କେନ୍ଦୁଝର ଜିଲ୍ଲା ପ୍ରେସ କ୍ଲବର ସାଧାରଣ ନିର୍ବାଚନ ଅନୁଷ୍ଠିତ

1092 0

କେନ୍ଦୁଝର,୮/୯ କେନ୍ଦୁଝର ରେ ଆଜି ଅପରାହ୍ନରେ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସାମ୍ବାଦିକ କକ୍ଷରେ କେନ୍ଦୁଝର ଜିଲ୍ଲା ପ୍ରେସ କ୍ଲବର ସାଧାରଣ ନିର୍ବାଚନ ସର୍ବସମ୍ମତୀ କ୍ରମେ ଅନୁଷ୍ଠିତ ହୋଇ ଯାଇଛି ା ସାମ୍ବାଦିକ ପ୍ରଣୟ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସାଧାରଣ ବୈଠକରେ ଉପସ୍ଥିତ ସଦସ୍ୟ ମାନେ ସର୍ବସମ୍ମତୀ କ୍ରମେ କମିଟି ଗଠନ କରିବାକୁ ମତ ପ୍ରକାଶ ପାଇଥିଲା ାଏଥିରେ ସତ୍ୟନାରାୟଣ ମିଶ୍ର ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଦୀପକ ମିଶ୍ର କାର୍ଯ୍ୟକାରୀ ସଭାପତି, ରଞ୍ଜନ ତ୍ରିପାଠୀ ଓ ପ୍ରଦୀପ ମହାନ୍ତି ଉପସଭାପତି, ଜିତେନ୍ଦ୍ର ପଟ୍ଟନାୟକ ସଂପାଦକ, ମାନସ ରଞ୍ଜନ ତ୍ରିପାଠୀ ଓ ସନ୍ତୋଷ ମହାପାତ୍ର ଯୁଗ୍ମ ସଂପାଦକ, ଦେବାଶିଷ ମିଶ୍ର କୋଷାଧ୍ୟକ ଏବଂ ଅଭୟ ମହାନ୍ତି, ପ୍ରଣୟ ପାଣି, ଅକ୍ଷୟ ପାଢ଼ୀ, ନିର୍ମଳ ନାୟକ ଓ ବିଶ୍ୱରଞ୍ଜନ ସାହୁ କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋନୀତ ହୋଇଥିଲେ ାଏହା ସହ ଅକ୍ଷୟ ପଟ୍ଟନାୟକ, ସୁଜିତ ପଟ୍ଟନାୟକ, ବିଭୁତି ପଟ୍ଟନାୟକ, ସୁରେଶ ପଟ୍ଟନାୟକ ଏବଂ ଏ .ଆର ଖାନ ଉପଦେଷ୍ଟା ମଣ୍ଡଳୀକୁ ନିର୍ବାଚିତ ହୋଇଥିଲେ ାବୈଠକ ପରେ ନିର୍ବାଚିତ କର୍ମକର୍ତ୍ତାଙ୍କୁ ସମସ୍ତ ସଦସ୍ୟ ଶୁଭେଚ୍ଛା ଜ୍ଞାପନ କରିଥିଲେ ା

Facebook Notice for EU! You need to login to view and post FB Comments!

Related Post

ବୁଥସ୍ତରିୟ ନାଗରିକତା ଅଧିନିୟମ ସଚେତନତା କର୍ମଶାଳା

Posted by - February 2, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ନିର୍ବାଚନମଣ୍ଡଳ ର ମଲ୍ଲିକାପୁର ବୁଥ ରମ ବୁଥସ୍ତରିୟ ନାଗରିକତା ଅଧିନିୟମ ସଚେତନତା କର୍ମଶାଳା ଓ ଘରକୁ ଘର ବୁଲି ସଚେତନତା ବାର୍ତା ବଣ୍ଟନ।ଏହି…

ମର୍ତ୍ତ୍ୟରେ ଦୃଶ୍ୟମାନ ହେଲା ସ୍ୱର୍ଗର ପାରିଜାତ ଫୁଲ, ଦର୍ଶନ ଲାଗି ଲୋକଙ୍କ ଭିଡ଼

Posted by - June 12, 2020 0
ବଡ଼ବିଲ:(ସୀତାରାମ ଦୀକ୍ଷିତ)ମର୍ତ୍ତ୍ୟରେ ଫୁଟିଛି ସ୍ୱର୍ଗର ପାରିଜାତ ଫୁଲ, ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଯାହା ଧରାପୃଷ୍ଠ ପାଇଁ ଏକ ଶୁଭଶଙ୍କେତ ବୋଲି ଗ୍ରହଣ କରାଯାଉଛି…

ଆଦର୍ଶ ଶିକ୍ଷକଙ୍କ ପରଲୋକ

Posted by - April 27, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଭବାନୀପାଟଣା-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନାନ୍ଦୋଲ ଗ୍ରାମର ବିଶିଷ୍ଟ ସମାଜ ସେବୀ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ…

କେସରିଆ ହିନ୍ଦୁ ବାହିନୀର ସାମ୍ବାଦିକ ସମ୍ମିଳନୀ

Posted by - July 11, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)କରୋନା ମହାମାରୀ ଯୋଗୁଁ ଆର୍ଥିକ ସମସ୍ୟା ଯୋଗୁଁ ଦିନ କାଟୁଛନ୍ତି ସାଧାରଣ ଲୋକ l ଏହି ସମୟରେ ଗରିବ ଲୋକ ମାନଙ୍କୁ ବିଭିନ୍ନ ପ୍ରଲୋଭନ…

ସତ୍ୟସାଇ ସେବା ସମିତି ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

Posted by - April 2, 2022 0
ମୁନିଗୁଡା:(ରମାକାନ୍ତ ପୋଢଳ )ଅମ୍ବାଦଳା ସତ୍ୟସାଇ ସେବା ସମିତି ତରଫରୁ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ସତ୍ୟସାଇ ମନ୍ଦିର ପରିସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।…

Leave a comment

Your email address will not be published.