ବୌଦ୍ଧର ବାହୁଡା ଯାତ୍ରା ଧୁମଧାମରେ ପାଳିତ

123 0

ବୌଦ୍ଧ :(ଚିତ୍ତ ରଂଜନ ସିଂ) ବୌଦ୍ଧର ପ୍ରସିଦ୍ଧ ବାହୁଡା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହ ନଅ ଦିନର ଲୀଳାଖେଳା ପରେ ନିଜ ମନ୍ଦିରକୁ ବାହୁଡିଛନ୍ତି । ମାଉସୀ ମା ମନ୍ଦିରରେ ସକାଳ ନୀତିକାନ୍ତି ପରେ ତିନି ଠାକୁରଙ୍କୁ ସ୍ୱତନ୍ତ୍ର ବେଶ କରାଯିବାପରେ ଅପରାହ୍ନ ୪ ଟାରେ ବ୍ରାହ୍ମଣସେବକମାନଙ୍କ ଦ୍ୱାରା ତିନି ଠାକୁରଙ୍କୁ ମନ୍ଦିରରୁ ବାହାରକୁ ଅଣାଯାଇ ଗୋଟିପହଣ୍ଡିରେ ନିଆଯାଇଥିଲା । ଏହି ସମୟରେ ଭକ୍ତମାନଙ୍କ ଦ୍ୱାରା ବଡଦାଣ୍ଡର ବିଭିନ୍ନ ସ୍ଥାନରେ ପରମ୍ପରା ମୁତାବକ ବାଟଭୋଗ ସବୁ ଲାଗି କରାଯାଇଥିଲା । ବ୍ରାହ୍ମଣସେବକଙ୍କ କାନ୍ଧରେ ତିନିଠାକୁର ଝୁଲି ଝୁଲି ପହଣ୍ଡିଯାତ୍ରାରେ ଯିବାବେଳେ ସକିର୍ତନ , ଘ, ଶଙ୍ଖ ନାଦରେ ବଡଦାଣ୍ଡ ପୁରି ଉଠିଥିଲା । ଠାକୁରମାନଙ୍କୁ ରଥାରୁଢ କରାଯିବାପରେ ପରମ୍ପରା ଅନୁଯାୟୀ ଶିଶୁମାନଙ୍କ ରଥ ଛୁଆଁ ଓ ବୌଦ୍ଧ ରାଜପରିବାରର ସତ୍ୱାଧିକାରୀ ଦେବେନ୍ଦ୍ର ପ୍ରସାଦ ଦେବଙ୍କ ଦ୍ୱାରା ଛେରା ପହଁରା ନିତି ସଂପର୍ଣ୍ଣ ହୋଇଥିଲା ।

ସନ୍ଧ୍ୟା ସମୟରୁ ଝିପି ଝିପି ବର୍ଷା ସତ୍ୱେ ରଥାରୁଢ ତିନି ଠାକୁରଙ୍କୁ ଦର୍ଶନ କରିବାକୁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ସେହିପରି ହରିଗୁଢି ରଥରେ ତିନି ଠାକୁର ରଥାରୁଢ ହେବାପରେ ପରମ୍ପରା ଅନୁଯାୟୀ ମହିଳା ମାନେ ରଥ ଟାଣିଥିଲେ । ଜିଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଧାରା ବିବରଣୀ ପ୍ରଦାନ ସହିତ ସୂଚନା କେନ୍ଦ୍ର ଖୋଲାଯାଇ ଉତ୍କଳ ପ୍ରସଙ୍ଗ ବିକ୍ରୟ କରାଯାଇଥିଲା । ଅଧ୍ୟାପକ ପ୍ରତାପ କୁମାର ରଥ,ଚନ୍ଦ୍ରକାନ୍ତ ନାଏକ,ହୃଷିକେଶ ପ୍ରଧାନ,ଇ. ସଂର୍ଜ କୁମାର ପଣ୍ଡା,ସୁଶାନ୍ତ କୁମାର ମହାପାତ.ଜ୍ଞାନ ରଞ୍ଜନ ଶତପଥୀ,ଉମେଶ ପ୍ରସାଦ ମେହେର,ସନ୍ତୋଷ କର୍ଣ୍ଣ,ଦୁଃଖିଶ୍ୟାମ ବେହେରା,ଶିବଦତ ପଟ୍ଟନାୟକ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ ।

ଜିଲାପାଳ ଲଲାଟେନ୍ଦୁ ମିଶ୍ର,ଏସପି ଜ୍ଞାନରଞ୍ଜନ ମହାନ୍ତି, ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର,ଉପଜିଲାପାଳ ସନତ କୁମାର ନାଏକ, ତହସିଲଦାର ଦେବୀ ପ୍ରସାଦ ଦାଶ,ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ଓ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତିି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ରହିତ ବାହୁଡା ଯାତ୍ରାର ବିଭିନ୍ନ କାର୍ଯ୍ୟ ତଦାରଖ କରିବା ସହିତ ରଥ ଟାଣିଥିଲେ । କିନ୍ତୁ ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି ଓ ବାରମ୍ବାର ନିବଦେନ ସତ୍ୱେ ପହଣ୍ଡି ଓ ରଥ ଟଣାରେ ବହୁ ବିଳିମ୍ବ ଯୋଗୁଁ ଦୂର ଦୁରାନ୍ତରୁ ଆସିଥିବା ଭକ୍ତମାନେ ରଥ ଟଣା ଶେଷ ନହେବା ପୁର୍ବରୁ ଚାଲିଯିବା ସହ ବିଳମ୍ବ ଯୋଗୁଁ ବହୁ ଭକ୍ତଙ୍କ ମନରେ ଅଶାନ୍ତି ଭାବ ପ୍ରକାଶ ପାଇଥିଲା । ଜନଗହଳିକୁ ଦୃଷ୍ଟିରେ ରଖି ଜିଲା ପୋଲିସ ପକ୍ଷରୁ ବ୍ୟାପକ ଭାବରେ ମୃତୟନ ହୋଇଥିଲେ । ତେବେ ରଥଯାତ୍ରା ଭଳି ବାହୁଡାଯାତ୍ରା ମଧ୍ୟ ସକାଳୁ ପହଣ୍ଡି ଆରମ୍ଭ କରାଯାଇ ଠିକ୍ ସମୟରେ ରଥଟଣା ହେଲେ ବହୁ ଭକ୍ତ ରଥାରୁଢ ଠାକୁରଙ୍କ ଦର୍ଶନ କରିପାରନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

Related Post

ସାର ଓ କୀଟନାଶକ ଗୋଦାମ ସହ ଦୋକାନରେ ଅଚାନକ ଚଢ଼ାଉ

Posted by - September 17, 2022 0
ସୋନପୁର : (ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ନିର୍ଦେଶ କ୍ରମେ ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ…

ଜିଲ୍ଲାପାଳଙ୍କ କୋରେଇ ବ୍ଳ୍‌କ ଉନ୍ନୟନ କାର୍ଯ୍ୟର ସମୀକ୍ଷା

Posted by - June 22, 2020 0
ଯାଜପୁର:୧୯/୦୬(ଆନନ୍ଦ ଚନ୍ଦ୍ର ସାହୁ)  କରୋନା ପାଇଁ ଅନେକ ସରକାରୀ କାର୍ଯ୍ୟ ବ୍ୟାହତ ହୋଇଚ୍ଥି । ସରକାରଙ୍କର କରୋନା ବିରୁଦ୍ଧରେ ସଂଗ୍ରାମ ସହ ଲୋକଙ୍କ ଜୀବନ ରକ୍ଷା ଓ…

ସମ୍ବଲପୁରୀ ଦିନ ପାଇଁ ରଂଗୋଲୀ, ଚିତ୍ରାଂକନ ଏବଂ ମେହେଂଦୀ ପ୍ରତିଯୋଗିତା

Posted by - July 25, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଦୁଇ ବର୍ଷର କରୋନା ମହାମାରୀ ପରିସ୍ଥିତି ପରେ ଚଲିତ ବର୍ଷ ପୁଣି ଥରେ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଖୋଲା ମଞ୍ଚରେ ସମ୍ବଲପୁରୀ ଦିନ…

ଗାଙ୍ଗପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୈଠକ

Posted by - November 14, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା ) ଗାଙ୍ଗପୁର ଥାନା ଆମ ପୋଲିସ ସମିତି ତରଫରୁ ବଡ଼ବୋରୋସିଙ୍ଗି ଗ୍ରାମ ଠାରେ ଶନିବାର ଦିନ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି…

କଂଟେନମେଂଟ ଅଂଚଳରୁ ଲୁଚି କରି ଆସି ଦୋକାନ ଖୋଲିଥିବା ବ୍ୟକ୍ତିକୁ କ୍ୱାରେଂଟିନ କେନ୍ଦ୍ରରେ ଛାଡିଲା ପୋଲିସ

Posted by - May 4, 2020 29
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)କଂଟେନମେଂଟ ଅଂଚଳରୁ ଲୁଚି କରି ଆସି ଦୋକାନ ଖୋଲିଥିବା ବ୍ୟକ୍ତିକୁ କାବୁ କରି ସରକାରୀ କ୍ୱାରେଂଟିନ କେନ୍ଦ୍ରରେ ଛାଡିଲା ପୋଲିସ । ଯାଜପୁର…