ବିରିପୁଡା ଗ୍ରାମରେ ଆମ ଜଙ୍ଗଲ ଯୋଜନା

220 0

ମୁନିଗୁଡା:(ରାମାକାନ୍ତ ପୋଡାଲ) ରାୟଗଡ଼ା ବନଖଣ୍ଡ ମୁନିଗୁଡା ବାନାଞ୍ଚଳ ଅମ୍ବାଦଳା ବନବିଭାଗ ଅଧିନସ୍ଥ ବିରିପଡା ଗ୍ରାମରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆମ ଜଙ୍ଗଲ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁନିଗୁଡା ବନାଞ୍ଚଳ ଅଧିକାରୀ ପ୍ରସନ୍ନ କୁମାର ମିଶ୍ର ଙ୍କ ସଭାପିତ୍ବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବନ ସଂରକ୍ଷଣ ଅଧିକାରୀ ଅଶୋକ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଅମ୍ବାଦଳା ବନପାଳ ସୁରେଶ ଚନ୍ଦ୍ର ପାତ୍ର, ସି.ଆର୍.ସି ବ୍ରଜ ହିଆଲ୍, ବିରିପଡା ଗ୍ରାମ ବନ ସୁରକ୍ଷା ସମିତି ସଭାପତି ମୀନକେତନ ତାମ୍ରାକାଣ୍ଡି ଯୋଗ ଦେଇଥିଲେ। ଗ୍ରାମବାସୀ ମାନେ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେବା ସହ ପାରମ୍ପରିକ ବାଦ୍ୟ ବଜାଇ ଫୁଲ ଚନ୍ଦନ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରି ଗ୍ରାମ ପରିସରକୁ ପାଛୋଟି ନେଇଥିଲେ।

ଲୋକ ମାନଙ୍କୁ ସଚେତନ କରିବା ପାଇଁ ଗ୍ରାମବାସୀଙ୍କୁ ନେଇ ଏକ ସାସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।କାର୍ଯ୍ୟକ୍ରମ ର ଆରମ୍ଭ ରେ ବନ ବିଭାଗର ଅଧିକାରୀମାନେ ବିରିପଡା ଠାରେ ଥିବା ରାଜସ୍ଵ ଜଙ୍ଗଲ ବୁଲି ଦେଖିଥିଲେ। ଜଙ୍ଗଲକୁ ବଞ୍ଚେଇ ରଖିବା ଦ୍ଵାରା ହାତୀ ଭଳି ଜଂଗଲୀ ପ୍ରାଣୀ ଗାଁ ଭିତରକୁ ପ୍ରବେଶ କରିବ ନାହିଁ ଓ ଫସଲ ନଷ୍ଟ କରିବ ନାହିଁ। ବିଶ୍ଵ ତାପନ ଓ ବର୍ଷା ର ଅନିୟମିତତା ପାଇଁ ଜଙ୍ଗଲ ଧ୍ବଂସ ଏକ ପ୍ରମୁଖ କାରଣ ବୋଲି ଅତିଥି ମାନେ ନିଜର ମତ ବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ବନ ବିଭାଗ ପକ୍ଷରୁ ଫରେଷ୍ଟ ଗାର୍ଡ ପ୍ରଳୟ କୁମାର ଦଣ୍ଡସେନା,ଶର୍ମିଷ୍ଠା ବଡ ଜେନା, ପି ଏନ୍ ଜି ଓ କର୍ମଚାରୀ ମାନଙ୍କ ସହ ବିରିପଡା ଗ୍ରାମବାସୀ ମାନେ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ କୁ ଶିକ୍ଷକ ବିଜୟ ମିଶ୍ର ପରିଚାଳନା କରିଥିବା ବେଳେ ସି.ଆର୍.ସି ଅକ୍ଷୟ ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ।

Related Post

ବିଜେପିରୁ ଜିତିଥିବା ୨ ଜିଲ୍ଲା ପରିଷଦ ସଦସ୍ୟ ଯୋଗ ଦେଲେ ବିଜେଡିରେ

Posted by - January 29, 2019 33
ଯାଜପୁର ଜିଲ୍ଲାର ଦୁଇଜଣ ବିଜେପି ଜିଲ୍ଲାପରିଷଦ ସଦସ୍ୟ ବିଜେଡିରେ ଯୋଗ ଦେଇଛନ୍ତି । ବିଞ୍ଝାରପୁର ନିର୍ବାଚନମଣ୍ଡଳୀର ମାମିନା ମଲିକ ଓ ଶ୍ରବଣ କୁମାର ଜେନାଙ୍କ ସହ ଏକାଧିକ…

ବୀରମହାରାଜପୁର ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟି ର ସମୀକ୍ଷା ବୈଠକ

Posted by - December 28, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ବୀରମହାରାଜପୁର ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟି ସମୀକ୍ଷା ବୈଠକ ମାନ୍ୟବର ମନ୍ତ୍ରୀ,ବାଣିଜ୍ୟ ପରିବହନ ଓ ଯୋଜନା ସଂଯୋଜନ ବିଭାଗ ତଥା ବୀରମହାରାଜପୁର ବିଧାୟକ , ଶ୍ରୀଯୁକ୍ତ…

ଭାଲୁ କାମୁଡ଼ାରେ ଦୁଇ ମହିଳା ଗୁରୁତର

Posted by - December 19, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଭାଲୁ କାମୁଡ଼ାରେ ଦୁଇ ମହିଳା ଗୁରୁତର, ଗୁରୁତର ମହିଳା ଦୁଇଜଣ ହେଲେ ଭାଲୁକାନାଡି ଗ୍ରାମପଂଚାୟତ ଅନ୍ତର୍ଗତ ସlରିଆପଡା ଗ୍ରାମର l ଖବର ପ୍ରକାରେ ସରିଆପଡାର…

ଘରୋଇ ଲାଇଫ ଲାଇନ ମେଡିକାଲ କୁ ‘ବିଜୁ ସ୍ୟାସ୍ଥ୍ୟ କଲ୍ୟାଣ ଯୋଜନା’ ରେ ଅନ୍ତରଭୁକ୍ତ କରାଯିବାକୁ ଦାବି

Posted by - January 28, 2022 0
ଅମ୍ବାଦଳା- (ରମାକାନ୍ତ ପଡାଲ)ରାୟଗଡା ଜିଲ୍ଲା ଅମ୍ବାଦଳା ସହରରେ ଅବସ୍ଥିତ ଘରୋଇ ଲାଇଫ ଲାଇନ ମେଡିକାଲ କୁ ‘ବିଜୁ ସ୍ୟାସ୍ଥ୍ୟ କଲ୍ୟାଣ ଯୋଜନା’ ରେ ଅନ୍ତରଭୁକ୍ତ କରାଯାଇ ଚିକିତ୍ସା…

ପୁରୁଣାକଟକ ରେ ସଫେଇ କାର୍ଯ୍ୟକ୍ରମ

Posted by - April 10, 2022 0
ବୌଦ୍ଧ:(ଚିତ୍ତରଂଜନ ସିଂ)ହରଭଙ୍ଗା ବ୍ଲକ ପୁରୁଣା କଟକ ପଞ୍ଚାୟତ ଅନ୍ତର୍ଗତ ରାଜିଙ୍ଗ ଗ୍ରାମରେ ରବିବାର ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମିତି ସଭ୍ୟ ସରୋଜ ପ୍ରଧାନ…