ଇନ୍ଦ୍ରାବତୀ ଜଳଭଣ୍ଡାର ରୁ ମେଗା ଲିଫ୍ଟ କେନାଲ୍ ଜରିଆରେ ଖରିଫ୍ ଚାଷ ପାଇଁ ଜଳସେଚନର ଶୁଭାରମ୍ଭ

81 0

କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ମୁଖିଗୁଡ଼ା ସ୍ଥିତ ଇନ୍ଦ୍ରାବତୀ ଜଳ ଭଣ୍ଡାର ରୁ ମେଗା ଲିଫ୍ଟ କେନାଲ ଜରିଆରେ ଜୁଲାଇ ମାସ ୧୧ ତାରିଖରୁ ଚଳିତ ଖରିଫ୍ ଚାଷ ପାଇଁ ଜଳସେଚନର ଶୁଭାରମ୍ଭ କରାଯାଇଛି lଖରିଫ୍ ଧାନ ଚାଷ ପାଇଁ ମେଗାଲିଫ୍ଟ କେନାଲର ମଙ୍ଗଲପୁର ବ୍ୟାରେଜ୍ ନିକଟରୁ ଜୟପାଟଣା , କୋକସରା, ଧର୍ମଗଡ଼ ଓ ଜୁନାଗଡ଼ ବ୍ଲକ୍ ର ୨୫ ହଜାର ୨୭୫ ହେକ୍ଟର ଚାଷଜମିରେ ଜଳ ସେଚନ ର ସୁବିଧା ପାଇଁ ଜଳ ନିଷ୍କାସନ ଆରମ୍ଭ କରାଯାଇଥିବା ସୁଚନା ମିଲିଛି l ଏହି ଅବସରରେ ଉପର ଇନ୍ଦ୍ରାବତୀ ଡ୍ୟାମ୍ ର ନିର୍ବାହୀ ଯନ୍ତ୍ରୀ ସମେତ ବହୁ ଇଞ୍ଜିନିଅର ଉପସ୍ଥିତ ଥିଲେ l

ମେଗାଲିଫ୍ଟ କେନାଲ ରେ ଜଳସେଚନ ଫଳରେ ଜୟପାଟଣା ବ୍ଲକ୍ ର ୭୬୬୮.୨ ହେକ୍ଟର , କୋକସରା ବ୍ଲକ୍ ର ୧୧୩୦୧.୭୧ ହେକ୍ଟର , ଧର୍ମଗଡ଼ ବ୍ଲକ୍ ର ୬୨୮୪.୮୩ ହେକ୍ଟର ଓ ଜୁନାଗଡ଼ ବ୍ଲକ୍ ର ୧୯.୯୩ ହେକ୍ଟର ଏହିଭଳି ମୋଟ ୨୫ ହଜାର ୨୭୫ ହେକ୍ଟର ଚାଷଜମି ଜଳ ସେଚନ ର ସୁବିଧା ଯୋଗାଜାଇଥିବା ଜଣାପଡିଛି l ଜୁଲାଇ ୧୧ ତାରିଖ ଦିନ ୧୧ ଘଣ୍ଟା ୩୦ ମିନିଟ ସମୟରେ ପୁଜାର୍ଚ୍ଚନା ପରେ ମଙ୍ଗଲପୁର ବ୍ୟାରେଜ୍ ନିକଟରୁ ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଜାଇଥିବା ବେଳେ ଏନେଇ ଏଲ୍ ଏଣ୍ଡ ଟି କମ୍ପାନି ର କୁସୁମଖୁଣ୍ଟି ମେଗାଲିଫ୍ଟ କେନାଲ ଦାୟିତ୍ଵରେ ଥିବା ସହକାରି ଯନ୍ତ୍ରି ଅକ୍ଷୟ କୁମାର ଭୋଇ ସୁଚନା ଦେଇଛନ୍ତି l

Related Post

ଟ୍ରାନସଫରମର ଚୋରି ହେବାର ୫୦ଦିନ ବିତିଲା ଏବେବି ଗାଁ ଅନ୍ଧାରରେ,ବିଭାଗର ନିଘା ନାହିଁ

Posted by - September 20, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ )ବୈଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ନୂଆପଡା ଗ୍ରାମର ରଥସାହିର ଟ୍ରାନସଫରମର ଚୋରିହୋଇ ଦିର୍ଘ  ୫୦ଦିନହେଲା ଅନ୍ଧାରରେ ଥିବା ଅଭିଯୋଗ ହୋଈଥିଲେ ମଧ୍ୟ ବବିଭାଗିୟ କର୍ମଚାରୀ…

ଅଗଷ୍ଟ ୮ ରେ ପ୍ରତିବାଦ ଦିବସ ପାଳନ କରିବ ସମ୍ବଲପୁର ଜିଲ୍ଲା ଓକିଲ ସଂଘ

Posted by - July 6, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚପ୍ରତିଷ୍ଠା ଦାବି ନେଇ ପୁଣି ଥରେ ଆନ୍ଦୋଳନ ପାଇଁ ସଜବାଜ ହେଲା ସମ୍ବଲପୁର ଜିଲ୍ଲା ଓକିଲ ସଂଘ । ପଶ୍ଚିମ ଓଡିଶା…

କଳାହାଣ୍ଡି ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ନିର୍ବାଚନ

Posted by - April 8, 2022 0
କଳାହାଣ୍ଡି;(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ଗୋଟିଏ ପୌର ପରିଷଦ ଓ ତିନିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ର ଉପାଧ୍ୟକ୍ଷା/ଉପାଧକ୍ଷ ପଦବୀ ପାଇଁ…

ଯୁଦ୍ଧ କାଳୀନ ଭିତିରେ ଯାତ୍ରୀ ବିଶ୍ରାମ ଗାର

Posted by - January 28, 2022 0
ମାଥିଲି:(ଅବଦୁଲ ଗନି) ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ଗ୍ରାମପଞ୍ଚାୟତ ଜୟପୁର ମାଲକାନଗିରି ମୁଖ୍ୟ ରାସ୍ତା ପାର୍ଶ ବଳଦିଆ ଗୁଡା ନିକଟରେ ଥିବା ଯାତ୍ରୀବିଶ୍ରାମ ଗାର ଅତିସାଚନୀୟ…