Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଓଡିଶା ଫେରିବ ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟା

89 0

ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡିଶା ର ପୁର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ଙ୍କ ପ୍ରିୟ ବିମାନ ଡାକୋଟା କୁ ଓଡିଶା ଫେରାଇ ଆଣିବା ପାଇଁ ରାଜ୍ୟ ପରିବହନ ବିଭାଗ ଟେଣ୍ଡର ଆହ୍ଵାନ କରିଥିବା ସୁଚନା ମିଲିଛି l ଦୀର୍ଘ ବର୍ଷ ହେବ ଏହି ଡାକୋଟା ବିମାନ ଟି କୋଲକାତା ରେ ରହିଥିବା ବେଳେ ପୁର୍ବରୁ ମଧ୍ୟ ଡାକୋଟା କୁ ଫେରାଇ ଆଣିବା ନେଇ ଅନେକ ଚର୍ଚ୍ଚା ହେଉଥିଲା l ତେବେ, ବର୍ତ୍ତମାନ ଏହି ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି l

ରାଜ୍ୟ ପରିବହନ ବିଭାଗ ଦ୍ଵାରା ଆହ୍ଵାନ କରାଜାଇଥିବା ଟେଣ୍ଡର ର ଶେଷ ତାରିଖ ଆସନ୍ତା ଜୁଲାଇ ୩୦ ତାରିଖ ରହିଥିବା ବେଳେ ଏନେଇ ଏକ ବୈଠକ ର ଆୟୋଜନ କରାଯାଇ ବିମାନକୁ କିପରି ଖୋଲି ଭୁବନେଶ୍ଵର ଅଣାଯିବ ସେ ସମ୍ପର୍କରେ ଆବେଦନକାରି କମ୍ପାନୀ ମାନେ ଉପସ୍ଥାପନା ରଖିବେ l କୋଲକାତା ବିମାନ ବନ୍ଦରରେ ପଡି ରହିଥିବା “ଡାକୋଟା (ଡିସି-୩)” ବିମାନ କୁ ଖୋଲି ତାର ଜନ୍ତ୍ରପାତି ଓ ବିଭିନ୍ନ ଅଂଶ କୁ ଅଲଗା କରଯାଇ ସଡକ ପଥରେ ଭୁବନେଶ୍ଵର ଅଣା ଯିବ ବୋଲି ସୁଚନା ମିଲିଛି l ବିମାନକୁ ଫେରାଇ ଆଣିବା ପାଇଁ ଯେଉଁ କମ୍ପାନୀ ଟେଣ୍ଡର ନେବ,ସେହି କମ୍ପାନୀ ଏହି ସମସ୍ତ କାର୍ଯ୍ୟ କରିବ ଏବଂ ଭୁବନେଶ୍ଵର ଫେରିବା ପରେ ଏହି ଡାକୋଟା ବିମାନ ର ସମସ୍ତ ଜନ୍ତ୍ରପାତି ଓ ବିଭିନ୍ନ ଅଂଶ କୁ ପୁବର୍ବାର ଯୋଡାଯାଇ ବିମାନଟି କୁ ଛିଡ଼ା କରାଜିବାର ବ୍ୟବସ୍ଥା ରହିଛି l

ଏଥିସହ ବିମାନର ଜେଉଁ ପାର୍ଟ ଖରାପ ଥିବ ସେଠାରେ ନୁଆ ପାର୍ଟସ୍ ଲଗାଯିବ ବୋଲି ଜନାପଡିଛି l ବିଜୁବାବୁଙ୍କ “ଡାକୋଟା” ବିମାନ ଟି ଭୁବନେଶ୍ଵର ଆସିବା ପରେ ବିମାନବନ୍ଦର ନିକଟରେ ଥିବା ଗୋଲେଇ ଛକରେ ବିଜୁବାବୁଙ୍କ ପ୍ରତିମୁର୍ତ୍ତି ନିକଟରେ ଥିବା ଖାଲି ସ୍ଥାନରେ ରଖାଯିବ l ବିଜୁବାବୁ ଜଣେ ସାହସୀ ପାଇଲଟ ଥିଲେ ତଥା “ଡାକୋଟା” ବିମାନ ସହ ତାଙ୍କର ଅତି ନିବିଡ ସମ୍ପର୍କ ରହିଥିଲା l ଓଡିଶା ରୁ ଇଣ୍ଡୋନେସିଆ ପର୍ଯ୍ୟନ୍ତ ବିଜୁବାବୁଙ୍କ ବୀରତ୍ଵର କାହାଣୀ ପରିବ୍ୟାପ୍ତ ଥିବା ବେଳେ ଅନେକ ବର୍ଷ ଧରି ଖରା ବର୍ଷା ସହିତ କାକର ରେ କୋଲକାତା ବିମାନ ବନ୍ଦରରେ ପଡି ରହିଥିବା ” ଡାକୋଟା” ବିମାନ ଟି ଓଡିଶା ରେ ସୁରକ୍ଷିତ ଭାବେ ରଖାଯିବାର ବ୍ୟବସ୍ଥା କରାଯାଉଥିବାରୁ ବିଜୁପ୍ରେମି ଖୁସି ଜାହିର କରିଛନ୍ତି।

Related Post

ବାଲିଘାଟରେ ବୋମା ଫିଙ୍ଗି ହତ୍ୟା ଘଟଣାରେ ବିଂଝାରପୁର ଥାନା ଏସଆଇ ନିଲମ୍ବିତ

Posted by - March 25, 2022 0
ଯାଜପୁର: ବଗମରା ବାଲିଘାଟରେ ବୋମା ଫିଙ୍ଗି ହତ୍ୟା ଘଟଣାରେ ବିଂଝାରପୁର ଥାନା ଏସଆଇ କଣ୍ଡୁରି ଚରଣ ଦାସଙ୍କୁ ନିଲମ୍ବିତ କରାଯାଇଥିବା ଜଣାଯାଇଛି। କର୍ତ୍ତବ୍ୟରେ ଅବହେଳା ଯୋଗୁ ତାଙ୍କୁ…

ଯାଜପୁରରେ ଟୀକା ଚୋରି ଅଭିଯୋଗ,ପଂଜୀକରଣ କଲା ବେଳକୁ ଦୁଇ ଡୋଜ୍ ଟୀକା ନେଇଥିବା କହୁଛି ସାଟିଫିକେଟ୍

Posted by - May 12, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )କରୋନା ମହାମାରୀ ସମୟରେ ସମସ୍ତେ ଟୀକା ନେବାକୁ ଚାହିଁ ବସିଥିବା ବେଳେ ଯାଜପୁରରୁ ଆସିଛି ଟୀକା ଚୋରି ଅଭିଯୋଗ । ଯୁବକ…

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ,ଲୋକଙ୍କୁ ଫୋନ୍ କରି ସମସ୍ୟା ବୁଝିବେ ନବୀନ

Posted by - August 15, 2019 0
ଭୁବନେଶ୍ୱର: ପ୍ରଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।ସ୍ବାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ…