ଜମି ଜାଲିଆତି ମାମଲାରେ ୫ ଗିରଫ୍ : ସାମ୍ବାଦିକ ସମ୍ମିଳନୀ ରେ କଳାହାଣ୍ଡି ଅତିରିକ୍ତ ଏସ୍ ପି ଙ୍କ ସୁଚନା

80 0

କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)  କଳାହାଣ୍ଡି ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ଜମି ମାଫିଆଙ୍କ ପ୍ରାଦୁର୍ଭାବ l ନିରିହ ଲୋକଙ୍କ ଜମିକୁ ଜାଲିଆତି କରି ଏହି ମାଫିଆ ମାନେ ବିକ୍ରି କରୁଥିବା ବେଳେ ଏହି ରାକେଟ ରେ କିଛି ଅସାଧୁ ସରକାରି ବାବୁଙ୍କ ସମ୍ପୃକ୍ତି ‌‌‌କୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର୍ ଧରିଛି l ଏହିଭଳି ଏକ ଜମି ଜାଲିଆତି ମାମଲା ସମ୍ପର୍କରେ ବର୍ତ୍ତମାନ ଅଭିଯୋଗ ହେବାପରେ କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସଦର ଥାନା ପୋଲିସ୍ ୫ ଜଣ ଅଭିଯୁକ୍ତ ଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି l ଅଭିଯୋଗ ଅନୁସାରେ ଭବାନିପାଟଣା ସଦର ଥାନା ଅନ୍ତର୍ଗତ ଡକାବାହାଲି ଗାଁ ର ନରୋତ୍ତମ ଗଉଡଙ୍କ ନାମରେ ୪ ଏକର ୩୩ ଡେସିମିଲ ଚାଷ ଜମି ରହିଛି l

କିଛିଦିନ ତଳେ ତାଙ୍କ ଗାଁ ରେ ଜମିମାଫିଆ ମାନେ ଜମି କିଣାବିକା କରିଥିବା ଜାଣିବାକୁ ପାଇ ନରୋତ୍ତମ ନିଜ ଜମି କାଗଜାତ ଜାଞ୍ଚ କରାଇବାରୁ ଜାଣିବାକୁ ପାଇଲେ ଯେ ତାଙ୍କର ମୋଟ ୪ ଏକର ୩୩ ଡେସିମିଲ୍ ଜମିରୁ ୧ ଏକର ୩୦ ଡେସିମିଲ୍ ଜମି ପ୍ରଦିପ ଜୈନ୍ ଓ କ୍ଷେତ୍ର ମୋହନ ହୋତା ଙ୍କ ନାମ ରେ ବିକ୍ରି କରାଯାଇଛି l ଉଭୟ ଜମି କ୍ରେତା ଦଲାଲ ଜରିଆରେ ଜମି କିଣି ଥିବା ଜାଣିବାକୁ ପାଇ ନରୋତ୍ତମ ତୁରନ୍ତ ଭବାନୀପାଟଣା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ପରେ ଭବାନିପାଟଣା ସହରର ୪ ଜଣ ଜମିମାଫିଆ ନରେଶ ପ୍ରଧାନି , ଆଶୁତୋଷ ପାଣିଗ୍ରାହି , କୁନା ପାତ୍ର ,ଓ ଅନ୍ତର୍ଜ୍ୟାମି ପଣ୍ଡା ଏବଂ ଡକାବାହିଲି ଗାଁ ର ମକରନ୍ଦ ଗଉଡ ମିଶି ନରୋତ୍ତମ ଙ୍କ ଜମିକୁ ଚତୁରତାର ସହ ଜାଲିଆତି କରି ବିକ୍ରି କରିଥିଲେ l

ପ୍ରଥମେ ଏହି ଜମି ମାଫିଆ ମାନେ ନରୋତ୍ତମ ଙ୍କ ନାମ ରେ ଅନ୍ୟ ଜଣେ ଲୋକଙ୍କୁ ଭବାନିପାଟଣା ସବ୍ ରେଜିଷ୍ତ୍ରାର୍ ଅଫିସ୍ କୁ ନେଇ ସେଥାରେ ବିକ୍ରୟ କବଲା ପ୍ରସ୍ତୁତ କରିବା ପରେ ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କୁ ନରୋତ୍ତମ ଙ୍କ ଜମି ତାଙ୍କ ଅଜାଣତରେ ବିକ୍ରିକରିଥିବା ପୋଲିସ୍ ଜାଣିବାକୁ ପାଇଥିଲେ l ସଦରଥାନା ପୋଲିସ୍ ଏହି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଠାରୁ ନଗଦ ୩ ଲକ୍ଷଟଙ୍କା ଜବତ କରିଛି l ଜମି ମାଲିକ ଙ୍କ ଅଜାଣତରେ ସବ୍ ରେଜିଷ୍ଟ୍ରାର୍ ଙ୍କ କାର୍ଯ୍ୟାଲୟରେ ବିକ୍ରୟ କବଲା ପ୍ରସ୍ତୁତ କରାଜାଇଥିବାରୁ ଏହି ଜାଲିଆତି ରେ କିଛି ସରକାରୀ ଅଧିକାରି ମଧ୍ୟ ସାମିଲ୍ ଥିବା ସନ୍ଦେହ ସ୍ରୁଷ୍ଟି ହୋଇଛି l ଏହି ଜମି ଜାଲିଆତି ମାମଲା କୁ ନେଇ କଳାହାଣ୍ଡି ଏସ୍ ପି ଙ୍କ କାର୍ଜ୍ୟାଲୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ଏସ୍ ପି ବିଜୟ କୁମାର ନନ୍ଦ ସୁଚନା ଦେବା ସହ ସବ୍ ରେଜିଷ୍ଟ୍ରାର୍ ଅଫିସ୍ ର ଅଧିକାରୀ ଙ୍କୁ ମଧ୍ୟ ଜେରା କରିବା ପାଇଁ ନୋଟିସ୍ ଜାରି କରାଯାଇ ଥିବା ଜଣାଇଛନ୍ତି l

Related Post

ଆରସେଟି ବୌଦ୍ଧ ପକ୍ଷରୁ ଦପଲା ଗ୍ରାମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନେଇ ପନିପରିବା ଚାଷ ତାଲିମ

Posted by - May 14, 2022 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ଲାଣ୍ଡିବନ୍ଧ ସ୍ଥିତ ଏସ. ବି. ଆଇ ଆରସେଟି ତରଫରୁ କଣ୍ଟାମାଳ ବ୍ଲକ ସ୍ତିତ ଦପଲା ଗ୍ରାମରେ 22 ଜଣ ମହିଳା ମାନଙ୍କୁ ନେଇ…

ଦୁଇ ନାବାଳିକା ଙ୍କୁ ଉଦ୍ଧାର କଲା ଜିଲ୍ଳା ଶିଶୁ ମଙ୍ଗଳ କମିଟି

Posted by - July 7, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ନିର୍ଦେଶ କ୍ରମେ ଜିଲ୍ଲାରେ ବାଲ୍ୟ ବିବାହ କୁ ସମ୍ପୂର୍ଣ୍ଣ ବନ୍ଦ କରିବା…

ପାଟିମାଲ ଗାଁରେ ଅଭାବନୀୟ ଘଟଣା ବିଷ ପିଇ ଗୋଟିଏ ପରିବାରର ଦୁଇଜଣ ମୃତ୍ୟୁ ,ଜଣେ ଗୁରୁତର

Posted by - August 2, 2022 0
ଖପ୍ରାଖୋଲ :୨/୦୮(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ପାଟିମାଲ ଗାଁରେ ମଙ୍ଗଳବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିଷ ପାନ କରି…

ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ତାଲିମ୍ ଶିବିର ଉଦଯାପିତ

Posted by - September 13, 2022 0
ହରଭଙ୍ଗା :(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରେକୃଷ୍ଣପୁର ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ ତରଫରୁ ୯ ତାରିଖରୁ ୧୧…