Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ବର୍ଷାରେ ଧୋଇଗଲା ହାଲେରଯୋର ଅସ୍ଥାୟୀ ପୋଲ ଧର୍ମଗଡ଼ -ଜୁନାଗଡ ପରିବହନ ବିଚ୍ଛିନ୍ନ

243 0

ଧର୍ମଗଡ: (ହେମନ୍ତ କୁମାର ମାଝୀ)ଗତ ଦୁଇ ଦିନ ଧରି ହେଉଥିବା ଲଗାଣ ବର୍ଷାରେ ବଡବସୁଲ ହାଲେରଯୋର ଅସ୍ଥାୟୀ ପୋଲ ଧୋଇ ହେବା ଯାଇଛି । ଫଳରେ ଧର୍ମଗଡ-ଜୁନାଗଡକୁ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି । ଲଗାଣ ବର୍ଷା ଯୋଗୁଁ ନଦୀ ନାଳ ଫୁଲି ରହିଛି । ବିଗତ ଦିନମାନଙ୍କରେ ବି ଅଳ୍ପ ବର୍ଷାରେ ହାଲେରଯୋର ଫୁଲି ରହିବା ସହ ପୋଲ ଉପରେ ପାଣି ବୋହିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥାଏ ।

ତେଣୁ ଅନେକ ସମୟରେ ଏହାର ଉଚ୍ଚତା ବଢେଇବକୁ ଦାବୀ ହୋଇ ଆସୁଥିଲା। ବର୍ଡମାନ ବଲଧିଆମାଲ-ଧର୍ମଗଡ ଭାୟା ଛତିଶଗଡ଼ ସୀମାରେ ଥିବା ସନ୍ଧିକୁଲିଆରୀ କୁ ସଂଯୋଗ କରୁଥିବା ୧୩୦(ସି) ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ନିର୍ମାଣ ଦାୟିତ୍ବରେ ଥିବା ଠିକା ସଂସ୍ଥା ତରଫରୁ ଏହି ପୋଲ କାମ ନିର୍ମାଣଧୀନ ରହିଛି । ଏଥିପାଇଁ ଠିକା ସଂସ୍ଥା ପକ୍ଷରୁ ଏକ ଡାଇଭରସନ ବା ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା।

କିନ୍ତୁ ପ୍ରଥମ ବର୍ଷାରେ ଏହି ଅସ୍ଥାୟୀ ପୋଲ ଧୋଇ ହୋଇଯାଇଛି । ଫଳରେ ଧର୍ମଗଡରୁ -ଜୁନାଗଡକୁ ଯିବା ପାଇଁ ମାତ୍ର ୧୮ କିମି ରାସ୍ତାକୁ ଲୋକଙ୍କୁ ୩୮ କିମି ବୁଲି ଯିବାକୁ ପଡୁଛି । ସୁଚନା ଅନୁଯାୟୀ ବଲଧିଆମାଲ-ଧର୍ମଗଡ-ସନ୍ଧିକୁଲିଆରୀ ରାସ୍ତା ନିର୍ମାଣ ପାଇଁ ୭୫କୋଟି ବ୍ୟୟବରାଦ ଥିବା ବେଳେ ୫୮କୋଟି ଟଙ୍କାରେ ରାଜଶ୍ରୀ କନଷ୍ଟ୍ରକସନ ନାମକ ଏକ ସଂସ୍ଥା ଏହାର ନିର୍ମାଣ ଦାୟିତ୍ବ ନେଇଛି । ଏହି ରାସ୍ତାରେ ମୋଟ ୫୭ଟି ଛୋଟ ଛୋଟ କଲଭର୍ଟ ଥିବା ବେଳେ ହାଲେରଯୋର ଠାରେ ଏକ ସୁଉଚ୍ଚ ପୋଲ ନିର୍ମାଣ ପାଇଁ ବ୍ୟବସ୍ଥା ରହିଛି।

Related Post

ଟିକାକରଣକୁ ନେଇ ଷଣ୍ଢପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

Posted by - May 12, 2021 0
ବାରଙ୍ଗ:( ସନ୍ତୋଷ ରାଉତ)ବାରଙ୍ଗଥାନା ଷଣ୍ଢପୁର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ୧୮ରୁ ୪୪ବର୍ଷର ବ୍ୟକ୍ତି ମାନଙ୍କୁ ବୁଧବାର ସାଢେ ୧୦ଟା ବେଳେ ଟିକା ନେବାକୁ ଆସି ଧାଡିରେ ଛିଡା…

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Posted by - May 12, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଞ୍ଚଳରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା। ଜୈନିକ ନାବାଳିକା କୁ ଅପହରଣ ଓ…

ପୁରୁଣାକଟକ ସହର କୁ ଅଧିକ ବିକଶିତ କରିବା ପାଇଁ ଜିଲ୍ଲାପାଳ ଙ୍କ ସହ ଆଲୋଚନା

Posted by - September 28, 2021 0
ବୈଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲାହରଭଙ୍ଗା ବ୍ଲକ ର ପୁରୁଣାକଟକ ଗମନାଗମନ ଓ ବ୍ୟବସାୟିକ ଦୃଷ୍ଟି କୋଣ ରୁ ଜିଲ୍ଲା ର ଏକ ଗୁରୁତ୍ୱପୂର୍ଣ ସ୍ଥାନ ଅଟେ! ଏଠାରେ…

ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ:ମତଦାନ ହାର ୭୦ ପ୍ରତିଶତରୁ ଅଧିକ

Posted by - February 17, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଫେବୃୟାରୀ ୧୬ ତାରିଖ ଦିନ ଶେଷ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ।ପ୍ରଥମ ପର୍ଯ୍ୟାୟ ରେ ଓଡ଼ିଶାର…

ବିରମହାରାଜପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା

Posted by - October 25, 2021 0
ସୋନପୁର:( ଅଜିତ୍ କୁମାର୍ ପୁଝାରି)କଳାହାଣ୍ଡି ମାହାଲିଙ୍ଗ କଲେଜ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ଦିନ କୁ ଦିନ ବଢୁଛି ଜନ ଅସନ୍ତୋଷ…