ମାଲକାନଗିରି ପୋଲିସର ବଡ ସଫଳତା:ଦରଭା ମହୁପଦର ମାଓ ଡିଭିଜନ କମିଟିର ଦୁର୍ଦ୍ଦାନ୍ତ ମାଓନେତା ଲକ୍ଷ୍ମଣ ଗିରଫ୍

88 0

ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)  ମାଲକାନଗିରି ପୋଲିସ୍ କୁ ମିଳିଛି ଏକ ବଡ ସଫଳତା l ଜିଲ୍ଲାର ମାଥିଲି ଥାନାସ୍ଥିତ ତୁଳସୀ ପାହାଡ ଅଞ୍ଚଳରୁ ଦୁର୍ଦ୍ଦାନ୍ତ ମାଓନେତା ଲକ୍ଷ୍ମଣ ପଡିଆମି କୁ ବନ୍ଧୁକ ସହିତ ଗିରଫ୍ କରିଛନ୍ତି ଏସ୍ ଓ ଜି ଏବଙ୍ଗ ଡି ଭିଏଫ୍ ଜୱାନ l ଏକ କୁମ୍ବିଙ୍ଗ୍ ଅପରେସନ ସମୟରେ ଏହି ଦୁର୍ଦ୍ଦାନ୍ତ ମାଓନେତା ଯାହାର ମୁଣ୍ଡ ରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା ସେ ପୋଲିସ୍ ହାତରେ ଧରା ପଡିଛି l

ପ୍ରାପ୍ତ ସୁଚନା ମତେ ଲକ୍ଷ୍ମଣ ପଡିଆମି କାଙ୍ଗେରଘାଟି ଏରିଆ କମିଟି ର ମେମ୍ବର ଭାବେ ଦୀର୍ଘ ୫ ବର୍ଷ ଧରି କାମକରି ଆସୁଥିଲା ଏବଂ ସେ ମାଲକାନଗିରି ଓ ଛତିଶଗଡ଼ ସୁକୁମା ଜିଲ୍ଲାରେ ଅନେକ ମାଓ ହିଂସା ମାମଲାରେ ଜଡିତ ବୋଲି ମାଲକାନଗିରି ଏସ୍ ପି ନିତେଷ ୱାଧନି କହିଛନ୍ତି l ମାଓନେତା ଲକ୍ଷ୍ମଣ ଙ୍କ ଘର ବସ୍ତର ଜିଲ୍ଲା ଦରଭା ଥାନା ଅନ୍ତର୍ଗତ ଚନ୍ଦାମେତା ଗାଁ ହୋଇଥିବା ବେଳେ ୨୦୧୭ ମସିହାରେ ସେ ମାଓ ସଙ୍ଗଠନରେ ସାମିଲ୍ ହୋଇଥିଲା ଏବଂ ଏଥିପୁର୍ବରୁ ସେ ମାଓବାଦିଙ୍କ ପାଇଁ ମିଲିସିଆ ଭାବେ କାମ କରୁଥିଲା l

Related Post

ସମ୍ବଲପୁରରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଧୁମ ଧାମରେ ପାଳନ ହୋଇଛି ମହରମ

Posted by - August 9, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ଵାଳ )ସମ୍ବଲପୁରରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଧୁମ ଧାମରେ ପାଳନ ହୋଇଛି ମହରମ । ଏହି ଅବସରରେ ସହରର ବିଭିନ୍ନ…

ନିଜର ହକ୍ ପାଇଁ ଗର୍ଜିଲେ ଆଦିବାସୀ

Posted by - August 12, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନିଜର ହକ୍ ପାଇଁ ଗର୍ଜିଲେ ଆଦିବାସୀ l ନବରଙ୍ଗପୁର ଜିଲ୍ଲାର ସମସ୍ତ ଅନୁସୂଚିତ ଜନଜାତି ଆଦିବାସୀ ମାନଙ୍କର ସମସ୍ୟାକୁ ନେଇ ନବରଙ୍ଗପୁର ଜିଲ୍ଲାପାଳ ଅଫିସ…

ପୋଲିସ ସହ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମୁହାଁମୁହିଁ

Posted by - November 8, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ରାଜ୍ୟର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଙ୍କୁ ବିରୋଧ କରି ଆଜି ସମ୍ବଲପୁର ଠାରେ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ତରଫରୁ ଡିଆଇଜି କାର୍ଯ୍ୟାଳୟ ଘେରାଉ…

ଚାକିରୀ ପଛରେ ନ ଦୌଡି ଏବେ ରାଜନୀତି ରେ ପାଦ ଦେଉଛନ୍ତି ଉଚ୍ଚ ଶିକ୍ଷିତ

Posted by - January 20, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଉଚ୍ଚ ଶିକ୍ଷିତ ଏବେ ଚାକିରୀ ପଛରେ ନ ଦୌଡି ରାଜନୀତି ରେ ପାଦ ଦେଉଛନ୍ତି। ଯାଜପୁର ଜିଲ୍ଲା 4 ନମ୍ବର ଜିଲା…