Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଅଳ୍ପ ପବନରେ ଉଡିଲା ନିର୍ମାଣାଧିନ ସ୍କୁଲର ଛାତ, ବିଦ୍ୟାଳୟ ସାମ୍ନାରେ ଗ୍ରାମବାସୀଙ୍କ ଉତ୍ତେଜନା

138 0

କେସିଙ୍ଗା : (ପୀତେଶ ପଟେଲ) କେସିଙ୍ଗା ବ୍ଳକ ଅନ୍ତର୍ଗତ କାଣ୍ଡେଲ ହାଇସ୍କୁଲ ରେ କାଳୀ ବର୍ଷା ଏବଂ ସାମାନ୍ୟ ପବନ ରେ ସ୍କୁଲର ପଛପଟ ଆଜବେଷ୍ଟସ ଉଡ଼ି ଯାଇଛି । ସ୍କୁଲ ଛୁଟି ପରେ ପବନ ରେ ଆଜବେଷ୍ଟସ ଉଡୁଥିବା ସମୟରେ ବିଦ୍ୟାଳୟ ରୁ ଛାତ୍ର ଛାତ୍ରୀ ବାହାର କୁ ଯିବା ବେଳକୁ ହଠାତ୍ ତିନି ଜଣ ଛାତ୍ରୀ ଏବଂ ଦୁଇଜଣ ଶିକ୍ଷକ ଅଘଟଣ ରୁ ବର୍ତ୍ତି ଯାଇଛନ୍ତି। ତେବେ ସ୍କୁଲ୍ ବାହାରୁ  ଛାତ୍ର ଛାତ୍ରୀ ଏହି ଦୃଶ୍ୟ ଦେଖି ଜୀବନ ବିକଳରେ ଦୈାଡି ପଳାଇଥିଲେ। ସୁଚନା ଅନୁସାରେ କେସିଙ୍ଗା ବ୍ଳକ ଅନ୍ତର୍ଗତ କାଣ୍ଡେଲ ହାଇସ୍କୁଲର ପୁରୁଣା ଖପର ହଟାଇ ଆଜବେଷ୍ଟସ ଲଗାଇ ମୁଡକାରୀ କାମ ଅଧାପନ୍ତରିଆ ଥିବାରୁ ହାଲୁକା ପବନ ରେ ଆଜବେଷ୍ଟସ ଉଡିଯାଇଛି।

ବିଦ୍ୟାଳୟ ନିକଟରେ ଲାଗିରହିଥିବା ଖପର ଘର କୁ ହଟେଇବା ସହିତ ବିନା ମୁଡକାରୀ ଦେଇ ସେଠାରେ ଆଜବେଷ୍ଟସ ଲଗାଇ କାମ ଶେଷ କରାଯାଇଥିଲା ।  କାଳୀ ହଠାତ୍ ସାମାନ୍ୟ ପବନ ହେବାରୁ ବିଦ୍ୟାଳୟ ର ପଛପଟ ଆଜବେଷ୍ଟସ ସଂପୂର୍ଣ୍ଣ ଉଡ଼ି ଯାଇଛି। :ଏହି ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ ଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଘଟଣା ସମ୍ପର୍କରେ ସୁଚନା ପାଇ କନିଷ୍ଠ ଯନ୍ତ୍ରୀ ଦିଲିପ୍ ପଟେଲ, କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ, କେସିଙ୍ଗା ବ୍ଳକ ଶିକ୍ଷା ଅଧିକାରୀ ବବୃବାହନ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ କାଣ୍ଡେଲ ଗ୍ରାମବାସୀ ବିଡ଼ିଓ, କନିଷ୍ଠ ଯନ୍ତ୍ରୀ, ତଥା ନିର୍ମାଣ ଦାୟିତ୍ବ ନେଇଥିବା ଠିକାଦାରଙ୍କୁ ଘେରିବା ସହିତ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ନହେବା ରୁ ବିଭିନ୍ନ ମହଲରୁ ତିବ୍ର ବିରୋଧ  କରଛନ୍ତି।

ତେବେ୫T ସ୍କୁଲ ଶ୍ରେଣୀ ଗୃହ ର ସମ୍ମୁଖରେ ଏହି ଖପର ଲଗା ଶ୍ରେଣୀ ଗୃହ ଥିବା ଯୋଗୁଁ ଏହା ସ୍କୁଲ୍ ର ପଞ୍ଚାୟତ ଅନୁଦାନ ଅର୍ଥରେ ଖପର ହଟାଇ ଆଜବେଷ୍ଟସ ଲଗାଇ ସୁନ୍ଦର କରିବା ପାଇଁ ଗ୍ରାମ ପଞ୍ଚାୟତ ତରଫରୁ ୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ତେବେ ଏସଂପର୍କରେ ବିଡ଼ିଓଙ୍କୁ ପଚାରିବାରୁ ସେ କହିଛନ୍ତି ବିଦ୍ୟାଳୟଟି ପଞ୍ଚାୟତ ଅନୁଦାନ ରୁ ଆସିଥିବା ଟଙ୍କାର ବିଲ୍ ଅଧା ହୋଇଥିବାରୁ କାମ ବର୍ତ୍ତମାନ ସୁଦ୍ଧା ସରିନାହିଁ। ତେବେ ଛାତ୍ରଛାତ୍ରୀ ଙ୍କ ବସିବା ର କୈାଣସି ସମସ୍ୟା ଯେମିତି ନ ହେବ ସେଥିପାଇଁ ଯଥା ଶୀଘ୍ର ଆଜବେଷ୍ଟସ ଲଗାଇବା ର ନିର୍ଦ୍ଦେଶ ଦେଇଛନ୍ତି ।ଏହି ସ୍କୁଲର ଅନ୍ୟ ବିଲଡିଂ ୫ ଟିରେ ରୂପାନ୍ତରିତ ହୋଇଛି।

 

Related Post

ଅଲ ଓଡିଶା ଇପିଂଏପଂ ପେଂନସନ ଭୋଗୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବି

Posted by - November 17, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଅଲ ଓଡିଶା ଇପିଂଏପଂ ପେଂନସନ ଭୋଗୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ଯାଜପୁର ଜିଲା ପ୍ରଶାସନକୁ ଏକ ଦାବୀ ପତ୍ର ପ୍ରଦାନ…

ଶିକ୍ଷୟିତ୍ରୀ ଙ୍କୁ ଅବସରରେ କାଳୀନ ବିଦାୟ ସମ୍ବର୍ଦ୍ଧନା

Posted by - October 1, 2021 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ କ୍ଲଷ୍ଟର ତରଫରୁଅବସର ପୁରୁଣାକଟକ ନୋଡାଲ ୟୁପି ସ୍କୁଲ ର ଶିକ୍ଷୟିତ୍ରୀ କସ୍ତୁରୀ ଦାସ ଙ୍କୁ ଅବସର…

ଯାଜପୁର ସଦରମହକୁମା ଡାକ୍ତରଖାନାରେ ଜିଲା ପ୍ରଶାସନର ରାତି ଅଧିଆ ଚଢ଼ାଉ

Posted by - November 30, 2019 23
ଯାଜପୁର;(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ସଦରମହକୁମା ଡାକ୍ତରଖାନାରେ ଜିଲା ପ୍ରଶାସନର ରାତି ଅଧିଆ ଚଢ଼ାଉ । ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ଯାଜପୁର ଏସପି ଚରଣ…

ହରିଶଙ୍କର ଠାରେ ନିର୍ମାଣ ଧିନ ବଜାର ଗୃହ ଛୋଟ ହେଉଥିବା ପ୍ରତିବାଦ ରେ ବଣିକ ସଂଘର ରାସ୍ତା ରୋକ ଡାକରା

Posted by - March 29, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଖପ୍ରାଖୋଲ ବ୍ଲକ ର ହରିଶଙ୍କର। ଏଠାକୁପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକ ଙ୍କ…

ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Posted by - May 24, 2022 0
କେସିଙ୍ଗା : (ପୀତେଶ ପଟେଲ) ସ୍ଥାନୀୟ କେସିଙ୍ଗା ବ୍ଲକ ସ୍ଥିତ ବିଡିଓଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ ଗାଭାଲି ପରାଗ ହର୍ଷଦ୍ ତଥା ଆରକ୍ଷୀ ଅଧିକ୍ଷକ ଶ୍ରୀ…