ସରସ୍ୱତୀ ଶିଶୁ ମନ୍ଦିରରେ ସ୍ୱାଗତ ସମ୍ବର୍ଦ୍ଧନା

37 0

ବୌଦ୍ଧ:(ଚିତ୍ତ ରଂଜନ ସିଂ) ହରଭଙ୍ଗା ବ୍ଲକ ଛତ୍ରଙ୍ଗ ସ୍ଥିତ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ସୁନିଲ ଗୁରୁଙ୍କ ସଭାପତିତ୍ୱରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ଛତ୍ରଙ୍ଗ ସରପଞ୍ଚ ବିନୋଦିନି ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହ ଚଳିତ ବର୍ଷ ଜବାହର ନବୋଦୟ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ପ୍ରୀତିରାଜ ପ୍ରଧାନ ଓ ସୁଶ୍ରୀ ନମିତା ବେହେରାଙ୍କୁ ଅତିଥି ମାନେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ପ୍ରଦୀପ୍ତ କୁମାର ସାହୁ , ବିଦ୍ୟୁତ ପରିଷଦର ସମ୍ପାଦକ ବସନ୍ତ କୁମାର ବେହେରା ଙ୍କ ସମେତ ଶିଶୁ ମନ୍ଦିରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଗୁରୁମା ରେସମା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Related Post

ମେଧାବୀ ଛାତ୍ରୀଙ୍କୁ ସହାୟତା

Posted by - September 26, 2020 0
ଯାଜପୁର: ଯାଜପୁର ଜିଲ୍ଲାର କୋରେଇଇ ବ୍ଳକ ଅନ୍ତର୍ଗତ ଶଂଖଚିଲା ଗ୍ରାମର ଜନୈକ ମେଧାବୀ ଛାତ୍ରୀ ସୁଶ୍ରୀ ମୋନାଲିସା ଗୁରୁଙ୍କର ଆର୍ଥିକ ଅବସ୍ଥା ସ୍ଵଛଳ ନଥିବାରୁ ଉଚ୍ଚତର ଶିକ୍ଷା…

ଅନୁଗୁଳ ରଜ ପର୍ବ ପାଳନରେ କଟକଣା ଜାରିକଲା ଜିଲ୍ଲା ପ୍ରଶାସନ

Posted by - June 13, 2020 55
ଆନୁଗୁଳ:( ମହେଶ ଭୋମରାଜ)କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରଜ ପର୍ବ ପାଳନରେ କଟକଣା ଜାରିକଲା ଜିଲ୍ଲା ପ୍ରଶାସନ । ସଂପ୍ରତି ମହାମାରି କରୋନା ରାଜ୍ୟରେ ତାର କାୟା…

ଆଶାୟୀ ପାର୍ଥି କୁ ନାମାଙ୍କନ ଭରିବାରେ ବାଦ ଦେବା ପାଇ ଚାଲିଛି ଷଢଯନ୍ତ୍ର

Posted by - January 18, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆଶାୟୀ ସରପଂଚ ପ୍ରାର୍ଥି କୁ ନାମାଙ୍କନ ପତ୍ର ନ ଭରିବା ପାଇ ହୁମା ଗ୍ରାମ ପଂଚାୟତ ଇଓ ଷଢଯନ୍ତ୍ର କରୁଥିବା ନେଇ ସମ୍ବଲପୁର ଉପଜିଲ୍ଲାପାଲ ଙ୍କ…