ବିକାଶ କଲେଜ ପକ୍ଷରୁ ଚଳିତ ମାଟ୍ରିକ ଗ୍ରେଡ ୧ କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

66 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭବାନୀପାଟଣା ସ୍ଥିତ ବିକାଶ ହାୟର ସେକେଣ୍ଡାରୀ ସ୍କୁଲ ପକ୍ଷରୁ ଚଳିତ ମାଟ୍ରିକ ପରୀକ୍ଷା ରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ଉତିର୍ଣ୍ଣ ହୋଇଥିବା ଜିଲ୍ଲାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ମାନପତ୍ର ଦେଇ ସମ୍ମାନୀତ କରାଯାଇଛି ।

ବିକାଶ ଉଇସଡମ୍ ପାର୍କ ପରିସରରେ କଲେଜର ଅଧକ୍ଷ ଯୁବରାଜ ନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିଭାବେ ବିକାଶ ଅନୁଷ୍ଠାନ ବରଗଡ଼ ର ପରିଚାଳନା ନିର୍ଦେଶକ ଜି ଭାସ୍କର ରାଓ, ଡ଼ା ଏନ ପଣ୍ଡା, ଡ଼ି ଶ୍ୟାମ, ଡ଼ି ରାମ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ସମ୍ମାନିତ କରିଥିଲେ ।

ମେଧାବୀ ଛାତ୍ର ଛାତ୍ରୀ ମାନେ ଉଚ୍ଚ ଶିକ୍ଷା କିପରି ପାଇପାରିବେ ଏବଂ ନିଜ ଉଜ୍ଜଳ ଭବିଷ୍ୟତ ଗଠନ କରିବା ସହ ଦେଶ ଓ ଜାତିର ବିକାଶରେ ସହଯୋଗ କରିପାରିବେ ସେନେଇ ଉପସ୍ଥିତ ଅତିଥିମାନେ ମାର୍ଗ ଦର୍ଶନ କରିଥିଲେ । ଏଥିରେ ସ୍କୁଲର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିବା ବେଳେ ଶେଷରେ ଅଶ୍ବିନୀ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Related Post

ନବରଙ୍ଗପୁର ପୁରୁଣା ଜେଲ ରେ କ୍ରାନ୍ତି ଦିବସ ପାଳନ

Posted by - August 9, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଆଜି ନବରଙ୍ଗପୁର ତୋହସିଲ କାର୍ଯ୍ୟାଳୟ ପରିସର ରେ ଥିବା ପୁରୁଣା ଜେଲ ରେ ସହିଦ ସୃତି କମିଟି ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।…

ପୌରନିର୍ବାଚନ ପରିଚାଳନା ତାଲିମ ଶିବିର

Posted by - March 16, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ର ସୋନପୁର ମ୍ୟୁନିସିପାଲିଟି,ବିନିକା ଏନଏ ସି, ଓ ତରଭା ଏନ୍‌ଏସି ରେ ନିର୍ବାଚନ ପରିଚାଳନା ପାଇଁ ଆଜି ଏକ ତାଲିମ ଶିବିର…

ବର୍ଷେ ହେଲା କାମକରି ଶ୍ରମିକ ପାଉଣା ପାଇ ନ ଥିବା ଅଭିଯୋଗ

Posted by - January 12, 2022 0
ଖପ୍ରାଖୋଲ: ୧୨/୧(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଂଚାୟତ ଆମ୍ବବାହାଲି ଗାଁ ରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ…