ତୃତୀୟ ପର୍ଯ୍ୟାୟରେ ଋୂପାନ୍ତରିତ ହେବ ୩୧ ଟି ଉଚ୍ଚ ବିଦ୍ୟାଳୟ 

331 0

ବୌଦ୍ଧ :(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲାରେ ୫ ଟି େଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୦ ଗୋଟି ଉଚ୍ଚ ବିଦ୍ୟାଳୟକୁ ରୁପାନ୍ତରିତ କରାଯାଇଥିବାବେଳେ ଦ୍ୱିତିୟ ପର୍ଯ୍ୟାୟରେ ୨୪ ଗୋଟି ବିଦ୍ୟାଳୟକୁ ରୁପାନ୍ତରିତ କରାଯାଇଥିଲା । ତୃତୀୟ ପର୍ଯ୍ୟାୟରେ ଆଉ ୩୧ ଟି ଉଚ୍ଚ ବିଦ୍ୟାଳୟକୁ ରୁପାନ୍ତରିତ ଯୋଜନା ରେ ସାମିଲ କରାଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି । ଏନେଇ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀକକ୍ଷଠାରେ ଆୟୋଜିତ ବୈଠକରେ ନୂତନ ଭାବରେ ରୂପାନ୍ତରିତ ବିଦ୍ୟାଳୟ ସଂପର୍କରେ ସୂଚନା ପ୍ରଦାନ କରାଯିବା ସହିତ ଆଗକୁ କିପରି କାର୍ଯ୍ୟ କରିବେ ସେ ସଂପର୍କରେ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରଥମ ଓ ଦ୍ୱିତିୟ ପର୍ଯ୍ୟାୟରେ ରୁପାନ୍ତରିତ ହୋଇଥିବା ବିଦ୍ୟାଳୟ ଗୁଡିକର କାର୍ଯ୍ୟକୁ ଅନୁଶୀଳନ କରି ତୃତୀୟ ପର୍ଯ୍ୟାୟ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଶ୍ରୀମିଶ୍ର ପରାମର୍ଶ ଦେଇଥିଲେ ।

 

ରୁପାନ୍ତରିତ ଯୋଜନାରେ ସରକାରଙ୍କ ଆଭିମୁଖ୍ୟକୁ ବୁଝିବା ସହିତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ନିଜେ ଶିକ୍ଷା ବିଭାଗର ଅଧିକାରୀ,ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟର ଆଲୁମିନି ସଦସ୍ୟମାନଙ୍କ ସହିତ ଆଲୋଚନା କରି ସଫଳ ଭାବରେ ଯୋଜନା କାର୍ଯ୍ୟକାରୀ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ । ରୂପାନ୍ତରିତ ଯୋଜନା ଅନୁଯାୟୀ ପ୍ରତ୍ୟେକ ବିଦ୍ୟାଳୟରେ ଇ-ଲାଇବ୍ରେରୀ,ଇ-ପରୀକ୍ଷାଗାର,ସ୍ୱଛ ଶୌଚାଳୟ,ସ୍ୱଛ ପାନୀୟଜଳ,ସ୍ମାର୍ଟ ଶ୍ରେଣୀକକ୍ଷ ନିର୍ମାଣ କରିବା ସହିତ ବିଦ୍ୟାଳୟର ସମ୍ମୁଖ ଦ୍ୱାର ଓ ପାରିପାଶ୍ୱିର୍କ ଉନ୍ନତିକୁ ନିଶ୍ଚିତ ଭାବରେ କରାଇବାକୁ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଯେଉଁ ବିଦ୍ୟାଳୟଗୁଡିକର କାର୍ଯ୍ୟ ସଂପୁର୍ଣ୍ଣ ହୋଇସାରିଛି ତାହା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହି ଯୋଜନାରେ ଶିକ୍ଷା ବିଭାଗର ଶତପ୍ରତିଶତ ଦାୟିତ୍ୱ ରହିଥିବାବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ରୂପାନ୍ତରିତ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ଜିଲାପାଳ ଶ୍ରୀମିଶ୍ର ବୈଠକରେ ପରାମର୍ଶ ଦେଇଥିଲେ । ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନି କୁମାର ମେହେର ସ୍ୱାଗତ ଭାଷଣ ପ୍ରଦାନ କରିବା ସହତ ବୈଠଳର ଉଦ୍ଦେଶ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା,ଉପଜିଲାପାଳ ସନତ କୁମାର ନାଏକ,ଜିଲା ମୁଖ୍ୟଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ, ବୌଦ୍ଧ ବ୍ଲକ ବିଡିଓ ଅବିନାଶ ପାଣ୍ଡିଆ,ହରଭଙ୍ଗା ବିଡିଓ ସ୍ମିତା ରଥ,ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ମିଶନ ପ୍ରଦିପ୍ତ କୁମାର ମହାନ୍ତିଙ୍କ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସମେତ ନୂତନ ଭାବରେ ରୂପାନ୍ତରିତ ଯୋଜନାରେ ସାମିଲ ହୋଇଥିବା ବିଦ୍ୟାଳୟ ଗୁଡିକର ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦେଇଥଲେ ।

Related Post

ସୁବର୍ଣ୍ଣପୁର ଜିଲ୍ଲାରେ ପିଏମ କେୟାର ଯୋଜନାର ଶୁଭାରମ୍ଭ

Posted by - May 30, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ) ସମଗ୍ର ଦେଶରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍ ମହାମାରୀ ସମୟରେ ଉଭୟ ପିତା ମାତା ତଥା ଅବିଭାବକ ଙ୍କୁ ହରାଇ ଥିବା…

ଯାଜପୁର ଭବାନିଗଞ୍ଜରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ରକ୍ତ ଦାନ ଶବିର

Posted by - July 19, 2020 0
ଯାଜପୁର ଅଫିସ : ଆଜି ଯାଜପୁର ନଗର ଭାବନିଗଞ୍ଜ ଠାରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ପୂର୍ବ  ପାରିଷଦ ଦୀପକ କୁମାର…

ସେବା ସମବାୟ ସମିତି ନିର୍ବାଚନ : ୪୦ ବର୍ଷ ପରେ ବେଲଗୁଣ୍ଠା ସେବା ସମବାୟ ସମିତି ବିଜେଡ଼ି ଦଖଲରେ

Posted by - June 27, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା ) ବେଲଗୁଣ୍ଠାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନ ଭଳି ସମବାୟ ସମିତି ନିର୍ବାଚନରେ ମଧ୍ୟ ବିଜେଡ଼ି କରିଛି ବାଜିମାତ୍ I…

ଜ଼ୀଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - December 2, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ )-ହରଭଙ୍ଗା ବ୍ଲକ ହରେକୃଷ୍ଣପୁର ଗୋପବନ୍ଧୁ ସରକାରି ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବାର ଜ଼ୀଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…

ବାଇକ ଦୁର୍ଘଟଣା ଜଣେ ଗୁରୁତର

Posted by - February 26, 2022 0
ବୌଦ୍ଧ:(ଚିତରଞ୍ଜନ ସିଂ) ବୌଦ୍ଧ ଜିଲା ପୁରୁଣା କଟକ ଥାନା ଲଇଗାଁ ଛକ ନିକଟରେ  ଶୁକ୍ରବାର ଅପରାହ୍ନ ରେ ଜଣେ ବାଇକ ଆରୋହି ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ଜଣାପଡିଛି…