ସୋନପୁର:(ଅଜିତ କୁମାର ପୂଜାହାରୀ)ହାଇୱା ରେ ମାଟି ଚୋରା ଚାଲାଣ ହେଉଥିବା ବେଳେ ଧରାପଡ଼ିବା ବେଳେ ୧ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିଛି l ଯାହାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ର ବିଷୟ ପାଲଟିଛି l ଏପରି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଖାରୀ ଗ୍ରାମ ନିକଟରେ l
ସୋନପୁର ଉପଜିଲ୍ଲାପାଳ କୌଣସି ସୂତ୍ର ରୁ ଖବର ପାଇ ଖାରୀ ନିକଟ ରେ ଚଢ଼ାଉ କରି ବିନା ଅନୁମତି ପତ୍ରରେ ମାଟି ଚାଲାଣ ହେଉଥିବା ନେଇ ୧ ଲକ୍ଷ ଟଙ୍କା ଜୋରିମାନା କରୁଥିବା ଜଣାଯାଇଛି l
ସୂଚନା ଅନୁଯାୟୀ ବିନା ଅନୁମତି ପତ୍ରରେ ସୁବର୍ଣ୍ଣପୁର ଜିଲ୍ଲା ର ଖାରୀ ନିକଟରୁ ମାଟି ଚାଲାଣ କରୁଥିବା ସମୟରେ ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଚଢ଼ାଉ କରି ଏକ ହାଇୱା ଠାରୁ ଏକ ଲକ୍ଷ ଟଙ୍କା ବେନିୟମ ମାଟି ଚାଲାଣ ନିମନ୍ତେ ଜୋରିମାନା କରିଥିବା ଜଣାପଡ଼ିଛି l