ହାଟପଡିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

1021 0

କେନ୍ଦୁଝର,୯/୯କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ହାଟପଡିଆରୁ ସୋମବାର ସକାଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖବର ଅନୁଯାୟୀ ମୃତ ଯୁବକ ଜଣଙ୍କ ଭଅଁରପୁର ପଞ୍ଚାୟତ ମଧ୍ୟପୁର ଗ୍ରାମର ୰ରାହାସ ମୁଣ୍ଡାଙ୍କ ବଡପୁଅ ଶରତ ମୁଣ୍ଡା(୩୦) ବୋଲି ଜଣାପଡ଼ିଛି । ରବିବାର ଦିନ କୌଣସି କାମରେ ହରିଚନ୍ଦନପୁର ଆସିଥିଲେ, ବିଳମ୍ବ ସହ ଦେହ ଅସୁସ୍ଥ କାରଣରୁ ହାଟପଡିଆରେ ବିଶ୍ରାମ ନେଉଥିବାର ଜଣାପଡିଛି । ସେଠାରେ ତାଙ୍କର ରକ୍ତବାନ୍ତି ହେଇଥିଲା, ପରେ ତାଙ୍କର ହୃଦଘାତରେ ପ୍ରାଣ ଚାଲିଯାଇଥିବାର ଅନୁମାନ କରାଯାଉଛି । ପରିବାର ଲୋକଙ୍କ କହିବା ଅନୁସାରେ ଗତ କିଛି ଦିନ ହେବ ତାଙ୍କ ଦେହ ଅସୁସ୍ଥ ଥିଲା । ସୋମବାର ସକାଳ ସମୟରେ ହାଟପଡିଆରେ ଯୁବକଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକଙ୍କ ପକେଟରୁ ମିଳିଥିବା ମୋବାଇଲ ଯୋଗେ ପରିବାର ଲୋକଙ୍କୁ ଜଣାଇଥିଲେ । ଏଥିସହ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Facebook Notice for EU! You need to login to view and post FB Comments!

Related Post

ଝୁଲନ୍ତା ମୃତଦେହ ଉଦ୍ଧାର

Posted by - November 21, 2019 0
ମୟୁରଭଞ୍ଜ: ମୃତଦେହ ଉଦ୍ଧାର। ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର। ତେବେ ମୟୁରଭଞ୍ଜ ଜିଲ୍ଲାର ଜାମଦା ଥାନା ଅନ୍ତର୍ଗତ ଗୋହିରା ଗାଁ ମୁଣ୍ଡ ଗଛରୁ  ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

ଲାଞ୍ଚ ନେଇ ଧରା ପଡିଲେ ଜେଇ

Posted by - June 19, 2020 0
କେନ୍ଦୁଝର :(ସୀତାରାମ ଦୀକ୍ଷିତ)ଭିଜିଲାନ୍ସ ହାତରେ ଧରା ପଡିଲେ ଜେଇଇ । କେନ୍ଦୁଝର ସଦର ବ୍ଲକର ଜେଇଇ ପ୍ରମୋଦ କୁମାର ପଣ୍ଡା । ସେ ଜଣେ ଠିକାଧାର ଙ୍କ…

ଏକ ତରଫା ପ୍ରେମ ରେ ଅସଫଳ ହେବାରୁ ନାବାଳିକା ର ଗଳା କାଟିଲା ଯୁବକ

Posted by - February 2, 2021 0
ବାଲେଶ୍ଵର:(ସମରେନ୍ଦ୍ର ବାରିକ)ଏକ ତରଫା ପ୍ରେମ ରେ ଅସଫଳ ହେବାରୁ, ନାବାଳିକା ର ଗଳା କାଟିଲା ଯୁବକ । ଏଭଳି ଏକ ବର୍ବୋରଚିତ, ଅମାନବୀୟ ଘଟଣା ବାଲେଶ୍ଵର ସହର…

ଶଶୁର ଓ ଶଳାର ଠେଙ୍ଗାମାଡରେ ଜୋଇ ର ମୃତ୍ୟୁ

Posted by - July 12, 2019 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ଥାନା ଅନ୍ତର୍ଗତ ଅନ୍ୟସପୁର ପଞ୍ଚାୟତ ର ଅନ୍ୟାସପୁର ଗ୍ରାମର ସୁରେନ୍ଦ୍ର ସେଠୀଙ୍କ ଘରେ ଜ୍ୱାଇଁ ସନ୍ତୁ ସେଠି ଙ୍କ ର ମୃତ୍ୟୁ ଘଟିଛି…

ବଚସାକୁ କେନ୍ଦ୍ର କରି ପଥରେ ଛେଚି ନୃସଂଶ ଭାବେ ଯୁବକଙ୍କୁ ହତ୍ୟା, ଅଭିଯୁକ୍ତ ଅଟକ, ସମ୍ପୃକ୍ତ ସ୍କୁଟର ଜବତ୍

Posted by - December 14, 2019 0
ହରିଚନ୍ଦନପୁର,ତା ୧4ଡିସେମ୍ବର  କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅନ୍ତର୍ଗତ ରେବଣା ଗ୍ରାମରେ ପଥରରେ ଛେଚି ଯୁବକଙ୍କୁ ହତ୍ୟା ଅଭିଯୋଗ ହୋଇଛି । ମିଳିଥିବା ଖବର…

Leave a comment

Your email address will not be published.