକାରଙ୍କ…