ଗୋଲାମୁଣ୍ଡା ଥାନା ଚିଚିଆ ଗ୍ରାମର ଚୋରୀ ଘଟଣାର ପର୍ଦ୍ଧାଫାସ,୩ ଚୋର ଗିରଫ

225 0

ଧର୍ମଗଡ଼ :(ହେମନ୍ତ କୁମାର ମାଝୀ)ଗୋଳମୁଣ୍ଡା ଥାନା ଅଞ୍ଚଳରେ ଗତ କିଛି ମାସ ହେଲା ଚୋରି ଡକାୟତି ବୃଦ୍ଧି ପାଇଛି । ଏହାକୁ ନେଇ ଗୋଳମୁଣ୍ଡା ଅଞ୍ଚଳ ରେ କକୁଆ ଭୟ ଦେଖା ଦେଇଥିବା ବେଳେ ଗୋଳମୁଣ୍ଡା ପୋଲିସ ଗୋଟିଏ ଚୋରି ଘଟଣାର ତିନି ଜଣ ଚୋର କୁ ଗିରଫ କରିଥିବାରୁ ଅଂଚଳରେ ସାମାଜିକ ଆସ୍ବସ୍ତି ମିଳିଛି ।ଏହି ଘଟଣା କୁ ନେଇ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ ଉପଖଣ୍ଡ ଅଧିକାରୀ ଧିରଜ ଚୋପଦାର ଉପସ୍ଥିତ ରେ ହୋଇଥିଲା ।

ଗତ ୨୨ ତାରିଖ ଦିନ ଦଶପୁର ଫାଣ୍ଡି ଅନ୍ତର୍ଗତ ଚିଚିଆ ଗ୍ରାମ ର ସଂଯୁକ୍ତା ସରାଫ ଙ୍କ ଘରେ ଚୋର ମାନେ ପଶି ୩ ଭରି ସୁନା ଓ ୪୦ ହଜାର ଟଙ୍କା ଚୋର ମାନେ ଚୋରି କରିନେଇ ଯାଇଥିଲେ । ଏହାକୁ ନେଇ ପରିବାର ପକ୍ଷରୁ ଗୋଳମୁଣ୍ଡା ଥାନା ରେ ଏତଲା ଦିଆଯାଇଥିଲା । ଗୋଳାମୁଣ୍ଡା ପୋଲିସ କେସ ନମ୍ବର ୧୧୨ ତାରିଖ ୨୨/୦୬/୨୨ ଦିନ ଧାରା ୪୫୭/୩୮୦ ରେ ଏକ କେସ ରୁଜୁ କରି ତଦନ୍ତ ଜାରି କରିଥିଲେ ।

ବିଭିନ୍ନ ତଥ୍ୟ କୁ ଭିତ୍ତି କରି ପୁଲିସ ନବରଙ୍ଗପୁର ଜିଲ୍ଲା ବଙ୍ଗୋମୁଣ୍ଡା ର ଦିଲ୍ଲୀପ ବାଗ(କାଳିଆ)(୪୬),ଉଷୀ ଯନୀଗୁଡା ର ଉଦ୍ଧବ ହରିଜନ(୩୦) ଓ ହୀରଲୀ ଗ୍ରାମ ର ଗୋବର୍ଦ୍ଧନ ହରିଜନ(ଗୋବରା)(୫୫) କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଉକ୍ତ ଚୋର ମାନଙ୍କ ଠାରୁ ଦୁଇଟି ବାଇକ, ତିନିଟି ମୋବାଇଲ ଏବଂ ଦୁଇ ହଜାର ୮୦ ଟଙ୍କା ଜବତ କରାଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର,ଗୋଳମୁଣ୍ଡା ଥାନା ଅଧିକାରୀ ଯୁଗଳ କିଶୋର ଶବର ଓ ଦଶପୁର ଫାଣ୍ଡି ଅଧିକାରୀ ଚନ୍ଦ୍ର ହାସ୍ୟ ସାହୁ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ।

Related Post

ନାବାଳିକା ଝିଆରୀକୁ ଦୁଷ୍କର୍ମ କଲା ପିଉସା

Posted by - December 4, 2019 0
ମୟୁରଭଞ୍ଜ ଜିଲ୍ଲାର ପିଛା ଛାଡ଼ୁନି ଦୁଷ୍କର୍ମ ଭଳି ଲଜ୍ୟାଜନକ ଘଟଣା। ବିକୃତ ମାନସିକତା ଆଗରେ ମୂଲ୍ୟହୀନ ହୋଇଯାଉଛି ସମ୍ପର୍କ। ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।…

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Posted by - May 12, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଞ୍ଚଳରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା। ଜୈନିକ ନାବାଳିକା କୁ ଅପହରଣ ଓ…

ଦୁର୍ଦାନ୍ତ ଅପରାଧୀ ଧନେଶ୍ୱର ଝାଙ୍କର ଗିରଫ

Posted by - October 8, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)କେନ୍ଦୁଝର ଯିବା ବାଟରେ ପୋଲିସ ହେପାଯତ ରୁ ଫେରାର ଦୁର୍ଦାନ୍ତ ଅପରାଧୀ ଟିମା @ ଧନେଶ୍ୱର ଝାଙ୍କର କୁ ତିନିବର୍ଷ ପରେ କାବୁ କରିଛି ସମ୍ବଲପୁର…

ସରକାରୀ ନିୟମକୁ ବେଖାତିର ଜେସିବିରେ ଚାଲିଛି ମୋରମ ଚାଲାଣ

Posted by - December 10, 2019 0
ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାରେ ଲଘୁଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ ସାଙ୍ଗକୁ ଚୋରା ଚାଲାଣ ପ୍ରଶାସନର ଜ୍ଞାତସାରରେ ବେଧଡକ ଚାଲିଛି। ଆଉ ବିପୁଳ ପରିମାଣର ରାଜସ୍ବ ହରାଉଛନ୍ତି ସରକାର।…