ଗୋସୁରକ୍ଷ୍ୟା ଓ ଗୋଆଧାରିତ ଜୀବିକା ଉପରେ ତାଲିମ ଶିବିର ଅନୁଷ୍ଠିତ

69 0

ବୌଦ୍ଧ :(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ମଥୁରା ପଂଚାୟତ ସଭା ଗୃହରେ ଗୋସୁରକ୍ଷା ଓ ପଞ୍ଚଗବ୍ୟ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ନିମନ୍ତେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଏକ ବୈଠକ ଦନ୍ତାପାଳି ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମର ଅଧକ୍ଷ ନିର୍ଗୁଣ ମହାକୁଡ଼ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲେ l ମଥୁରା ପଂଚାୟତର ସରପଞ୍ଚ ପ୍ରଦୀପ କୁମାର କହଁର ମୁଖ୍ୟ ଅତିଥି ଭାବେ ତାଲିମ ଶିବିରକୁ ଉଦଘାଟନ କରିଥିଲେ l ସଂମ୍ମାନିତ ଅତିଥି ଭାବେ ବ୍ଲକ ମସ୍ୟ ଅଧିକାରୀ ରାକେଶ ସ୍ୱାଇଁ, କୃଷି ଗ୍ରାମ ସେବିକା ବୀଣାପାଣି ସାହୁ, ମଥୁରା ପଂଚାୟତ ଏମ ମ୍ବି କେ ଖୁଲଣା ପ୍ରଧାନ ଯୋଗଦେଇ ମାଛ ଖାଦ୍ୟ ପାଇଁ ଗୋବର ନିତ୍ୟାନ୍ତ ଦରକାର ଓ ଜୈବିକ ଚାଷ ନିମନ୍ତେ ଗୋବର ଓ ଗୋମୂତ୍ର ଦରକାର ଥିବାର ଅତିଥି ମନେ ବକ୍ତବ୍ୟ ଦେଇଥିଲେ l

ଗୋମାତା ସାରା ବିଶ୍ୱର ଅନ୍ନ ଦାତ୍ରୀ ବୋଲି ମୁଖ୍ୟ ପ୍ରଶିକ୍ଷିକା ତଥା ଭୂମିଶ୍ରୀ କୃଷକ ଉତ୍ପାଦକ କମ୍ପାନୀର ନିର୍ଦ୍ଧେଶିକ ତାରାକାନ୍ତି ପଟେଲ ଯୋଗଦେଇ ପଞ୍ଚ ଗଵ୍ୟରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି କରି ତାଲିମ ପ୍ରଦାନ କରିଥିଲେ l ମଥୁରା ପଂଚାୟତର 23ଗୋଟି ମହିଳା ଗୋଷ୍ଠିର ସଭାପତି ଓ ସମ୍ପାଦିକା, ସିଆରପି, ଏମ୍ବିକେ ତାଲିମ ନେଇଥିଲେ l ଗ୍ରାମ ପଂଚାୟତ ସଭା ଗୃହରେ ଏକ ଦ୍ୱିତୀୟ ଅଧିବେଶନ ସରପଞ୍ଚ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ମଥୁରାରେ ଧନୁଯାତ୍ରା ମହାତ୍ସବ ଆୟୋଜନ,ବୃନ୍ଦାବନରେ ଆମାଗାଁ ହାଟ ସ୍ଥାପନ ମଥୁରା ଛକରେ ଆମ ଗାଁ ଦୋକାନ ସ୍ଥାପନ, ଖଜୁରୀପଡାରେ ଆମ ଗାଁ ହୋଟେଲ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ କୁ ସଫଳ ପାଇଁ ମାହେଶ୍ୱରୀ ଗୋଶାଳା ଓ ଗ୍ରାମ୍ୟ ବିକାଶ ପରିଷଦର ସମ୍ପାଦକ କୃତ୍ତିବାସ ପଲିଆ ପରିଚାଳନା କରିଥିଲେ l

Related Post

ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Posted by - August 28, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲୀକ୍)ବୃକ୍ଷ ହିଁ ଜୀବନ ।ବୃକ୍ଷ ନଥିଲେ ଅମ୍ଳଜାନ ଅଭାବରୁ ପୃଥିବୀ ଧ୍ବଂସ ପାଇଜିବ ।କରୋନା ମହାମାରୀ ରେ ଅମ୍ଳଜାନ ର ସଂକଟ ଦେଖା ଦେଇଛି।ଏହାର ମୂଳ…

ସ୍ପ୍ରେଡ ହେପିନେସ ଫାଉଣ୍ଡେସନ ତରଫରୁ ବିଶ୍ବ ପରିବେଶ ଦିବସ ପାଳନ ଏବଂ ବୃକ୍ଷରୋପଣ

Posted by - June 6, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଶନିବାର ବିଶ୍ବ ପରିବେଶ ଦିବସ ପାଳନଅବସରରେ ପ୍ରମୁଖ ଅଗ୍ରଣୀ ସ୍ବେଚ୍ଛାସେବୀ ତଥା ବେସରକାରୀ ଅନୁଷ୍ଠାନ ସ୍ପ୍ରେଡ ହେପିନେସ ଫାଉଣ୍ଡେସନ,ପୁନେ ମହାରାଷ୍ଟ୍ରର ଓଡିଶା ଶାଖା…

ଯାଜପୁର ବରୀରେ ୩୦ ଟି ଉତ୍ତେଜନା ପ୍ରବଣ ଓ ୬ ଟି ଅତି ଉତ୍ତେଜନା ପ୍ରବଣ ବୁଥ ଚିହ୍ନଟ

Posted by - March 30, 2019 23
ବରୀ:,୨୭/୩-:(ସ୍ନେହାଂଶୁ ମହାନ୍ତି)ବରୀ ବ୍ଲକ ପ୍ରଶାସନ ପକ୍ଷରୁ ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ଚାଲିଛି । ଏ ନେଇ ପ୍ରତ୍ୟେକ ବୁଥ ଗୁଡିକୁ ତଦାରଖ କାରାଯାଇ…

କୋଭିଡ ସଚେତନତା ରଥର ଶୁଭାରମ୍ଭ

Posted by - February 5, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ )ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଆକ୍ସନଏଡ଼ ଏବଂ ଜ଼ିଲ୍ଲା ପ୍ରଶାସନ ର ମିଳିତ ଆନୁକୂଲ୍ୟ ରେ 10 ଦିନିଆଁ ବୌଦ୍ଧ…