ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

86 0

ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ବଲାଙ୍ଗିର ଜିଲ୍ଲା ଭାରତୀୟ ଜନତା ପାର୍ଟିର ସଭାପତି ଶ୍ରୀ ଶିବାଜି ମହାନ୍ତିଙ୍କ ସଭାପତିତ୍ବରେ ଟିଟିଲାଗଡ ନିକଟସ୍ଥ ପିପଲପଦର ଠାରେ ଥିବା ଶୁଭ ମଙ୍ଗଲ ମେରେଜ ପେଲେସରେ ବିଜେପିର ଜିଲ୍ଲା କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୂଖ୍ୟ ଅତିଥି ଭାବେ ସାଂସଦ ଶ୍ରୀମତୀ ସଙ୍ଗୀତା ସିଂଦେଓ, ପୁର୍ବତନ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ, ରାଜ୍ୟ ସମ୍ପାଦକ ରବି ନାରାୟଣ ନାଏକ, ଟିଟିଲାଗଡ ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବି ଜୈନ, ଜିଲ୍ଲା ସଭାପତି ଶିବାଜି ମହାନ୍ତି ମଞ୍ଚାସିଁନ ଥିଲେ। ତେବେ ବିଜେପିର ଆରମ୍ଭ କଲେ ମାନସ ମନ୍ଥନ l

କେନ୍ଦ୍ର ସରକାରଙ୍କ ବହୁମୁଖୀ ଯୋଜନାକୁ ରାଜ୍ୟ ସରକାର ହରଣ କରୁଥିବା ନେଇ ଭାରତୀୟ ଜନତା ପାର୍ଟି ଏବେ ମାନସ ମନ୍ଥନ କରିବା ସହ ତୃଣମୂଳ ସ୍ତର ପର୍ଯ୍ୟନ୍ତ ଲୋକଙ୍କୁ ସଚେତନ କରିବା ସହ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ବିଷୟରେ ପ୍ରତି ଗରିବ ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ଆରମ୍ଭ କରିଛି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ l ଏହି ବୈଠକରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ନିଜ ନିଜର ମତ ପୋଷଣ କରିବା ସହ ଗତ ନିର୍ବାଚନ ମାନଙ୍କରେ ଶୋଚନୀୟ ଭାବରେ ରହିଥିବା ବୁଥ ମାନଙ୍କ ମଧ୍ୟରୁ ୧୦୦ ଗୋଟିକୁ ସଜାଡ଼ିବା ପାଇଁ ଦଳ ତରଫରୁ ଜିଲ୍ଲା ସ୍ତରୀୟ କର୍ମୀ ମାନଙ୍କୁ ଆହ୍ବାନ ଦେଇଛି ଦଳୀୟ ନେତା। ଏହି ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ, ଟିଟିଲାଗଡ ନଗର ସଭାପତି ପ୍ରଶାନ୍ତ ଷଡଙ୍ଗୀ, ମହେନ୍ଦ୍ର ଠାକୁର, ଲକ୍ଷ୍ମଣ ବାଗ, ନରସିଂହ ସିଂ, ଅଶୋକ ଭୋଇ, ଦିଲୀପ ଖର୍ସେଲ, ଆଲୋକ ନାୟକ, ନବୀନ ଜୈନଙ୍କ ସମେତ ଜିଲ୍ଳାର ବହୁତ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Related Post

ପ୍ରତାପପୁର ଗ୍ରାମରେ ବୀର ଚାଉଁରିଆ ବାବା ଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ

Posted by - May 12, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲା ରେ ବିଭିନ୍ନ ସମୟରେ ଅନେକ ଦେବାଦେବୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ। ହଜାର ହଜାର ସଂଖ୍ୟାରେ…

ଭୈରବୀ ଡିଗ୍ରୀ କଲେଜରେ ଜଳ ସଂରକ୍ଷଣ ସଚେତନତା ରାଲି

Posted by - December 20, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ତରଫରୁ ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ଯୁବ ସମାଜସେବୀ ସୁଧିର ଦୀପ…

ସଟ ଡାଉନ ସ୍ଥିତିର ସମୀକ୍ଷା ପାଇଁ ଯାଜପୁରରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ

Posted by - April 24, 2020 2
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ସଟ ଡାଉନ ସ୍ଥିତିର ସମୀକ୍ଷା ପାଇଁ ଯାଜପୁର ଜିଲା ଗସ୍ତ ରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ । ଜିଲ୍ଲାର ବିରାଜାପୁର…

ଭବାନୀପାଟଣା ଠାରେ ପୌରପରିଷଦ ଦ୍ଵାରା ” ଭାରତୀୟ ସ୍ୱଚ୍ଛତା ଲିଗ୍”୨୦୨୨ର ପ୍ରଥମ ସଂସ୍କରଣ ପାଳିତ

Posted by - September 18, 2022 0
ଭବାନୀପାଟଣା: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)  ଭବାନୀପାଟଣା ପୌରପରିଷଦ ଦ୍ଵାରା ସ୍ୱଚ୍ଛତା ଲିଗ କାର୍ଯ୍ୟକ୍ରମର ଅଂଶବିଶେଷ ସହରରେ ସ୍ୱଚ୍ଛତା ଅଭିଯାନର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ…

ଖପ୍ରାଖୋଲ ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ , ରାଧା କୃଷ୍ଣ ବେଶରେ ଛାତ୍ରୀ ଛାତ୍ର

Posted by - August 18, 2022 0
ଖପ୍ରାଖୋଲ ୧୮/୮(ତାପସ ରଞ୍ଜନ ବେହେରା) ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଖପ୍ରାଖୋଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି ।…