ଗ୍ଲୀସ୍ଟେନ୍ସ ନିଉ ହରାଇଜ଼ନ ଫାଉଂଡେସନ କେନ୍ଦୁଝରର ଇଣ୍ଟରନେସନାଲ ବ୍ରେନ ମାଷ୍ଟର ତପେଶର ମହାନ୍ତଙ୍କ ଦ୍ଵାରା ତା-22/09/19 ରିଖ ଦିନ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଏବଂ ଘସିପୁରା ବ୍ଲକ ନିମନ୍ତେ ଏକ ଉର୍ଣ୍ଣତ ମାନର ଶିକ୍ଷା ସମ୍ବନ୍ଧୀୟ ସେମିନାର ହୋଟେଲ ଦି ଟେଷ୍ଟ ଶାଳପଡା ଠାରେ ଅନୁଷ୍ଠିତ ହୋଇଯାଇଛି !ଉକ୍ତ ସେମିନାର ମାଧ୍ୟମରେ ମାନନୀୟ ଆନ୍ତର୍ଜାତିକ ତାଲିମକର୍ତ୍ତା ଶ୍ରୀମାନ ତପେଶ୍ୱର ମହାନ୍ତ ବିଭିନ୍ନ ଅଭିନଵ ଶିକ୍ଷା କୌଶଳ,ମସ୍ତିସ୍କ ବିକାଶ ତାଲିମ,ସ୍ମରଣ ଶକ୍ତିର ଅଭିବୃଦ୍ଧି, ଆଧ୍ୟାତ୍ମିକ ଜ୍ଞାନ, ଆତ୍ମସଂସ୍କାର ଏବଂ ଏହାର ଉପଯୋଗୀତା ବିଷୟରେ ଆଲୋକପାତ କରିଥିଲେ !
ଉକ୍ତ ଅନୁଷ୍ଠାନ ତରଫରୁ ତାଲିମପ୍ରାପ୍ତ ଛାତ୍ରମାନେ ମିଡ଼ ବ୍ରେନ ଆକ୍ଟିଭେସନ ମାଧ୍ୟମରେ ଆଖିରେ କଳାପଟି ବାନ୍ଧି ସାଧାରଣ ବ୍ୟକ୍ତିବିଶେଷଙ୍କ ଭଳି ରଙ୍ଗ ବତାଇବା, ବହି ପଢିବା ଭଳି ଅଦ୍ଭୁତ କଳା ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ପକାଇଥିଲେ !
ଭାରତୀୟ ଆଧ୍ୟାତ୍ମିକ ଜ୍ଞାନ ଏବଂ ଜାପାନୀ ବୈଜ୍ଞାନିକ ପଦ୍ଧତିର ମିଶ୍ରଣରେ ଯେ କୌଣସି ଅସାଧ୍ୟକୁ ସାଧନ କରିହେବ ବୋଲି ସମସ୍ତ ବୁଦ୍ଧିଜୀବୀ ଉକ୍ତ ଦୃଷ୍ଟାନ୍ତ ଏବଂ ଛାତ୍ରମାନଙ୍କ ଅବିଶ୍ୱାସନୀୟ ପ୍ରତିଭା ମାଧ୍ୟମରେ ଉପଲବ୍ଧି କରିପାରିଥିଲେ !
ଅନୁଷ୍ଠାନର ଉକ୍ତ ମହତ ଉଦ୍ଧେଶ୍ୟ ନିମନ୍ତେ ସମସ୍ତ ବୁଦ୍ଧିଜୀବୀ,ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ସାଧୁବାଦ ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ !!!ଅନ୍ତର୍ଜାତୀୟ ଏବଂ ସର୍ବଭାରତୀୟ ସ୍ତରରେ ସୁନାମ ଅର୍ଜନ କରିପାରିଥିବା ତାଲିମକର୍ତ୍ତାଙ୍କ ଏପରି ଉଦ୍ଧେସ୍ୟ ମୂଳକ ପଦକ୍ଷେପ ନିମନ୍ତେ ଉପସ୍ଥିତ ଜନତା ସ୍ୱାଗତ କରିଥିଲେ !!ସେ ଅଂଚଳର ସୁନାମ ଧନ୍ୟ ଶିକ୍ଷକ ବୃନ୍ଦ ଯଥା ଏକସେଲେଂଟ ଟ୍ୟୁଟୋରିଆଲ, ଲିଟୁ ସାର, ପ୍ରକାଶ ସାର ଏବଂ ଭରତ ସାର ଉକ୍ତ ସେମିନାର ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ !!!ଉକ୍ତ ବିଶେଷ ତାଲିମ ମାଧ୍ୟମରେ ଆମ କେନ୍ଦୁଝର ଜିଲ୍ଲାର ଛାତ୍ରଛାତ୍ରୀ ମାନେ ଉପକୃତ ହେବେ ବୋଲି ସମସ୍ତଙ୍କର ଆଶା ଆଉ ଦୃଢ ବିଶ୍ୱାସ !!