ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ

33 0

ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଜିଲ୍ଲାପାଳ ଅଵୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଖରିଫ୍ ରୁତୁ ପାଇଁ ଧାନ ଏବଂ ସମସ୍ତ ପ୍ରକାର ଅଣଧାନ ଚାଷ ସହିତ ବିହନ ସାର କୀଟନାଶକ ଯୋଗାଣ ,ଜଳ ପରିଚାଳନା, ମୃତ୍ତିକା ପରୀକ୍ଷଣ, କୃଷି ଉଦ୍ୟୋଗ ସ୍ଥାପନ ଇତ୍ୟାଦି ସମସ୍ତ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା I

ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରମାକାନ୍ତ ଦିଗାଲ ସମସ୍ତଙ୍କୁ ସ୍ଵାଗତ କରି ସଭାର ଆଭିମୁଖ୍ୟ ଏବଂ ଜିଲ୍ଲାର କୃଷିକ୍ଷେତ୍ରରେ ବିଗତ ବର୍ଷର ସଫଳତା ଓ ଆସନ୍ତା ଖରିଫ୍ ରୁତୁ ପାଇଁ ବିଭିନ୍ନ କ୍ଷେତ୍ରରେ ଲକ୍ଷ୍ୟ ଧାର୍ଯ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ l ଏହି ରୁତୁରେ ଜିଲ୍ଲାରେ ଧାନ ୭୦୫୦୦ ହେକ୍ଟର , ଡାଲି ୧୫୮୦୦ ହେକ୍ଟର,ତୈଳବୀଜ ୩୨୯୦ ହେକ୍ଟର,କପା ୭୩୪୦ ହେକ୍ଟର, ପନିପରିବା ୨୮୮୩୦ ହେକ୍ଟର, ମସଲା ୧୦୦୦ ହେକ୍ଟର ଏବଂ ଆଖୁ ୪୦ ହେକ୍ଟର ଜମିରେ ଚାଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି l କୃଷି ଏବଂ ଆନୁସଙ୍ଗିକ ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ ଜିଲ୍ଲାରେ ଅଣଧାନ ଯଥା କପା, ଡାଲି, ତୈଳବୀଜ,ପନିପରିବା ,କଦଳୀ, ଛତୁ ଚାଷ ଓ ଉଦ୍ୟାନକୃଷି ଉପରେ ଗୁରୁତ୍ୱାରୋପ କରିଥିଲେ l

ଏହାଦ୍ୱାରା ଚାଷୀ ମାନଙ୍କ ଆର୍ଥିକ ଉନ୍ନତି ହୋଇପାରିବ ବୋଲି ଆଶା ବ୍ୟକ୍ତ କରିଥିଲେ l ଏହା ସହିତ ଜିଲ୍ଲାରେ ମୃତ୍ତିକା ପରୀକ୍ଷଣ କୁ ବ୍ୟାପକ କରିବା ସହିତ ବିଭିନ୍ନ ବର୍ଗର ହିତାଧିକାରୀ ମାନେ କୃଷି ଉଦ୍ୟୋଗ ସ୍ଥାପନା କରିବା ରେ ସହଯୋଗ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ସମସ୍ତ ଅଧିକାରୀ ମାନଙ୍କୁ ପରିସଂଖ୍ୟାନ କେବଳ କାଗଜପତ୍ର ରେ ସୀମିତ ନ ରଖି ପ୍ରକୃତରେ କାର୍ଯ୍ୟକ୍ଷେତ୍ରରେ ପ୍ରଦର୍ଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ଏହା ସହିତ ଜିଲ୍ଲାର କୃଷକମାନେ ସାର ଯୋଗାଣ ଓ ଜଳସେଚନ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧାର ନିରାକରଣ କରିବା ପାଇଁ ଆନ୍ତରିକତା ସହିତ ପ୍ରଚେଷ୍ଟା କରିବା ପାଇଁ କହିଥିଲେ l

Related Post

ଭୁବନେଶ୍ୱର ମହାନଗର ନିଗମ “ଶିକ୍ଷା ଶିଖର” ଅନଲାଇନ ସଭା

Posted by - October 15, 2020 0
ଭୁବନେଶ୍ୱର:ଗତ ଅକ୍ଟୋବର ୮ ତାରିଖରେ  ମହାନଗର ନିଗମ ସ୍ତରୀୟ ମନୋନୀତ ଉଚ୍ଚ ବିଦ୍ୟାଳୟ ମାନଙ୍କ ର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀ ଓ ଆଞ୍ଚଳିକ…

ଶିଶୁ ନିର୍ଯାତନା,ଶିଶୁ ଅଧିକାର ଓ ଯୌନ ନିର୍ଯାତନା ସମ୍ପର୍କରେ ସଚେତନତା ତାଲିମ କାର୍ଯ୍ୟକ୍ରମ

Posted by - December 22, 2021 0
ବାଲିଆପାଳ:ଶିଶୁ ଯୌନ ନିର୍ଯାତନା,ଶିଶୁ ଅଧିକାର ଓ ସୁରକ୍ଷା ଉପରେ ସଚେତନତା ତାଲିମ କାର୍ଯ୍ୟକ୍ରମ ମଙ୍ଗଳବାର ବାଲିଆପାଳ ବ୍ଲକ ସଭା ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ବାସ ସ୍ୱେଚ୍ଛାସେବୀ…

ଓଡିଶା “ମୋ ପରିବାର”ଜୀବନବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - July 27, 2021 0
ଖୋର୍ଦ୍ଧା:(ଶୁଭଲକ୍ଷ୍ମୀ ସମନ୍ତରା )ରାଜ୍ୟର ରକ୍ତ ଅଭାବ ଦୂର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଓଡିଶା-“ମୋ ପରିବାର” -ଜୀବନବିନ୍ଦୁ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଶ୍ରୀ…

ମୁନିଗୁଡା ବ୍ଲକ ର ବିଭିନ୍ନ ସ୍ଥାନରେ ୭୬ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ

Posted by - August 18, 2022 0
ମୁନିଗୁଡା:(ରମାକାନ୍ତ ପଡାଲ) ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ର ବିଭିନ୍ନ ସ୍ଥାନରେ 76ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ କରାଗଲା l ଆମ୍ଳାଭଟ୍ଟା ପଞ୍ଚାୟତ ର ସାମନ୍ତ…

ଫୁଲଝରି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ

Posted by - August 13, 2021 0
ହରଭଙ୍ଗା:(ଚିତ୍ତରଂଜନସିଂ) ହରଭଂଗା ବ୍ଳକ ପୁରୁଣାକଟକ କ୍ଲଷ୍ଟର ଅନ୍ତର୍ଗତ ଫୁଲଝରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ, ଜୋତା ଓ ମୋଜା ବଣ୍ଟନ କରା ଯାଇଥିଲା…