କୁକୁଟେଶ୍ୱର କେନାଲର ପଙ୍କ ଉଦ୍ଧାର ହୋଇପାରିଲା ନାହି, ବିଭିନ୍ନ ସ୍ଥାନରେ ଘାଇ ଭାଙ୍ଗି ପାଣି ଉଚ୍ଛୁଳିଲା

113 0

ବୌଦ୍ଧ :(ଚିତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁକୁଟେଶ୍ୱର କେନାଲ ର ଦୀର୍ଘ ବର୍ଷ ହେଲା ପଙ୍କ ଉଦ୍ଧାର କାର୍ଯ୍ୟ ହୋଇପାରିନଥିବାରୁ  କେନାଲ ରେ ପ୍ରତି ବର୍ଷ ଚାଷୀ ମାନେ ପାଣି ପାଇବାରେ ଅସୁବିଧା ସମ୍ମୁଖୀନ ହୋଇଥାନ୍ତି । ଏନେଇ ବିଭାଗୀୟ ଯନ୍ତ୍ରୀ ଙ୍କୁ ବାରମ୍ବାର କହି ମଧ୍ୟ ସ୍ଥାନୀୟ ଚାଷୀ ନିରାଶ ହୋଇଥିବା ନେଇ ଚାଷୀଙ୍କ ଭିତରେ ଅଭିଯୋଗ ହେଉଛି । ଚାଷୀଙ୍କ କହିବା ଅନୁଯାୟୀ ଯେ ଉକ୍ତ କୁକୁଟେଶ୍ୱର କେନାଲ ର ପୁନରୁଦ୍ଧାର ପାଇଁ ୨୦୦୯ ମସିହାରେ ବିଭାଗ ପକ୍ଷରୁ  କାମ ହୋଇଥିଲା ।ପରେ ଆଜକୁ ୧୨ ବର୍ଷ ହେବ କେନାଲ ର କୌଣସି କାମ ହୋଇନାଇ । ଫଳରେ କେନାଲ ରେ ପଙ୍କ ଭର୍ତ୍ତି ହୋଇ ପୁରା ଟପି ଗଲାଣି । ବର୍ଷା ଦିନରେ କେନାଲ ରେ ଠିକ ରେ ପାଣି ଆସୁନଥିବାରୁ ଚାଷୀ ଠିକ ଭାବରେ ପାଣି ପାଇ ପାରୁନହାନ୍ତି । ଏପରିକି ଚଳିତ ବର୍ଷ ପଙ୍କ କାଦୁଅ ଉଦ୍ଧାର ପାଇଁ ଚାଷୀ ମାନେ ବିଭାଗୀୟ କୁ ଦୃଷ୍ଟି ଆକର୍ଷଣ କରିଥିଲେ ।

କିନ୍ତି କୌଣସି କାର୍ଯ୍ୟ ନହେବାରୁ ପ୍ରଥମ ବର୍ଷା ରେ କେନାଲର ବିଭିନ୍ନ ସ୍ଥାନରେ ରେ ଘାଇ ଭଙ୍ଗିବା ସହ ପାଣି ଗୁଡିକ  କେନାଲ ରେ ଆସିବ ପରିବର୍ତେ ବାହାରକୁ ଉଚ୍ଛୁଳି ପଳାଉଥିବା ନେଇ ଚାଷୀ ଙ୍କ ଭିତରେ ଅଭିଯୋଗ ହେଉଛି । ଯାହାକି ଚାଷୀ ପାଣି ନପାଇ ଅଯଥା ଜଳକର ବାନ୍ଧି  ନିରାଶ ହେବାକୁ ପଡୁଛି ବୋଲି ଚାଷୀ ମାନେ ଅଭିଯୋଗ କରୁଛନ୍ତି । ଏନେଇ  ପୁରୁଣା କଟକ କ୍ଷୁଦ୍ର ଜଳସେଚନ ବିଭାଗର ଏସ ଡି ଓ  ବିଭୁତି ମାଝୀ ଙ୍କୁ ପଚାରିବାରୁ  ଯେ କୁକୁଟେଶ୍ୱର କେନାଲ ର  କେଉଁ କେଉଁ ସ୍ଥାନରେ ରେ ଘାଇ ଭାଙ୍ଗିଛି ।ଓ  ପଙ୍କ କାଦୁଅରେ ଭର୍ତ୍ତି ହୋଇଥିବା ସ୍ଥାନ ଗୁଡିକ ଦେଖି ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଦାୟିତ୍ବ ରେ ଥିବା  ଯନ୍ତ୍ରୀ ଙ୍କୁ  କହିବି ବୋଲି କହିଥିଲେ । ଏପଟେ ତୁରନ୍ତ କେନାଲ ର କାର୍ଯ୍ୟକ୍ଷମ ନକଲେ ଆଗମୀ ଦିନରେ  ବିଭାଗୀୟ କାର୍ଯ୍ୟାଳୟ ଆଗରେ  ଧାରଣା ରେ ବସିବୁ ବୋଲି ଚାଷୀ ପ୍ରମିଲ କୁମାର ଦନ୍ତା, ସୁଜିତ ବିଶି ପ୍ରଦ୍ୟୁମ୍ନ ମହାକୁଡ଼, ସୁଧୀର ରଣା, ସୁରେନ୍ଦ୍ର ଭୋକ୍ତା ପ୍ରମୁଖ ଦାବି କରିଛନ୍ତି ।

Related Post

ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୧ ଲକ୍ଷ ୩୭ ହଜାର ଟଙ୍କାର ଚେକ ପ୍ରଦାନ  

Posted by - September 9, 2020 0
ଯାଜପୁର (ଆନନ୍ଦଚନ୍ଦ୍ରସାହୁ)ଯାଜପୁର ଜିଲା ଧର୍ମଶାଳା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପାଣ୍ଠିକୁ ଜିଲାପାଳ ଙ୍କ ମାଧ୍ୟମରେ ୧ ଲକ୍ଷ ୩୭ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଛି ।  ଜିଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ଜିଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବିଜୟ କୁମାର ନାୟକ,ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅକ୍ଷୟ କୁମାର ମଲ୍ଲ ପ୍ରମୁଖ ଜିଲାପାଳ ରଂଜନ କୁମାର ଦାସଙ୍କୁ ଏହି ଚେକ ପ୍ରଦାନ କରିଥିଲେ କୋରୋନା ମୁକାବିଲା ପାଇଁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିବା ବେଳେ ଏହି ଅର୍ଥ ଶିକ୍ଷକ ମାନଙ୍କ ପକ୍ଷରୁ ପ୍ରଦାନ କରାଯାଇଛି ।

ସୁବର୍ଣ୍ଣପୁର ଜିଲ୍ଲାର ହାବିଲଦାର,କନେଷ୍ଟବଳ ଶାଖା ସଂଘର ନିର୍ବାଚନ

Posted by - December 22, 2021 0
ସୋନପୁର:( ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲାର ହାବିଲଦାର,କନେଷ୍ଟବଳ ଶାଖା ସଂଘର ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି । ସଭାପତି ଭାବରେ କୁମୁଦ ରଞ୍ଜନ ମେହେର ହେଟ୍ରିକ ଓ…

ଟିଟିଲାଗଡ଼ ବରିଷ୍ଠ ନାଗରିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ, ସଭାପତି ହେଲେ ସେବକ ଚରଣ ଦାସ।

Posted by - August 18, 2022 0
ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ବରିଷ୍ଠ ନାଗରିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି। ଏହି ବର୍ଷ ପାଇଁ ସଭାପତି…

ହଷ୍ଟେଲ ରୁ ଡେଇଁ MBBS ଛାତ୍ରୀ ଗୁରୁତର

Posted by - January 26, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ହଷ୍ଟେଲ ରୁ ଡେଇଁ MBBS ଛାତ୍ରୀ ଗୁରୁତର।ସମ୍ବଲପୁର ବୁର୍ଲା ଭିମସାର ମେଡ଼ିକାଲ କଲେଜ ର ସାବିତ୍ରୀ ଛାତ୍ରୀ ନିବାସ ର ତୃତୀୟ ମହଲା ଉପରୁ…

ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ଅକ୍ଷୟ ନନ୍ଦଙ୍କ ପରଲୋକ

Posted by - August 8, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ର ବିଶିଷ୍ଟ ଶିକ୍ଷାବିତ୍ ତଥା ଲଢ଼ୁଆ ସମାଜସେବୀ ଅକ୍ଷୟ ନନ୍ଦ ଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ…