Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଓଡିଶା ସାହିତ୍ୟ ଏକାଡେମୀ ସ୍ଵନକ୍ଷତ୍ର ଦିବସ ୨୦୨୨

79 0

ବୌଦ୍ଧ :(ଚିତ୍ତ ରଂଜନ ସିଂ) ଓଡିଶା ସାହିତ୍ୟ ଏକାଡେମୀ ର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା ଯଥା – ବକ୍ତୃତା, ପ୍ରବନ୍ଧ, କବିତା ଆବୃତ୍ତି ଓ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ଦୁଇଟି ବର୍ଗରେ ( କନିଷ୍ଠ / ବରିଷ୍ଠ ) ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ କୁ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା ଉଦଘାଟନ କରିଥିଲେ l ତତସହିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ଶୁକ୍ରୁ ସ୍ୱାଇଁ ଏବଂ ଓଡିଶା ସାହିତ୍ୟ ଏକାଡେମୀ ର ସଦସ୍ୟ ଡ଼ଃ. ଇଂ. ସଞ୍ଜୟ କୁମାର ପଣ୍ଡା ଉପସ୍ଥିତ ଥିଲେ l ଏହି ସାରସ୍ୱତ କାର୍ଯ୍ୟକ୍ରମ ରେ ଜିଲ୍ଲାର ୧୪୬ ଛାତ୍ର ଛାତ୍ରୀ ବିଭିନ୍ନ ବିଦ୍ୟାଳୟ ରୁ ଅଂଶ ଗ୍ରହଣ କରିଥିଲେ l

ତତ ସହିତ ଗାଇଡ଼ ଶିକ୍ଷକ / ଶକ୍ଷିୟିତ୍ରୀ ଉପସ୍ଥିତ ଥିଲେ l ଏହି ପ୍ରତିଯୋଗୀତାର ବିଚାରକ ଭାବରେ ଡ଼ଃ. ଇଂ. ସଞ୍ଜୟ କୁମାର ପଣ୍ଡା, ପ୍ରାକ୍ତନ ଓଡିଶା ସାହିତ୍ୟ ଏକାଡେମୀ ର ସଦସ୍ୟ ଶ୍ରୀ ନୀଳଲୋହିତ ମହାପାତ୍ର, ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସି ଆର ସି ସି ଶ୍ରୀଯୁକ୍ତ ସନ୍ତୋଷ କୁମାର କର୍ଣ୍ଣ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ, ମେଣ୍ଢିମାଳ ର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ କୁମାର ପ୍ରଧାନ ଦାୟିତ୍ୱ ତୁଲାଇଥିଲେ l ଏହି ପ୍ରତିଯୋଗିତାର ବିଭିନ୍ନ ବର୍ଗ ର ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l

Related Post

କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ର ରେଞ୍ଜର ଭିଜିଲାନ୍ସ ଦ୍ଵାରା ଗିରଫ

Posted by - December 24, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ପୂର୍ବତନ ରେଞ୍ଜର ତଥା ବର୍ତମାନ ଭ୍ରାମ୍ୟମାଣ ରେଞ୍ଜର ଦାୟିତ୍ଵ ରେ ଥିବା ନୃତ୍ୟରାଜ ମାଝୀ…

ସିଗମା ଷ୍ଟାର କଂପିଟିସନ ଅନୁଷ୍ଠିତ 

Posted by - September 3, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ ଉତ୍ତଙ୍ଗରା ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ସିଗମା ଷ୍ଟାର କଂପିଟିସନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୬ଟି…

ନେସନାଲ ହେଲ୍ପ ଫଉଣ୍ଡେସନ ତରଫ ରୁ ରଗଡ଼ି ସ୍ଥିତ ଭାଲୁକୁଡି ଗ୍ରାମ ରେ ଏକ ସଚେତନତା ଶିବିର

Posted by - April 15, 2020 0
ଭୁବନେଶ୍ୱର,(ବ୍ୟୁରୋ)- ରାଜ୍ୟର ପ୍ରତି ପଞ୍ଚାୟତରେ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ମାନଙ୍କ ଜରିଆରେ ଅସହାୟ ଓ ନିରାଶ୍ରୟ ବ୍ୟକ୍ତିଙ୍କୁ  ଖାଦ୍ୟ ଯୋଗାଇବା ପାଇଁ…

ଗୋ ମାତାଙ୍କ ଗୃହ ପାଇଁ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ଆଗରେ ସପରିବାର ଧାରଣା

Posted by - November 16, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଗୋ ମାତାଙ୍କ ସେବା ନାରା ଲଗାଉଥିବା କଥା ଏଵେ ପ୍ରଶାସନ ର ବାଟରେ ପଡି ହାଟରେ ଗଡୁଛି!ଏମିତି ଏକ ନିନ୍ଦନୀୟ ଘଟଣା ଆଜି ବୌଦ୍ଧ ଜିଲ୍ଲା ପାଳ…

ବିଧାୟକଙ୍କ ମାରାଥନ ଉଦଘାଟନରେ ୪୦୦ କର୍ମୀଙ୍କ ବିଜେଡ଼ିରେ ଯୋଗଦାନ

Posted by - January 6, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବ୍ଲକ ବଡ଼ବୋର୍ସିଙ୍ଗ ପଂଚାୟତ ରେ ବିଭିନ୍ନ ପକଳ୍ପ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଦ୍ଵାରା ଉଦଘାଟନ ହୋଇଯାଇଛି l ସ୍ଥାନୀୟ ସରପଞ୍ଚ ପ୍ରତିନିଧି ତଥା…