ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ ପ୍ରତିବାଦରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କେସିଙ୍ଗା ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ

83 0

କେସିଙ୍ଗା :(ପୀତେଶ ପଟେଲ) ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିବା ଘଟଣାକୁ ନେଇ ରାଜ୍ୟ ସାରା ତୀବ୍ର ହେଉଛି ପ୍ରତିବାଦର ସ୍ୱର । କେସିଙ୍ଗା ସାମ୍ବାଦିକ ଓ ବୁଦ୍ଧିଜୀବୀ ଫୋରମ ପକ୍ଷରୁ ଏକ ପ୍ରତିବାଦ ରାଲି କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଓଦୁ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । କେସିଙ୍ଗା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା । ଏହି ସଭା ରେ ବରିଷ୍ଠ ସାମ୍ବାଦିକ ସୁରେଶ୍ ଅଗ୍ରୱାଲ ସଭାପତିତ୍ବ କରିଥିବା ବେଳେ ଦୈନିକ ଖବର କାଗଜ ସମାଜ ର କେସିଙ୍ଗା ପ୍ରତିନିଧି ଯଯାତି କେଶରୀ ଦେଓ ସଭା ପରିଚାଳନା କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ ।ସଭା ପରେ ସମସ୍ତେ ଏକ ରାଲିରେ ବ୍ଲକ ଅଫିସ ପର୍ଯ୍ୟନ୍ତ ଯାଇ ବି ଡି ଓ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

ଏହି ରାଲିରେ ପୂର୍ବତନ ନଗର ପାଲ ରାମକୁମାର ଜୈନ, ବରିଷ୍ଠ ସାମ୍ବାଦିକ ସୁରେଶ ଅଗ୍ରୱାଲ, ଦୈନିକ ଖବର କାଗଜ ସମାଜ ର ସାମ୍ବାଦିକ ଯଯାତି କେଶରୀ ଦେଓ, ଜାତୀୟ କଂଗ୍ରେସ ର ଟାଣୁଆ ନେତା ସୁରେଶ ରାଓ, ନିତିଦିନ ଖବର କାଗଜର ସାମ୍ବାଦିକ ଦୟା ଶୁନାନି, ଆଇନଯିବି ସନ୍ତୋଷ ଦାସ, ବିଜେପି ପୂର୍ବତନ ଟାଉନ ସଭାପତି ବସନ୍ତ ବାନାର୍ଜୀ, ପ୍ରମେୟ ପ୍ରତିନିଧି ଗଜିନ୍ଦ୍ର ସାହୁ , 4ନମ୍ବର ୱାର୍ଡ ର କାଉଶିଲର ଧରନି ନାଏକ ,୩ ନମ୍ୱର୍ ୱାର୍ଡ କାଉନସିଲର ରୋହିତ ଜୈନ ,୬ ନମ୍ୱର୍ ୱାର୍ଡ କାଉନସିଲର ସମ୍ଭୁ ବଗର୍ତ୍ତି ,ଜାତୀୟ କଂଗ୍ରେସ କର୍ମୀ ବସନ୍ତ ନାଏକ ,ପ୍ରଜାତନ୍ତ୍ର ପ୍ରତିନିଧି ଡମ୍ବରୁଧର ଭୋଇ ,କାମୟାବ ଟିଭି ପ୍ରତିନିଧି ମହମ୍ମଦ ଅଗ।ଜ।ନ , ବୁଦ୍ଧି ଯିବି ସୂର୍ଯ୍ୟ କାନ୍ତ ଦାସ ,କଂଗ୍ରେସ ର ଟିକେ ମନ ଦୀପ , ଶ୍ରୁତି ର ଜିଲ୍ଲା ପ୍ରତି ନିଧି ମନୋଜ ସିଂହ ,ବିଜେପି ଯୁବମୋର୍ଚାର ପିଙ୍କୁ ପରିଡା,,ଏଇ ଓଡ଼ିଶା ର କେସିଙ୍ଗା ପ୍ରତିନିଧି ପୀତେଶ ପଟେଲ ,ଆଇନ ଯିବି ଯୁଗଳ ଦୀପ ,ଉତ୍କଳ ସମାଜ ର ପ୍ରତିନିଧି ତେଜ ରାଜ୍ ସାହୁ ,ସମାଜ ଉତ୍କେଲ। ପ୍ରତିନିଧି ଅର୍ଜୁନ ପୋଢ଼ , ଓ ବଡ଼ ଖବର ର କେସିଙ୍ଗା ପ୍ରତି ନିଧି ସଂଗ୍ରାମ କେଶରୀ ଦେଓ ଙ୍କ ସମେତ ଅନେକ ବୁଦ୍ଧିଜୀବୀ ସାମିଲ୍ ହୋଇଥିଲେ ।

 

Related Post

ଅଯୋଧ୍ୟା ରେ ଶ୍ରୀରାମ ମନ୍ଦିର ଭୂମି ପୂଜନ ଶେଷ, ନୀଳ ଗିରି ରେ ପୂଜାର୍ଚନା, ଉତ୍ସବ ର ମାହାଲ !

Posted by - August 6, 2020 0
ନୀଳଗିରି:(ସୌମ୍ୟାସାଇ ବାରିକ୍)ଶତାବ୍ଦୀ ଶତାବ୍ଦୀ ର ପ୍ରତୀକ୍ଷା ର ଅନ୍ତ ଘଟିଛି। ଭାରତୀୟ ସଂସ୍କୃତି, ଅସ୍ମିତା ର ପ୍ରତୀକ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ର ଭୂମି…

ଗୁରୁ ଶ୍ରୀ ଭଗବାନ ସାହୁଙ୍କ ୨୧ ତମ ଜିଲ୍ଲା ସ୍ତରିୟ ଶ୍ରାଦ୍ଧବାର୍ଷୀକି ଏବଂ ଯୁବକବି କିଶୋର ଚନ୍ଦ୍ର ପାତ୍ରଙ୍କ ପୁସ୍ତକ ଉନ୍ମୋଚିତ

Posted by - November 24, 2021 0
ବରଗଡ/ଅତାବିରା:ବରିଷ୍ଠ ନାଗରିକ ସଂଘ ବରଗଡ କାର୍ଯ୍ୟାଲୟ ପରିସରରେ ଗୁରୁ ଶ୍ରୀ ଭଗବାନ ସାହୁ ସ୍ମୃତି କମିଟି ତରଫରୁ ଶ୍ରୀ କେଦାର ମିଶ୍ରଙ୍କ ଅଧ୍ୟକ୍ଷତାରେ ନାଟ୍ୟଗୁରୁ ଶ୍ରୀ ଭଗବାନ…

ଗନ୍ଧର୍ଲା ,ଭୁଷାଗୁଡା, ମାଣବସା ଉଷା ଲକ୍ଷ୍ମୀପୂଜା ରେମୁଖ୍ୟ ଅତିଥି ଭାବେ ଯୋଗଦେଲେ ବିଧାୟକ

Posted by - December 18, 2021 0
ବଙ୍ଗୋମୁଣ୍ଡା: ତା୧୭/୧୨(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଗନ୍ଧର୍ଲା ଓ ଭୁଷାଗୁଡା ଠାରେ ମାର୍ଗଶିର ମାଣବସା ଉଷାମହାଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ତିନି ଦିନ ଧରି…

ଔଷଧ ଦୋକାନରେ ସଟସାର୍କିଟ୍ ,ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ

Posted by - May 24, 2022 0
ସମ୍ବଲପୁର:(ରାମାକାନ୍ତ ବିଶ୍ଵାଳ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଡ଼ାକ୍ତରଖାନାର ସମ୍ମୁଖରେ ଥିବା ଏକ ଓୌଷଧ ଦୋକାନରେ ଗତକାଲି ବିଳମ୍ବିତ ରାତିରେ ସଟ୍ ସାର୍କିଟ୍ ଯୋଗୁଁ ଦୋକାନରେ ନିଆଁ…

ବୌଦ୍ଧ ଜିଲ୍ଲାର ବାସିନ୍ଦାଙ୍କ ଜିଲ୍ଲାପାଳକୁ ଫଟୋ ଭେଟି

Posted by - December 8, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ବାଉଁଶୁଣି ବଉଦିଆପଡ଼ା ର ଚିତ୍ରଶିଳ୍ପୀ ପରମେଶ୍ବର ମେହେର ଜଣେ ଭଲ ଚିତ୍ରଶିଳ୍ପୀ ଭାବରେ ଜାତୀୟ, ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି । ଯେହେତୁ ସେ…