କୃଷି ବୀମା ରାଶି ପ୍ରଦାନ ଓ ଖପ୍ରାଖୋଲ ପଞ୍ଚାୟତ କୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା କରିବା ପାଇଁ ଦାବିପତ୍ର ଦେଲେ ଖପ୍ରାଖୋଲ ପଞ୍ଚାୟତ ଚାଷୀ

98 0

ପାଟଣାଗଡ :(ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ପଞ୍ଚାୟତ ର କୃଷି ବୀମା ରାଶି କୁ ବୀମା କମ୍ପାନୀ ସ୍ତଗୀତ ରଖିଛି । ଏହାକୁ ପଞ୍ଚାୟତ ର ଚାଷୀ ବିରୋଧ କରି ସୋମବାର ଦିନ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ୫ ଦଫା ସମ୍ବଳିତ ଏକ ଦାବି ପତ୍ର ଦେଇଛନ୍ତି । ପ୍ରସ୍ତାବିତ ଦାବି ଗୁଡ଼ିକ ହେଲା ଖପ୍ରାଖୋଲ ବ୍ଲକ କୁ ସଂପୂଣ୍ଣ ମରୁଡି ଘୋଷଣା , ୨୦୨୧ ଖରିପ ଋତୁ ର ବିମାରସି ଶୀଘ୍ର ପ୍ରଦାନ , କୃଷି ଋଣ ଛାଡ , ସରକାରୀ ରିହାତି ମୁଲ୍ୟରେ ସାର ଓ ବିହନ ଯୋଗାଣ , ମରୁଡି ସହାୟତା ରାଶି ପ୍ରଦାନ କରିବା ପାଇଁ ଦାବି ପତ୍ର ଦିଆଯାଇଥିଲା ।

ପ୍ରକାଶ ଯେ ଖପ୍ରାଖୋଲ ପଞ୍ଚାୟତ ଗତ୨୦୨୦/୨୧ ମସିହା ରେ ସଂପୂର୍ଣ୍ଣ ମରୁଡି ହୋଇଥିଲା । ମରୁଡି ଘୋଷଣା ପାଇଁ କ୍ରପ କଟିଙ୍ଗ ହୋଇଥିଲା । କ୍ରପ କଟିଙ୍ଗ ରେ ରାଜସ୍ବ ବିଭାଗ କର୍ମଚାରୀ , ଷ୍ଟାଟିଷ୍ଟିକାଳ ବିଭାଗ କର୍ମଚାରୀ ଓ ବୀମା ବିଭାଗ କର୍ମଚାରୀ ମାନେ ଖପ୍ରାଖୋଲ ପଞ୍ଚାୟତ ର କ୍ରପ କଟିଙ୍ଗ କରିଥିଲେ । କ୍ରପ କଟିଙ୍ଗ ସମୟରେ ବୀମା କମ୍ପାନୀ ର କର୍ମଚାରି ମନମାନି କରିବାରୁ ଗୋଟିଏ ଗ୍ରାମର ଚାଷୀ ବିରୋଧ କରିଥିଲେ । ପଞ୍ଚାୟତ ର ଚାଷୀ ମାନଙ୍କୁ କ୍ରପ କଟିଙ୍ଗ କରୁଥିବା କର୍ମଚାରୀ ମାନେ ୮୦ ରୁ ୯୦ % ପ୍ରତିଶତ ମରୁଡି ହେବ ବୋଲି ସୂଚନା ଦେଇଥିଲେ ।

ହେଲେ ଏବେ ବୀମା ରାଶି ବୀମା କମ୍ପାନୀ ତରଫରୁ ପଡ଼ିବ ସମୟରେ ଖପ୍ରାଖୋଲ ପଞ୍ଚାୟତର ର ବୀମା ସ୍ତଗିତ ହୋଇଥିବା ଚାଷୀ ମାନେ ଜାଣିବାକୁ ପାଇଥିଲେ। ଏହା ପରେ ବୀମା କମ୍ପାନୀ ର ମନ ମାନି କୁ ବିରୋଧ କରି ବୀମା ରାଶି ଟଙ୍କା ନ ମିଳିଲେ ଆଗକୁ ଆନ୍ଦୋଳନ କୁ ଓହ୍ଲାଇବା ବୋଲି ଚାଷୀ ମାନେ ଚେତାବନୀ ଦେଇଥିଲେ । ଉକ୍ତ ଦାବି ପତ୍ର ପ୍ରଦାନ ସମୟରେ ଚାଷୀ ନେତା ଗୁଣମଣି ଭୋଇ , ତାପସ ରଞ୍ଜନ ବେହେରା, ନରେନ୍ଦ୍ର ଭୋଇ, ଉପେନ୍ଦ୍ର ଭୋଇ , ଧନୀରାମ ଭୋଇ , ସୁଦାନ ଭୋଇ , ବନମାଳୀ ପଧାନ , ସାଗର ବରିହା , ନାରାୟଣ ଦଣ୍ଡସେନା ଜେନାମଣି ସାହୁ , ମୋହନ ସୁନା , ଦୋକାନୀ ସାଣ୍ଡ ଓ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

Related Post

ଜିଲ୍ଲା ସ୍ୱଳ୍ପ ସଂଚୟ ବିଭାଗ ତରଫରୁ ଆର୍ଥିକ ସାକ୍ଷରତା ଓ ଆନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ

Posted by - September 23, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ସ୍ୱଳ୍ପ ସଂଚୟ ବିଭାଗ ତରଫରୁ କଣ୍ଟାମାଳ ବ୍ଲକ ପଲସଲlଗୋରା ପଂଚାୟତ ର ସଭାଗୃହ ରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଆନ୍ତର୍ଭୁକ୍ତିକରଣ ସଚେତନତା ଶିବିର…

ଗୁରୁ ଗୌରବ ଗୌରହରିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଶ୍ରଦ୍ଧାଞ୍ଜଳି ସଭା

Posted by - April 15, 2022 0
ବାଲେଶ୍ଵର:ବାଲେଶ୍ଵର ଜିଲ୍ଲା,ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅମର୍ଦାରୋଡ ନଟାକଟା ପଞ୍ଚାୟତ ସ୍ଥିତ ଶ୍ୟାମସୁନ୍ଦରପୁର ଗ୍ରାମର ଶିକ୍ଷକ ସ୍ୱର୍ଗତ ଗୌରହରି ପାତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସଭା ଅନୁଷ୍ଠିତ ହୋଇଯାଇଛି।ଗୁରୁବାର…

ଭିସୁଟରେ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ

Posted by - January 14, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଭିସୁଟରେ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ ୬ ଜଣ ଶେଷ ବର୍ଷର ଛାତ୍ରଙ୍କ ବିରୁଦ୍ଧରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଷ୍ଟୁଡେଣ୍ଟ ଓ୍ୱେଲଫେୟାର ଡିନଙ୍କ ଆକାଉଣ୍ଟରେ…

ସ୍ୱେଚ୍ଛାସେବୀ ସଂଗଠନ ସୂର୍ଯ୍ୟାଲୋକ ସମାଜ ସେବା ତରଫରୁ କମ୍ବଳ ,ବସ୍ତ୍ର ଓ ମିଷ୍ଟାନ୍ନ ବଣ୍ଟନ

Posted by - December 22, 2019 0
ଯାଜପୁର: ତା୨୨/୧୨/୧୮ ରିଖ ରବିବାର ଯାଜପୁର ଜିଲ୍ଲାରେ ଥିବା ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସୂର୍ଯ୍ୟାଲୋକ ସମାଜ ସେବା ତରଫରୁ ଯାଜପୁର ତ୍ରିଲୋଚନଶ୍ୱର ମନ୍ଦିର ନିକଟରେ ଥିବା…