ବନବିଭାଗର ମିଳିତ ଚଢାଉ ୪୦ ହଜାର ଟଙ୍କାର ଶାଳକାଠ ସହ ୨ କାଠ ମାଫିଆ ଗିରଫ, କେନ୍ଦୁଝର,୧୪/୯କେନ୍ଦୁଝର ଜିଲ୍ଲା ଦେଉଗାଁ ରେଞ୍ଜ ଭଗାମୁଣ୍ଡା ବନପାଳଙ୍କ ଅଧିନସ୍ଥ ହାତୀକୁଚା ଗ୍ରାମରେ ବନବିଭାଗର ମିଳିତ ଚଢାଉ, ୪୦ ହଜାର ଟଙ୍କାର ଶାଳ କାଠ ସହ ୨ଜଣ କାଠ ମାଫିଆ ଗିରଫ ହୋଇଛନ୍ତି । ଖବର ଶୁକ୍ରବାର ଅପରାହ୍ନ ୪ଘଟିକା ସମୟରେ ୬ଜଣ କାଠ ମାଫିଆ ଶାଳଗଛ କାଟି ଚୋରା ଚାଲାଣ କରିବାକୁ ଉଦ୍ୟମ କରୁଥିଲେ, କୌଣସି ସୂତ୍ରରୁ ଡିଏଫଓ ଅଜିତ କୁମାର ଶତପଥି ଖବର ପାଇଥିଲେ । ଏବଂ ତାଙ୍କ ନିର୍ଦ୍ଦେଶ କ୍ରମେ ହରିଚନ୍ଦନପୁର, ଭଗାମୁଣ୍ଡା ଓ ଦେଓଗାଁ ବନବିଭାଗ କର୍ମଚାରୀ ମିଳିତ ଚଢାଉ କରିଥିଲେ ।
ଘଟଣାସ୍ଥଳରୁ ୪ଜଣ କାଠ ମାଫିଆ ଦୌଡି ପଳାଇଥିବା ବେଳେ ୨ଜଣ କାଠ ମାଫିଆ ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ୨ଜଣ କାଠ ମାଫିଆ କରଡାପାଳ ଗ୍ରାମର ଇନ୍ଦ୍ରମଣୀ ମହାକୁଡଙ୍କ ପୁଅ ରାଜେନ୍ଦ୍ର ମହାକୁଡ(୪୦) ଓ ବିକ୍ରମ ମୁଣ୍ଡାଙ୍କ ପୁଅ କଲାଇ ମୁଣ୍ଡା(୪୧)ଙ୍କ ନାମରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଉକ୍ତ ଚଢାଉରେ ଦେଓଗାଁ ରେଞ୍ଜର ଭୁବନାନନ୍ଦ ମହାପାତ୍ର, ହରିଚନ୍ଦପୁର ଫରେଷ୍ଟର ବୁଦ୍ଧଦେବ ସାହୁ, ଫରେଷ୍ଟ ଗାର୍ଡ ରଶ୍ମିରଞ୍ଜନ ରାଉତ, ପ୍ରିୟଦର୍ଶିନୀ ଜେନା, ଭଗାମୁଣ୍ଡା ଫରେଷ୍ଟ ଗାର୍ଡ ମଙ୍ଗୁଳି ଚରଣ ସାହା, ଦେଓଗାଁ ଫରେଷ୍ଟର ଦାଶରଥି ବେଜ, ଅଶୋକ ପଟ୍ଟନାୟକ, ମଙ୍ଗୁଳି ଚରଣ ବେହେରାଙ୍କ ସହ ବିଭାଗୀୟ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏହି ମିଶନ ସଫଳ ହୋଇଛି । ଜବତ ହୋଇଥିବା କାଠକୁ ହରିଚନ୍ଦନପୁର ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।