ଥୁଆମୂଳ ରାମପୁର ବ୍ଲକ୍ ଚିଙ୍ଗୁଡିପାସ୍ ଗ୍ରାମରେ ଝାଡାବାନ୍ତି ଆତଙ୍କ : ଜଣେ ମୃତ ଦୁଇ ଗୁରୁତର

72 0

କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଚିଙ୍ଗୁଡି ପାସ ଗ୍ରାମରେ ଦେଖାଦେଇଛି ଝାଡାବାନ୍ତି ଆତଙ୍କ l ଏହି ରୋଗରେ ଜଣେ ମୃତ୍ୟୁ ମୁଖରେ ପଡିଥିବା ବେଳେ ଦୁଇଜଣ ଗୁରୁତର ଥିବା ଜଣାପଡିଛି l ଗୁରୁତର ରୋଗୀ ଙ୍କୁ ଥୁଆମୂଳ ରାମପୁର ଦାକ୍ତରଖାନାରେ ଚିକିତ୍ସା କରାଯାଉଛି l ସୁଚନା ଅନୁସାରେ ଥୁଆମୂଳ ରାମପୁର ବ୍ଲକ୍ ଗୋପିନାଥପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚିଙ୍ଗୁଡିପାସ ଗ୍ରାମର ଶ୍ରିପତି ମାଝି (୬୨) ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇଜଣ ସୂଇଦେଇ ମାଝି(୫୦) ଓ ରାମ ମାଝି(୫୦) ଗୁରୁତର ଅବସ୍ଥାରେ ଥୁଆମୂଳ ରାମପୁର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି l

ତେବେ,ସେହି ଗ୍ରାମର ଅହୁରି ଜଣେ ସିତମାଏ ମାଝି ( ୩୫) ମଧ୍ୟ ବର୍ତ୍ତମାନ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ସୁଚନା ମିଲିଛି l ଏନେଇ ୱାର୍ଡ ସଭ୍ୟ ତୁରନ୍ତ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ସୁଚନା ଦେବା ପରେ ସେହି ହସ୍ପିଟାଲର ଭାରପ୍ରାପ୍ତ ଡାକ୍ତର ନିତିଷ ଝା ଙ୍କ ନେତ୍ରୁତ୍ଵରେ ଏକ ସ୍ଵାସ୍ଥ୍ୟ ସେବା ଟିମ୍ ଗଠନ କରାଜାଇ ଚିଙ୍ଗୁଡିପାସ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଚିକିତ୍ସା ସେବା ଯୋଗାଇ ଦେଇଥିଲେ l ଏହି ଟିମ୍ ଗ୍ରାମବାସି ଙ୍କ ମଧ୍ୟରେ ସଚେତନତା ସ୍ରୁଷ୍ଟି କରିବା ସଙ୍ଗେ ସଙ୍ଗେ ଉପଯୁକ୍ତ ପରାମର୍ଶ ଦେଇଥିବା ଜଣାପଡିଛି l

Related Post

ମନମୁଣ୍ଡା ଡ୍ରାଇଭର ସଂଘ କାର୍ଯ୍ୟାଳୟ ଉଦଘାଟନ ଏବଂ ବୈଠକ

Posted by - January 3, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ମନମୁଣ୍ଡା ଡ୍ରାଇଭର ସଂଘ କାର୍ଯ୍ୟାଳୟ ଗୃହ ଗାନ୍ଧୀ ଛକ ଠାରେ ଆଜି ଉଦଘାଟନ ହୋଇଯାଇଛି।ମନମୁଣ୍ଡା ଡ୍ରାଇଭର ସଂଘ ସଭାପତି ଅଞ୍ଜନ କୁମାର ପଟ୍ଟନାୟକ ଏହାକୁ…

ଭିନ୍ନକ୍ଷମ ଯୁବକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

Posted by - February 8, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଭିନ୍ନକ୍ଷମ ଯୁବକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ବରୀ ବ୍ଲକ କନ୍ତିଆ ଗାଁ…

କଣ୍ଟାମାଳ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

Posted by - February 7, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ)ବୌଦ୍ଧଜିଲ୍ଲା ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେପରି ଶାନ୍ତି ଶୃଙ୍ଖଳା ସହିତ ଅନୁଷ୍ଠିତ ହେବ ସେଥିପାଇଁ ଆରମ୍ଭ କରା ଯାଇଛି ଜିଲ୍ଲା ପ୍ରଶାସନ…

ଅତାବିରା ବିଧାୟିକାଙ୍କ ନିର୍ଦେଶ କ୍ରମେ ରେଙ୍ଗାଲପାଲି ଗ୍ରାମରେ ନୁତନ ନଲକୁପ ଖନନ

Posted by - December 13, 2021 0
ବରଗଡ/ଅତାବିରା:ଜଲ ହିଁ ଜିବନ ପୁଣି ଜଲବିନା ସୃଷ୍ଟି ତିଷ୍ଠି ରହିବା ଅସମ୍ଭବ।ସାରା ବିଶ୍ୱରେ ଜଲ ଉପରେ ନିର୍ଭର କରନ୍ତି ମନୁଷ୍ୟ ଜାତି,ଜିବଜନ୍ତୁ,ପଶୁପକ୍ଷି ,ବୃକ୍ଷଲତା,। ସମୁଦାୟ ସତୁରି ଭାଗ…

ଭବାନୀପାଟଣା ଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତିର ଗଭର୍ଣିଂ ବଡି ବୈଠକ ଅନୁଷ୍ଠିତ

Posted by - August 2, 2022 0
ଭବାନୀପାଟଣା: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅପରାହ୍ନ ୫.୦୦ଘ ସମୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲା ସ୍ବାସ୍ଥ୍ୟ ସମିତି…