ପୁରୁଣା କଟକ ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର କୁ ଅଣଦେଖା

105 0

ବୌଦ୍ଧ: (ଚିତ ରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ସ୍ୱାସ୍ଥ୍ୟ ବିଭାଗର ବିଚିତ୍ର ସ୍ୱାସ୍ଥ୍ୟସେବା ନୀତି ବିଭିନ୍ନ ମହଲକୁ ବିସ୍ମିତ କରିଛି । ହରଭଙ୍ଗା ବ୍ଲକର  ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ କଡରେ ଥିବା ବ୍ୟସ୍ତ ବହୁଳ ପୁରୁଣାକଟକ ଗୋଷ୍ଠିସ୍ୱାସ୍ଥ୍ୟ କୁ ପ୍ରତିଦିନ ନିୟମିତ ଭାବେ  ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨ଶହରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି।ଏଠାରେ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ୭ଜଣ ଡାକ୍ତରଙ୍କୁ ନିୟୋଜିତ କରାଯାଇଥିବେଳେ ଉଚ୍ଚ ଶିକ୍ଷା  କାରଣରୁ ୪ଜଣ ଓ ଅନ୍ୟଜଣେ ଦୀର୍ଘଦିନ ହେଲା ଅନୁପସ୍ଥିତ ଥିବାରୁ ସମ୍ପ୍ରତି ମାତ୍ର ୨ଜଣ ଡାକ୍ତରଙ୍କ ଉପରେ ସ୍ୱାସ୍ଥ୍ୟସେବା ଟି ସମ୍ପୂର୍ଣ୍ଣ ରୂପେ ନିର୍ଭର କରୁଛି।ସେହିପରି ୭ଷ୍ଟାଫନର୍ସଙ୍କ ସ୍ଥାନରେ ୫ଜଣ ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣକୁ ଗତ ୨୨ /୬/୨୦୨୨ରେ ଆଡେନିଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ର କୁ  ବଦଳି କରାଯାଇଛି। ଏଠାରେ ପୂର୍ବରୁ ଥିବା ଜଣେ ଏଏନଏମ ରେଗୁଲାର ହୋଇ ୭ମାସ ହେଲା ବଦଳି ହୋଇଯିବାପରେ ଆଜି ଯାଏଁ  ଉକ୍ତ ପଦବୀ ଖାଲି ରହିଛି।

ଏଠାରେ ଏକ୍ସରେ ମେସିନ ଉପଲବ୍ଧ ଅଛି କିନ୍ତୁ ଦୀର୍ଘ ୧୦ମାସ ତଳେ ଏଠାରୁ ବଦଳି ହୋଇଥିବା ଟେକ୍ନିସିୟନ ଙ୍କ ସ୍ଥାନରେ କାହାକୁ ନିଯୁକ୍ତ କରାଯାଇନଥିବାରୁ ତାହା ମଧ୍ୟ ଫାଙ୍କା ପଡିଛି । ଅଧିକାଂଶ ସମୟରେ ଏଠାକୁ ଆସୁଥିବା ଦୁର୍ଘଟଣାରେ ଆହତ ମାନଙ୍କ ଏକ୍ସରେ ହୋଇନପାରିବା ଯୋଗୁଁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ରେଫର କରିବାକୁ ପଡୁଛି।ମାତ୍ର ବ୍ଲକର ମୁଖ୍ୟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଆଡେନିଗଡ଼ ସିଏଚସିକୁ ପ୍ରତିଦିନ ମାତ୍ର ୨୦ରୁ୨୫ ଜଣ ରୋଗୀ ଆସୁଥିବା ବେଳେ ସେଠାରେ ସମ୍ପ୍ରତି ୩ଜଣ ଡାକ୍ତର ,  ଏ ଏନ ଏମ ୨ଜଣ, ନର୍ସିଂ ଅଫିସର ଜଣେ ଏଲଏଚଭିଙ୍କୁ ଅବସ୍ଥାପିତ କରାଯାଇଛି। ପ୍ରକାଶଯୋଗ୍ୟ ଯେ ହରଭଙ୍ଗା ବ୍ଲକର  ଅଧିକାଂଶ ଅଞ୍ଚଳରେ ନିୟମିତ ଭାବେ ଘଟୁଥିବା ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ପାଇଁ ହରଭଙ୍ଗା, ଚାରିଛକ, ଧଳପୁର, ଆଡେନିଗଡ଼ ଆଦି ନିକଟତମ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନନେଇ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁସିଧାସଳଖ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥାଏ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ୫୭ନଂ ଜାତୀୟ ରାଜପଥ କଡରେ ଥିବା ଆଡେନିଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଆଖପାଖରେ ହେଉଥିବା ଦୁର୍ଘଟଣା ସ୍ଥଳରୁ ମଧ୍ୟ ଆହତ ମାନଙ୍କୁ ସେଠିକି ନିଆନଯାଇ ପୁରୁଣା କଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଉଥିବା ବହୁ ନଜିର ଦେଖିବାକୁ ମିଳିଛି ।ମାତ୍ର ଗତ କିଛିଦିନ ତଳେ ଆଡେନିଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ କୁ ବଦଳି ହୋଇଥିବା ଜଣେ ନର୍ସିଂ ଅଫିସରଙ୍କ ସ୍ଥାନରେ ଯୋଗଦେବା ପାଇଁ ଗତ ୨୨ତାରିଖ ଦିନ ପୁରୁଣା କଟକରୁ କାର୍ଯ୍ୟରତ ଜଣେ ନର୍ସିଂ ଅଫିସରଙ୍କୁ  ଆଡେନିଗଡ଼ରେ ଯୋଗଦେବା ପାଇଁ ଚିଠି  କରାଯାଇଥିବା ଜଣାପଡିଛି । ଏକଥା ଜାଣିବା ପରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଏନେଇ ସେମାନେ ପୁରୁଣାକଟକ ସରପଞ୍ଚ ଅଶୋକ କୁମାର ସେଠୀଏବଂ ୮ନଂ ଜୋନର ଜିଲ୍ଲାପରିଷଦ ସଭ୍ୟା ତାରାମଣି ପ୍ରଧାନଙ୍କୁ ଭେଟି ବଦଳି ବାତିଲ ପାଇଁ ଦାବିକରିଥିବା ଜଣାପଡିଛି।

ଏ ସମ୍ପର୍କରେ ବୌଦ୍ଧ ସିଡିଏମଓ ଅଭୟ ଦାସ ଙ୍କୁ ପଚରାଯିବାରୁ ବର୍ତ୍ତମାନ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ  ପ୍ରାୟ ୨ଶହ ଜଣ  ବେଡ ଏଡ଼ମିଟ ରୋଗୀ ରହୁଛନ୍ତି ତାଙ୍କ ପାଇଁ କେବଳ  ୯ଜଣ ନର୍ସିଂ ଅଫିସର ଅଛନ୍ତି।ତେଣୁ ଆମେ ହରଭଙ୍ଗା ବ୍ଲକ ଓ କଣ୍ଟା ମାଳ ବ୍ଲକରୁ ଜଣେ ଲେଖାଏଁ ନର୍ସିଂ ଅଫିସର ଙ୍କୁ ବୌଦ୍ଧ କୁ ବଦଳି କରିଛୁ।ଅନ୍ୟପଟେ ଆଉଟ ସୋରସିଂକୁ ଯଥାଶୀଘ୍ର ୧୧ଜଣ ଷ୍ଟାଫ ଯୋଗାଇ ଦେବାପାଇଁ କହିଚୁ।ସେମାନେ ଆସିବା ପର୍ଯ୍ୟନ୍ତ ତାଙ୍କୁ ସେଠାକୁ ଡେପୁଟେସନରେ ପଠାଯାଇଛି।ପରେ ତାଙ୍କୁ ପୁନଃ ଫେରାଇ ଅଣାଯିବ ବୋଲି କହିଛନ୍ତି। ତେଣୁ ତୁରନ୍ତ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆବଶ୍ୟକତା ଥିବା ଷ୍ଟାଫ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଅଞ୍ଚଳର ଜନସାଧାରଣ ଙ୍କ ଭିତରେ ଦାବି ହେଉଛି।

Related Post

ଜିଲ୍ଲାର ନାର୍ଯ୍ୟ ଦାବୀ ହାସଲ ପାଇଁ ନାଗରୀକ କମିଟି ର ତତ୍ପରତା

Posted by - October 24, 2021 0
ବୌଦ୍ଧ :(ସାମରେଶ ମିଶ୍ର ) ଅପରାହ୍ନ ୪ ଘଣ୍ଟା ସମୟରେ ବୌଦ୍ଧ ସହର ସ୍ଥିତ ମାତଙ୍ଗେଶ୍ଵର ମନ୍ଦିର ପରିସର ମଧ୍ୟରେ ବୌଦ୍ଧ ନାଗରୀକ କମିଟି ସମ୍ପାଦକ ଶ୍ରୀ…

ଖଡଙ୍ଗ ନଦୀ ସେତୁ ଉପରେ ମର୍ମନ୍ତୁଦ ଦୁର୍ଘଟଣା, ୩ ଗୁରୁତର ଆହତ

Posted by - October 3, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ): ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଫାଣ୍ତି ଅଧିନ ଖୁଣ୍ଟିଗୋରା ପଞ୍ଚାୟତର ସିନ୍ଧୁଗୋରା ନିକଟ ଖଡଙ୍ଗ ନଦୀ ସେତୁରେ ବାଇକ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବା…

ବୁଢା ନଦୀରେ ବୁଡ଼ିଯାଇ ବୃଦ୍ଧ ମୃତ୍ୟୁ

Posted by - February 23, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ବୁଢା ନଦୀରେ ବୁଡ଼ିଯାଇ ବୃଦ୍ଧ ମୃତ୍ୟୁ । ଏଭଳି ଅଭାବନିୟ ଘଟଣା ଘଟିଛି ଯାଜପୁର ବ୍ଲକ ବାସୁଦେବପୁର ପଂଚାୟତ ଗୋନିନ୍ଦପୁର ଗ୍ରାମରେ ।…

ବସ୍ତା ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ପାଳିତ

Posted by - October 3, 2021 0
ବସ୍ତା:( ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ବସ୍ତା ପଞ୍ଚାୟତ ସମିତି ଅନ୍ତର୍ଗତ ୩୧ ଗୋଟି ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ବତନ୍ତ୍ର ଗ୍ରାମସଭା କାର୍ଯ୍ୟ କ୍ରମ…