ଅଗଷ୍ଟ ୮ ରେ ପ୍ରତିବାଦ ଦିବସ ପାଳନ କରିବ ସମ୍ବଲପୁର ଜିଲ୍ଲା ଓକିଲ ସଂଘ

86 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚପ୍ରତିଷ୍ଠା ଦାବି ନେଇ ପୁଣି ଥରେ ଆନ୍ଦୋଳନ ପାଇଁ ସଜବାଜ ହେଲା ସମ୍ବଲପୁର ଜିଲ୍ଲା ଓକିଲ ସଂଘ । ପଶ୍ଚିମ ଓଡିଶା ଓକିଲ ସଂଘ କେନ୍ଦ୍ରିୟ କ୍ରିୟାନୁଷ୍ଠାନ କମିଟ ତରଫରୁ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ପୁଣ୍ଣାଙ୍ଗ ରିପୋର୍ଟ ରାଜ୍ୟ ସରକାର ଓ ମାନ୍ୟବର ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନ ପଠାଇବା ପ୍ରତିବାଦରେ ଆସନ୍ତା ଅଗଷ୍ଟ ୮ ତାରିଖ ଦିନ ପ୍ରତିବାଦ ଦିବସ ଭାବରେ ପାଳନ କରାଯିବ ସମ୍ବଲପୁର ଠାରେ ସହରର ବିଭିନ୍ନ ସଂଗଠନ , ରାଜନୈତିକ ଦଳ ସହ ସବୁ ଅନୁଷ୍ଠାନ କୁ ନେଇ ଓକିଲ ସଂଘର ମିଳିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଆସନ୍ତା ୮ ତାରିଖରେ ସମ୍ବଲପୁର ଜିଲ୍ଲା ସମେତ ପଶ୍ଚିମ ଓଡିଶା ଓକିଲ ସଂଘ କେନ୍ଦ୍ରିୟ କ୍ରିୟାନୁଷ୍ଠାନ କମିଟି ଅଧିନରେ ଥିବା ସବୁ ଜିଲ୍ଲା ଓ ସବଡିଭିଜନ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପଦର୍ଶନ କରାଯିବ । ତେଵେ ସମ୍ବଲପୁର ଠାରେ ସହରର ସବୁ ସଂଗଠନ ମାନଙ୍କୁ ନେଇ ବିଶାଳ ସୋଭାଯାତ୍ରା ସମ୍ବଲପୁର ସହରର ପରିକ୍ରମା କରି ସେ ଦିନ ଚେତାବନୀ ଦିବସ ଭାବରେ ପାଳନ କରାଯିବ । ଏହାସହ ଜିଲ୍ଲାପାଳ ଙ୍କ ମାଧ୍ୟମରେ ରାଜ୍ୟପାଳ ଙ୍କୁ ଏନେଇ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯିବ ବୋଳି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ତରଫରୁ କୁହାଯାଇଛି ।

Related Post

ପାଣିକୋଇଲି ସ୍କୁଲରେ ଦୁଇ ଜଣ ଛାତ୍ରୀଙ୍କୁ ଦୁସ୍କର୍ମ:- ପ୍ରଧାନ ଶିକ୍ଷକଙ୍କୁ ଦାୟି କରି ସ୍କୁଲ ପରିସରରେ ଧାରଣା

Posted by - March 12, 2020 0
ଯାଜପୁର:( ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ପାଣିକୋଇଲି ଥାନା କରଦା ସ୍କୁଲରେ ଦୁଇ ଜଣ ଛାତ୍ରୀଙ୍କୁ ଦୁସ୍କର୍ମ କରି ଗିରପଂ ହୋଇଥିବା ଶିକ୍ଷକ ଘଟଣା କୁ ନେଇ…

ଶିଶୁ ସୁରକ୍ଷା ଅଧିକାର ସମ୍ପର୍କରେ ସଚେତନ କରିବା ପାଇଁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ

Posted by - December 7, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ରାଜ୍ୟରେ ଶିଶୁ ସୁରକ୍ଷା ଅଧିକାର ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଆରମ୍ଭ ହୋଇଛି ୪୦ ଦିନିଆ ସ୍ୱତନ୍ତ୍ର ଅଭିଯାନ। ଏହି କ୍ରମରେ…

କୋରନା ମୁକାବିଲା ପାଇଁ ସାହାଯ୍ୟ ର ହାତ ବଢ଼ାଇଲେ ତରୁଣ କୁମାର ନନ୍ଦ

Posted by - April 3, 2020 177
ଯାଜପୁର:ଓଡ଼ିଶାରେ କୋରନା ମୁକାବିଲା ପାଇଁ ବିଭିନ୍ନ ବ୍ୟକ୍ତିବିଶେଷ ପକ୍ଷରୁ  ବିଭିନ୍ନ ପ୍ରଶାସକ ପ୍ରଶାସନ ମାଧ୍ୟମରେ ଆର୍ଥିକ ସହଯୋଗ କରା ଯାଉଛି ।ଏହି ପରିପ୍ରେକ୍ଷୀରେ ଯାଜପୁର ସହର ର…

ରାଷ୍ଟ୍ରର ସ୍ବାଧୀନତା ପ୍ରତି ସମ୍ମାନ ଅର୍ପଣ

Posted by - August 18, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ ବରିଷ୍ଠ ନାଗରିକ ସଂଘ ତିନିଦିନ ବ୍ଯାପି ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ରାଷ୍ଟ୍ର ଓ ଜାତୀୟ ପତାକା ପ୍ରତି ସଶ୍ରଦ୍ଧ…

ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ଯୁବ ରେଡ଼କ୍ରସ ଆୟୋଜିତ

Posted by - November 21, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ, ପୁରୁଣାକଟ ଭୈରବୀ ଜୁନିଅର କଲେଜ ତରଫରୁ ଆଜି ରେଡ କ୍ରସ ପ୍ରୋଗ୍ରାମ ଆୟୋଜିତ ହୋଇଥିଲା l ଭୈରବୀ କଲେଜ…