Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଭବାନୀପାଟଣା ପୋଲିସ ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

139 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବିଜୁ ଜନତା ଦଳ ଆସନ୍ତା ଡିସେମ୍ବର ୨୬ ତାରିଖରେ ତାର ୨୫ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି। ଏହି ଅବସରକୁ ସ୍ମରଣୀୟ କରିବା ପାଇଁ ପ୍ରତି ପଞ୍ଚାୟତ ଓ ୱାର୍ଡ ସ୍ତରରେ ୨୫ଟି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବାହୁଡା ଦିନ ଠାରୁ କଳାହାଣ୍ଡି ଜିଲ୍ଲାରେ ଆରମ୍ଭ କରାଯାଇଛି । ଏହି ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଭବାନୀପାଟଣା ପୋଲିସ ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲା ସାଧାରଣ ସମ୍ପାଦକ ଭବାନୀ ଶଙ୍କର ମିଶ୍ର, ଉପ ସଭାପତି ଜିତେନ୍ଦ୍ର ମହାନ୍ତି , ମ୍ୟୁନିସିପାଲିଟି ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ଉପ ସଭାପତି ମଣ୍ଟୁ ନାଏକ, ଜିଲ୍ଲା ଛାତ୍ର ସଭାପତି ଅଜିତ ସାହୁ, ରାଜ୍ୟ ପରିଷଦ ସଦସ୍ୟ ଭବାନୀ ଶଙ୍କର ନିଆଲ, ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ଯୁବ ଜୋନ ସଭାପତି ମନିନ୍ଦ୍ର ମହାନ୍ତି, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ଅଭିଷେକ ମହାପାତ୍ର, ଯୁବନେତା ରବି ପଟ୍ଟନାୟକ, ଦିନେଶ ବଗର୍ତୀ, ଅମିତ ଯାଦବ, ଲବଣୀ ମହାନନ୍ଦ, ଜିତେନ୍ଦ୍ର ବେହେରା, କ୍ଷୀରସିନ୍ଧୁ ନାଏକ, ସତ୍ୟବ୍ରତ ଦାସ, ନିହାର ମିଶ୍ର, କାମାକ୍ଷ ସିଂହଦେଓ, ଚକ୍ର ସେଠୀ, ସୁଶିଲ ସାହୁ, ଆଶୁ ପୁରୋହିତ ପ୍ରମୁଖ ଯୋଗଦେଇଥିଲେ ।

Related Post

ଆସନ୍ତାକାଲି ସୂର୍ଯ୍ୟୋପରାଗ।ଇ,ଜାଣନ୍ତୁ କଣ କରିବେ ,କଣ କରିବେ ନାହି

Posted by - June 20, 2020 0
ଭୁବନେଶ୍ବର :ଆସନ୍ତାକାଲି ବଳୟ ସୂର୍ଯ୍ୟୋପରାଗ। ତେବେ ଏହାର ପୂର୍ଣ୍ଣ ପରାଗ ପଥ ଉତ୍ତର ଭାରତର ଅଳ୍ପ କିଛି ଅଞ୍ଚଳ ଦେଇ ଯିବ। ଭାରତର ରାଜସ୍ଥାନ, ହରିୟାଣା ଓ…

ଡେବ୍ରିଗଡ ଅଭୟାରଣ୍ୟ ଠାରେ ପର୍ଯ୍ୟଟକ ମାନଙ୍କ ପାଇଁ ସୁଭାରମ୍ଭ ହେଲା ଶୀତ ତାପ ନିୟନ୍ତ୍ରିତ ସଫାରୀ ଗାଡ଼ି

Posted by - June 17, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ର ଡେବ୍ରିଗଡ ଅଭୟାରଣ୍ୟ ଠାରେ ପର୍ଯ୍ୟଟକ ମାନଙ୍କ ପାଇଁ ସୁଭାରମ୍ଭ ହେଲା ଶୀତ ତାପ ନିୟନ୍ତ୍ରିତ ସଫାରୀ ଗାଡ଼ି ସେବା । ଏଣିକି…

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ବୌଦ୍ଧ ଗସ୍ତ,

Posted by - October 9, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟବିଚାରପତି ଡଃ. ଏସ.ମୁରଲିଧର ଶନିବାର ଦିନିକିଆ ବୌଦ୍ଧଜିଲା ଗସ୍ତ କରିଛନ୍ତି । ମୁଖ୍ୟବିଚାରପତି ଅପରାହ୍ନରେ ବୌଦ୍ଧରେ ପହଞ୍ôଚ ପ୍ରଥମେ ଜିଲା କୋର୍ଟ…

ବିନା ବିଶେଷଜ୍ଞ ଡାକ୍ଟର ରେ ଚାଲିଛି ଖପ୍ରାଖୋଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ,ଅନେକ ପଦବୀ ଖାଲି

Posted by - June 25, 2022 0
ଖପ୍ରାଖୋଲ: ୨୫/୦୬(ତାପସ ରଞ୍ଜନ ବେହେରା) ସରକାର ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଉଥିବା ନେଇ ଦିଣ୍ଡିମ ପିଟୁଥିବା ବେଳେ ବଲାଙ୍ଗିର ଜିଲ୍ଲା ର ମ୍ୟାଲେରିଆ ପ୍ରବଣ ଖପ୍ରାଖୋଲ ବ୍ଲକ…

ହାଜତ ମୃତ୍ୟୁ ଘଟଣା କୁ ନେଇ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର

Posted by - October 1, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ବରଗଡ଼ ଜିଲ୍ଲା ତୋରା ଅଞ୍ଚଳର ଗୋବିନ୍ଦ କୁମ୍ଭାର ହଜାତ ମୃତ୍ୟୁ ଘଟଣା କୁ ନେଇ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କଲା ବିଜେପି…