କେନ୍ଦୁଝର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ଶ୍ରମିକ ଙ୍କ ବିକ୍ଷୋଭ ସମାବେଶ

1807 165

କେନ୍ଦୁଝର,୨୪/୯ କେନ୍ଦୁଝର ଜିଲ୍ଲାର ନିର୍ମାଣ ଶ୍ରମିକ ମାନଙ୍କର ବିଭିନ୍ନ ଦାବିନେଇ ଆଜି କେନ୍ଦୁଝର ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଏକ ବିଶାଳ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭ ରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରାୟ ୩ହଜାର ଶ୍ରମିକ ମାନଙ୍କର ଏକ ବିଶାଳ ପଟୁଅାର କାଳି ପଡ଼ିଆ ନିକଟରୁ ବାହାରିଥିଲା।ଏହି ଶୋଭାଯାତ୍ରା ରେ ଓଡ଼ିଶା ନିର୍ମାଣ ଶ୍ରମିକ ସଂଘ ଏ. ଆଇ. ଟି. ୟୁ ସି ସହ ଜିଲ୍ଲାର ନିର୍ମାଣ ଶ୍ରମିକ ମାନଙ୍କର ଅନ୍ୟ ଅନ୍ୟକ ଶ୍ରମିକ ସଂଗଠନ ଯଥା ଲିଭୋଲିସନ ଶ୍ରମିକ ସଂଘ ମା କିଚ଼କେଶ୍ବରୀ ଶ୍ରମିକ ସଂଘ ଓମ ସାଇ ଶ୍ରମିକ ସଂଘ ଆଦି ସଗଠନ ର ସଭ୍ୟମାନେ ଯୋଗଦେଇଥିଲେ।ଶୋଭାଯାତ୍ରା ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ଜିଲ୍ଲା ସଭାପତି ସାଧି ବିଦ୍ୟାଧର ମହାନ୍ତ ଙ୍କ ସଭାପତିତ୍ବରେ ବିକ୍ଷୋଭ ସଭା ଆରମ୍ଭ ହୋଇଥିଲା।ଏହି ସମାବେଶରେ ଏ ଆଇ ଟି ୟୁ ସିର ରାଜ୍ୟ ସଂମ୍ପାଦକ ସାଥି ମହେଶ୍ଵର ରାଉତ ଯୋଗଦେଇ କେନ୍ଦ୍ର ସରକାର ଙ୍କ ଶ୍ରମ ଆଇନ ସଂଶୋଧନ କୁ ବିରୋଧ କରିଥିଲେ।

ସମାବେଶର ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ଜିଲ୍ଲା ସଂମ୍ପାଦକ ସାଥି ଅର୍ଜୁନ ଚ଼ରଣ ମହାନ୍ତ,ସାଥୀ ମହେଶ୍ବର ନାୟକ,ସାଥୀ କ୍ଷୀରୋଦ ମହାନ୍ତ,ସାଥୀ କୈାଳାଶ ଦାସ,ସାଥୀ ଶ୍ରୀହରି ଘଣା,ସାଥି ହୃଦାନନ୍ଦ ପ୍ରଧାନ,ସାଥି ବିଦିତ୍ ମହାନ୍ତି,ସାଥୀ ରଙ୍ଗାଧର ପାତ୍ର,ସାଥୀ ପଦ୍ମା ନାଏକ,ଜନନୀ ବେହେରା,ଖଗେଶ୍ବର ମହାନ୍ତ,ଗୀତାଞ୍ଜଳୀ ପ୍ରଧାନ,ତ୍ରିଲୋଚ଼ନ ମହାନ୍ତ,କବିତା ମହାନ୍ତ,ରିତୁ ପ୍ରସାଦ,ଆଦି ଶ୍ରମିକ ନେତା ମାନେ ସହ ବୋଧନ ଦେଇଥିଲେ।ଦାବି ଗୁଡ଼ିକ ମଧ୍ୟରେ ପ୍ରସ୍ତାବିତ ୱେଜ କୋର୍ଡ଼ ବିଲକୁ ପ୍ରତ୍ୟାହାର କରିବା ନିର୍ମାଣ ଶ୍ରମିକ ମାନଙ୍କର ବାକିଥିବା ସହାୟତା ରାଶି ଓ ଉପକରଣ ତୁରନ୍ତ ପ୍ରଦାନ କରିବା ନିର୍ମାଣ ଶ୍ରମିକ ଙ୍କୁ ମାସିକ ୬୦୦୦ଟଙ୍କା ପେନସନ ପ୍ରଦାନ କରିବା କନ୍ୟା ସନ୍ତାନ ବିବାହ ସହାୟତା ରାଶି ୧ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ମହିଳା ଶ୍ରମିକ ଙ୍କୁ ୬ମାସର ପ୍ରସୂତି କାଳୀନ ସହାୟତା ରାଶି ପ୍ରଦାନ କରିବା ସମସ୍ତ ନିର୍ମାଣ ଶ୍ରମିକ ଙ୍କୁ ଇ ପି ଏଫ ଓ ଇସ. ଆଇ. ସି ଯୋଜନାରେ ସାମିଲ କରିବା ଦୁର୍ଘଟଣା ମୃତ୍ୟୁ ସହାୟତା ୮ଲକ୍ଷ ଟଙ୍କା ଦୁର୍ଘଟଣା ଜନିତ ଅକ୍ଷମତା ପାଇଁ ୩ଲକ୍ଷ ଟଙ୍କା ଓ ସାଧାରଣ ମୃତ୍ୟୁପାଇଁ ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ ଖାଲି ପଡ଼ିଥିବା ପଦବୀ ପୂରଣ ସହ ଅଧିକ କର୍ମଚ଼ାରୀ ନିଯୁକ୍ତି ଆଦି ଅନ୍ତର୍ଭୁକ୍ତ ଭିକ୍ଷୋବ ଶେଷରେ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଏକ ଦାବୀ ପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି।

Related Post

ଭାଇରାଲ ହୋଇଥିବା ଭିଡିଓ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଲେ ପ୍ରମିଳା ମଲ୍ଲିକ

Posted by - February 13, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ନିର୍ବାଚନ ପ୍ରଚାର ସମୟ ରେ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଭୋଟରଙ୍କୁ ପ୍ରଭାବିତ କରିବା ନେଇ ଭାଇରାଲ ହୋଇଥିବା ଭିଡିଓ ସମ୍ପର୍କରେ…

ନବରଙ୍ଗପୁର ଜିଲ୍ଲା କଂଗ୍ରେସର ପବିତ୍ର ମାଟି ଓ ପାଣି ସଂଗ୍ରହ

Posted by - December 28, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ପୂର୍ବ ନିର୍ଦ୍ଧାରିତ ପ୍ରକାରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ପବିତ୍ର ମାଟି ଓ ପାଣି ସଂଗ୍ରହ କରିଛି।ଯାହାକି ନୂଆ ଦିଲ୍ଲୀ ଠାରେ ଶ୍ରୀ ରାହୁଲ…

ବୌଦ୍ଧ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ପାଇଁ କନ୍ଧମାଳ ସାଂସଦ ଅଚ୍ୟୁତସାମନ୍ତଙ୍କ କୃତଜ୍ଞତା…

Posted by - June 12, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)କନ୍ଧମାଳ ସାଂସଦ ଡଃ ଆଚ୍ୟୁତସାମନ୍ତ ପଶ୍ଚିମଓଡ଼ିଶା ବିକାଶ ପରିଷଦ ବୈଠକରେ ଯୋଗ ଦେଇଥିଲେ।ପଶ୍ଚିମଓଡ଼ିଶା ତଥା ବିଶେଷତଃ କନ୍ଧମାଳ ସାଂସଦିୟ କ୍ଷେତ୍ରରେ ବୌଦ୍ଧ ଜିଲ୍ଲାର ସାମଗ୍ରିକ ବିକାଶ…

ବିଜୁ ଛାତ୍ର ଜନତା ଦଳର ମାଥିଲି ବ୍ଲକ ସ୍ତରୀୟ କର୍ମକର୍ତ୍ତା ବୈଠକ

Posted by - August 9, 2021 0
ମାଥିଲି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ତରଫରୁ ମାଥିଲି ବ୍ଲକ ସ୍ତରୀୟ କର୍ମକର୍ତ୍ତା ବୈଠକ ଅପରାହ୍ନ ତିନିଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସ୍ୱର୍ଗତ…

ବିଜେଡିରେ ନୂଆ ନିଯୁକ୍ତି, ଖୋର୍ଦ୍ଧା ସାଂଗଠନିକ ଜିଲ୍ଲା ସଭାପତି ହେଲେ ବିଭୂତି ବଳବନ୍ତରାୟ

Posted by - November 9, 2021 0
ଭୁବନେଶ୍ୱର:ଖୋର୍ଦ୍ଧା ସାଂଗଠନିକ ଜିଲ୍ଲା ପାଇଁ ନୂଆ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ବିଭୂତି…

There are 165 comments

  1. Pingback: 3remember

Leave a comment

Your email address will not be published.