ଜାତୀୟ ରାଜପଥ ଦୁରାବସ୍ଥା ନେଇ ଦୁର୍ଦ୍ଦଶା ଭୋଗୁଛନ୍ତି ଜୁଯୋମୁରା ବାସିନ୍ଦା

58 0

ସମ୍ବଲପୁର: (ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲା ଜୁଯୋମୁରା ଦେଇ ଯାଇଥିବା ସମ୍ବଲପୁର କଟକ ୫୫ ନମ୍ବର ଜାତୀୟ ରାଜପଥର ଦୁରବସ୍ଥା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ । ଦିନେ କି ଦୁଇଦିନ ନୁହେଁ ଏହି ଜାତୀୟ ରାଜପଥର ଦୁରବସ୍ଥା ବର୍ଷ ବର୍ଷ ଧରି ଏପରି ଥିବାବେଳେ ଏହାର ମରାମତି ଉପରେ ଦୄଷ୍ଠି ଦେଉନାହାନ୍ତି ସରକାର । ଏଥିପାଇଁ ଜନ ଅସନ୍ତୋଷ ତେଜିବା ସହ ଜାତୀୟ ରାଜପଥ ଅବରୋଧ ପାଇଁ ସରକାର ଙ୍କୁ ଚେତାବନୀ ଦେଲେ ଅଞ୍ଚଲବାସି ।ସମ୍ବଲପୁର ରୁ କଟକ ଜାତୀୟ ରାଜପଥ ଲୋକଙ୍କ ପାଇଁ ଏବେ ସାଜିଛି ଅଦୄଣ୍ୟ ଅଭିଶାପ । କାହିଁକି ପ୍ରତିଦିନ ଏହି ରାଜପଥ ରେ ଛୋଟ ବଡ ଦୁର୍ଘଟଣା ଘଟିବା ଏକ ସ୍ୱଭାଭିକ ଘଟଣାରେ ପରିଣତ ହୋଇଗଲାଣି । ଆଉ ଏହି ସବୁ ର ମୂଳ କାରଣ ହେଲା ଜାତୀୟ ରାଜପଥର ଦୁରାବସ୍ଥା । ଏହି ଦୁରାବସ୍ଥା ଏପରି ଯେ ନ କହିଲେ ଭଲ ରାଜପଥ ବିଭିନ୍ନ ସ୍ଥାନରେ କେଉଠି ଗାଡ ଖାଲ ଏପରି ଅଛି ଯେ ଆପଣ କହିବେ ରାଜ ରାସ୍ତା ଗଲା କୁଆଡେ ।

ଏଥିପାଇଁ ପ୍ରତିଦିନ ରାଜପଥ ଉପରେ ଦୁର୍ଘଟଣା ଘଟି ଅମୁଲ୍ୟ ଜିବନ ଯିବା ସହ ଏକ ମରଣଯନ୍ତ୍ରାରେ ପରିଣତ ହୋଇଛି ରାଜପଥ ।ଏଥିପାଇଁ ଜନ ଅସନ୍ତୋଷ ତେଜିବାରେ ଲାଗିଥିବା ବେଳେ ରାସ୍ତା ମରାମତି ନହେଲେ ରାଜପଥ ଅବରୋଧ ପାଇଁ ଚେତାବନୀ ଦେଇଛି ଜୁଯୋମୁରା ବ୍ଳକ ଆଞ୍ଚଳିକ ସଡକ ସୁରକ୍ଷା କମିଟି । ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ସହରକୁ ସିଧାସଳଖ ରାଜଧାନୀ ଭୁବନେଶ୍ବର କୁ ସଂଯୋଗ କରୁଥିବା ସମ୍ବଲପୁର ର ୫୫ ନମ୍ବର ରାଜପଥ ର ଦୁରାବସ୍ଥା କେବେ ସୁଧୁରିବ ବୋଳି ଏବେ ଲୋକେ ଚାହିଁ ବସିଥିବା ବେଲେ ଏହାର ମରାମତି ପାଇଁ ଦୄଢ ଦାବି କରିଛି ଜୁଯୋମୁରା ବ୍ଳକ ଆଞ୍ଚଳିକ ସଡକ ସୁରକ୍ଷା କମିଟି ।ଜୁଯୋମୁରା ବ୍ଳକର ସବୁ ଅଞ୍ଚଳର ଜନପ୍ରତିନିଧି ତଥା ଲୋକଙ୍କୁ ନେଇ କମିଟି ଗଠନ କରାଯାଇ ସମ୍ବଲପୁର ଜିଲ୍ଲାପାଳ ଙ୍କ ଠାରେ ବୁଧବାର ଏନେଇ ଅଭିଯୋଗ କରାଯାଇଛି ।

କମିଟି ତରଫରୁ ଦିଆଯାଇଥିବା ଅଭିଯୋଗ ପତ୍ରରେ କୁହାଯାଇଛି ଯେ ବ୍ଳକର ୧୮ ଟି ପଞ୍ଚାୟତ ର ଲୋକଙ୍କ ସମେତ ସମ୍ବଲପୁର ଜିଲ୍ଲା ସମେତ ପଶ୍ଚିମ ଓଡିଶା ର ଏକାଧିକ ଜିଲ୍ଲାର ହଜାର ହଜାର ଲୋକଙ୍କ ଯାତାୟତରେ ବ୍ୟବହୃତ ରାଜପଥ ଏବେ ପାଲଟିଛି ମରଣଯନ୍ତ୍ରା । କେଉ ମୁହୁର୍ତ୍ତ ରେ ଯେ ଖରାପ ରାସ୍ତା ପାଇଁ ଦୁର୍ଘଟଣା ନ ହେବ କହି ହେବନାହିଁ । ପ୍ରତିଦିନ ବେହାଲ ହୋଇ ପଡିଥିବା ଦୁରବସ୍ଥା ଜାତୀୟ ରାଜପଥ ରାସ୍ତା ପାଇଁ ପାଇଁ ଅସୁବିଧା ଭୋଗୁଛନ୍ତି ଲୋକେ । ଏଥିପାଇଁ ଜିଲ୍ଲା ପ୍ରଶାସନ କୁ ଆଜି ଲିଖିତ ଅଭିଯୋଗ କରାଯାଇଛି ଯଦି ଆଗାମୀ କିଛି ଦିନ ମଧ୍ୟରେ ଅଞ୍ଚଳବାସୀ ଙ୍କ ଦାବି ମୁତାବକ ଏହାର ମରାମତି ନ କରାଯିବ ତେବେ ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଲନ କରିବେ ବୋଳି ଜୁଯୋମୁରା ବ୍ଳକ ଆଞ୍ଚଳିକ ସଡକ ସୁରକ୍ଷା କମିଟି ତରଫରୁ ଚେତାବନୀ ଦିଆଯାଇଛି । ତେବେ ଦାବିପତ୍ର ପ୍ରଦାନ ପରେ ରାଜପଥର ମରାମତି ପାଇଁ ପ୍ରଶାସନ ପଦକ୍ଷେପ ନେଉଛି କି ମରାମତି ପାଇଁ ଲୋକ ଙ୍କୁ କରିବାକୁ ପଡୁଛି ଆନ୍ଦୋଳନ ଏବେ ତାକୁ ଅପେକ୍ଷା ।

Related Post

ହୋମିଓପ୍ୟାଥିକ ସ୍ୱାସ୍ଥ୍ୟ ସେବା ଶିବିର

Posted by - November 29, 2020 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି) ଅରଙ୍ଗାବାଦ(ଚତର) ଠାରେ ଯୁଧିଷ୍ଠିର ତ୍ରିପାଠୀ ଚାରିଟେବୁଲ୍ ଟ୍ରଷ୍ଟ ତଥା କମଳା ହୋମିଓ ସେବା ସଦନର ମିଳିତ ଆନୁକୂଲ୍ୟରେ ବରୀ କଳାମାଟିଆ ଅଂଚଳର ବିଶିଷ୍ଟ…

୧୧୧ତମ ଦିବସରେ କରୋନା ସଚେତନତା ଓ ସମୀକ୍ଷା ବୈଠକ

Posted by - July 11, 2020 0
ଭୁବନେଶ୍ବର:ସଚେତନତା ଦ୍ୱାରା ବିଶ୍ଵରୁ ମହାମାରୀ କରୋନାକୁ ବିନାଶ କରି ସୁସ୍ଥ ସମାଜ ଗଢିବା ପାଇଁ ଆନ୍ତର୍ଜାତିୟ,ଜାତୀୟ ତଥା ରାଜ୍ୟ ସ୍ତରରେ ବହୁ ପଦକ୍ଷେପ ମାନ ନିଆଯାଉଥିବା ବେଳେ…

ହରଭଙ୍ଗା ବ୍ଲକ ର ଆଞ୍ଚଳିକ ବ୍ଲକ କଳାକାର ଓ ସଂକୃତି ସଂଘ ପକ୍ଷରୁ ଜରୁରୀ କାଳୀନ ବୈଠକ

Posted by - October 5, 2021 0
ବୌଦ୍ଧ:( ଚିତରଂଜନ ସିଂ) ସୋମବାର ଦିବା 12.30ମିନିଟ ରେ ଚାରିଛକ ସ୍ଥିତ ଶିବମନ୍ଦିର ସଭାଗୃହ ରେ ହରଭଙ୍ଗା ବ୍ଲକ ର କଳାକାର ଓ ସଂସ୍କୃତି ସଂଘ (ରେ.…

କୁଡୁମୁଲୁଗୁମ୍ମା ରେ ବ୍ଲକସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

Posted by - April 12, 2022 0
କୁଡୁମୁଲୁଗୁମ୍ମା::(ଅବଦୁଲ ଗନି)କୁଡୁମୁଲୁଗୁମ୍ମା ସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟ ପାଙ୍ଗଣରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ବିଜ୍ଞାନ ମେଳା କୁ ମୁଖ୍ୟ ଅତିଥି ଭାବେ…

ବୌଦ୍ଧ ଜିଲ୍ଲା ରେ ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ଗଠନ

Posted by - September 27, 2021 0
ବୌଦ୍ଧ:ଗତ ୨୪ ତାରିଖରେ ଜିଲ୍ଲା ପାଳ ଙ୍କ ସମ୍ମିଳନୀ କକ୍ଷରେ ବୌଦ୍ଧ ଜିଲ୍ଲା ର ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ର ବୈଠକ ଅନୁଷ୍ଠିତ ହୋଇଯାଇଛି!ଏହି ବୈଠକ ରେ…