ରିପୋଟ -ସ୍ନେହାଂଶୁ ଶେଖର ମହାନ୍ତି
ବରୀ:୨୪/୯ ବ୍ଲକ ର ବାଇଶିରିଆ ରେ ପଞ୍ଚାୟତ ସ୍ତରୀୟ ଆଭିଯୋଗ ଶୁଣିଣି ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ବାଇଶିରିଆ , ଆଟିରl , ଓ କିମ୍ଭିରିଆପାଳ ପଞ୍ଚାୟତ ର ଲୋକଙ୍କ ଅଭିଯୋଗକୁ ବରୀ ବିଡ଼ିଓ ଶୁଭଶ୍ରୀ ତ୍ରିପାଠୀ ଶୁଣିଥିଲେ ବିଡିଓ ଭାବେ ଯୋଗ ଦେବା ପରେ ଅଭିଯୋଗ ଶୁଣାଣୀ ଶିବିର ଏଥର ପଞ୍ଚାୟତ ସ୍ତରୀୟ ହେବ ବୋଲି ସେ ପ୍ରକାଶ କରିଥିଲେ । ଯାହା ପାଇଁ ଜନସାଧାରଣ ଲୋକ ଏଭଳି ପଦକ୍ଷେପ ପାଇଁ ବହୁ ଖୁସୀ ପ୍ରକଟ କରିଛନ୍ତି ।ବରୀ ବିଡିଓଙ୍କ ସୁଚନା ଅନୁଯାୟୀ ଉକ୍ତ ଶିବିର ରେ ତିନି ପଞ୍ଚାୟତ ରୁ ବହୁ ଲୋକ ବାର୍ଦ୍ଧକ୍ୟ, ବିକଳାଙ୍ଗ, ବିଧବା ଭତା , ମଧୁବାବୁ ପେନସନ ଯୋଜନା ମାଧ୍ୟମରେ ଆବେଦନ କରିଛନ୍ତି । ବ୍ଲକ ଅଫିସ ରେ ତର୍ଜମା କରିବା ପରେ ସେମାନଙ୍କୁ ତୁରନ୍ତ ଉକ୍ତ ଯୋଜନା ଅନୁଯାୟୀ ଭତ୍ତାପ୍ରଦାନ କରାଯିବ ବୋଲି ସେ ସୁଚନା ଦେଇଛନ୍ତି ।ଅପରପକ୍ଷରେ ବାଈଁଶିରିଆ ପଞ୍ଚାୟତ , କିମ୍ବିରିଆପାଳ ପଞ୍ଚାୟତ ଅଟିରା ପଞ୍ଚାୟତ ର ବହୁ ହିତାଧିକାରୀ ଙ୍କ ଭିଡ ଯୋଗୁ ଲୋକମାନଙ୍କ ମଧ୍ୟରେ ଜୋରଦାର ଆଗ୍ରହ ପ୍ରକାଶ ପାଇଥିଲା ।ସରପଂଚ ପ୍ରତିନିଧି ନରହରି ପରିଡା , ବାଈଁଶିରିଆ ସରପଂଚ ପ୍ରତିନିଧି ବାସୁଦେବ ସାହୁ ଲୋକକୁଂ ବୁଝାସୁଝା କରି ଧାଡିରେ ଆସି ଅଭିଯୋଗ ଜଣାଇବାକୁ ଲୋକମାନକୁ କହିଥିଲେ । ବରୀ ବିଡିଓଙ୍କ ଏ ପରି ପଦକ୍ଷେପ ଙ୍କୁ ଲୋକମାନେ ସlବlଷୀ ଦେଇଥିଲେ ।
ଜନ ଶୁଣାଣୀ ଶିବିରରେ ବିଡିଓ ଡକ୍ଟର ଶୁଭଶ୍ରୀ ତ୍ରିପାଠୀ, ଯୋଗାଣ ନିରୀକ୍ଷକ ପ୍ରଶାନ୍ତ କୁମାର ନାୟକ, ବ୍ଲକ ସମାଜିକ ସୁରକ୍ଷା ଅଧିକାରୀ ସହଦେବ ବେହେରା, ପଞ୍ଚାୟତ ନିର୍ବାହି ଅଧିକାରୀ ମନୋରଞ୍ଜନ ସେଠୀ, ଉଦ୍ଧବ ବିଶ୍ଵାଳ, ରାମଚନ୍ଦ୍ର ପାଲ, Grs ସଂଜୀବ କୁମାର ପୃଷ୍ଟି, ତନ୍ମୟ ପରିଡା ପ୍ରମୁଖ ଉପସ୍ଥିତ ଥିଲେ.

ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
Facebook Notice for EU!
You need to login to view and post FB Comments!