Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ

76 0

ସୋନପୁର :(ଅଜିତ କୁମାର ପୂଜାହାରୀ) ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ଓ ଯୁବସେବା ବିଭାଗ ତରଫରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆଜି ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ କରକମଳରେ ଉଦଘାଟିତ ହୋଇଯାଇଛି l କାର୍ଯ୍ୟକ୍ରମ ଉଦଘାଟନ ଅବସରରେ ଆରକ୍ଷୀ ଅଧିକ୍ଷକ ସୁବର୍ଣ୍ଣପୁର ଶ୍ରୀ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ସୂର୍ଯ୍ୟନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶିପୁନମ ମିଞ୍ଜ ପ୍ରମୁଖ ଉପସ୍ଥିତ ରହି କ୍ରୀଡ଼ାବିତ ଙ୍କୁ ଉତ୍ସାହିତ କରିବା ସହିତ ଏହାଦ୍ୱାରା ଲୁକାୟିତ କ୍ରୀଡା ପ୍ରତିଭା ଲୋକ ଲୋଚନ କୁ ଆସିବା ସହ ଯୋଗ୍ୟ ଓ ସଫଳ କ୍ରୀଡା ପ୍ରତିଭା ଙ୍କ ଉଜ୍ବଳ ଭବିଷ୍ୟତ ନିମନ୍ତେ ଏହା ବିଶେଷ ସୁଯୋଗ ବୋଲି ଗୁରୁତ୍ୱାରୋପ କରିଛନ୍ତି l

ଜିଲ୍ଲା କ୍ରୀଡା ଅଧିକାରୀ ସୁବର୍ଣ୍ଣପୁର ଶ୍ରୀ ଅଭିଳାଷ ପୁରୋହିତ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ସୋନପୁର, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ବରଗଡ଼, ନୂଆପଡା ପ୍ରଭୁତି 0୭ ଟି ଜିଲ୍ଲାର 0୯ ରୁ ୧୫ ବର୍ଷ ମଧ୍ୟରେ ସମୁଦାୟ ଯୋଗ୍ୟ ୮୩ ଜଣଙ୍କ ମଧ୍ୟରୁ ଆଜି କେବଳ ୫0 ଜଣ କ୍ରୀଡାପ୍ରତିଭାଗୀ ଅଂଶଗ୍ରହଣ କରି ସେମାନଙ୍କ କ୍ରୀଡା ନୈପୁଣ୍ୟତାର ପ୍ରଦର୍ଶନ କରିଛନ୍ତି l ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ଜିଲ୍ଲାରେ ଲୁଚିରହିଥିବା କ୍ରୀଡା ପ୍ରତିଭାମାନଙ୍କୁ ଲୋକଲୋଚନ କୁ ଆଣିବା ସହିତ ସେମାନଙ୍କୁ ସେମାନଙ୍କ ପ୍ରିୟ କ୍ରୀଡା ରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବା ନିମନ୍ତେ ଏକ ନିଶ୍ଚିତ ଭିତିଭୂମି ପ୍ରଦାନ କରି ଆଗାମୀ ଦିନରେ ଏକ ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ପରିଚିତ କରିବା ଲକ୍ଷ୍ୟ ରହିଥିବା ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପୁରୋହିତ ପ୍ରକାଶ କରିଛନ୍ତି l ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ ରେ ଯୋଗ୍ୟ ବିବେଚିତ କ୍ରୀଡ଼ାବିତ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ l

Related Post

ଢେମସା ଗ୍ରାମରେ ଗ୍ରାମବାସି ଓ ଯୁବଗୋଷ୍ଠିଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯକ୍ରମ

Posted by - July 25, 2022 0
ବରଗଡ:(ରମାକାନ୍ତ ବିଶ୍ଵାଳ) ଓଡିଶାର ଭାତହାଣ୍ଡି ଭାବେ ସୁପରିଚିତ ବରଗଡ ଜିଲ୍ଲା ର ଅତାଵିରା ବ୍ଲକ ଅଧିନସ୍ଥ ଜାଙ୍ଗେଡ ଗ୍ରାମପଞ୍ଚାତର ଢେମସା ଗ୍ରାମର ଯୁବଗୋଷ୍ଠୀଙ୍କ ମିଳିତ ଉଦ୍ୟମ ରେ…

ସାଲିସବିହୀନ ରାଜନେତା ଥିଲେ ଅଶୋକ ଦାସ। ଦେଖନ୍ତୁ ତାଙ୍କ ଏକଦଶାହ ରେ କେଉଁ ମାନେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆସିଥିଲେ

Posted by - December 28, 2018 0
ଯାଜପୁର:(Bureau)ଅଶୋକ ଦାସ… ଏକ ଅବିସ୍ମରଣୀୟ ଆହ୍ୱାନ, ଏକ ଅକୁତୋଭୟ ଅଙ୍ଗୀକାର । ଓଡ଼ିଶା ରାଜନୀତିର ସେ ଥିଲେ ସେଇ କାଉଁରିଆ କାଠି, ଯିଏ ବନ୍ଧୁମାନଙ୍କ ବିଶ୍ୱାସଘାତକାରେ ଭାଙ୍ଗି…

ଯାଜପୁର ବ୍ଲକ ଅଧ୍ୟକ୍ଷ ଭାବେ ନାଥସାହି ପଂଚାୟତ ର ସ୍ବର୍ଣ୍ଣଲତା ପରିଡା ନିର୍ବାଚିତ

Posted by - March 13, 2022 0
ଯାଜପୁର :(ଆନଂଦ ଚନ୍ଦ୍ର ସାହୁ )ରାଜ୍ୟ ରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଜାରି ରହିଛି। ଯାଜପୁର ବ୍ଲକ ଅଧ୍ୟକ୍ଷ ଭାବେ ନାଥସାହି ପଂଚାୟତ ର ସମିତି ସଭ୍ୟା…

ସରପଞ୍ଚ ସଂଘ ତରଫରୁ ନୂତନ ବିଡିଓ ଙ୍କୁ ସ୍ୱାଗତ

Posted by - August 25, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲାର ଜୁଯୋମୁରା ବ୍ଳକ ସରପଞ୍ଚ ସଂଘ ତରଫରୁ ବ୍ଳକର ନୂତନ ବିଡିଓ ନିଲାମ୍ବର ମହାନନ୍ଦ ଙ୍କୁ କାର୍ଯ୍ୟରେ ଯୋଗଦାନ କରିଥିବାରୁ ସମ୍ବଦ୍ଧିତ କରାଯାଇଥିଲା…

ଜିଲ୍ଲା ଖାଉଟି ଅଦାଲତରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଧର୍ମଗଡ ଶାଖା ଦଣ୍ଡିତ , ସୁଧ ସହ ଟଙ୍କା ମୂଳ ଆକାଉଣ୍ଟ କୁ ଫେରାଇବାକୁ ନିର୍ଦ୍ଦେଶ

Posted by - September 18, 2022 0
ଧର୍ମଗଡ: (ହେମନ୍ତ କୁମାର ମାଝୀ) ଏକ ଋଣ ଅସୁଲି ମାମଲାର ବିଚାର କରି କଳାହାଣ୍ଡି ଜିଲ୍ଲା ଖାଉଟି ଅଦାଲତ ଧର୍ମଗଡ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ…