ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ବିଳମ୍ବିତ ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ସେ ଆଜି ଅପରାହ୍ନରେ ମୟୂରଭଂଜ ଜିଲ୍ଲା ରାଇରଂଗପୁରରୁ ଭୁବନେଶ୍ବର ଅଭିମୁଖେ ବାହାରିଥିଲେ। ଶ୍ରୀମତୀ ମୁର୍ମୁ ଭୁବନେଶ୍ବରସ୍ଥିତ ଏମ୍ସିଏଲ୍ ଗେଷ୍ଟ ହାଉସ୍ରେ ପହଞ୍ଚିଛନ୍ତି। ଝାରଖଣ୍ଡ ର ପୁର୍ବତନ ରାଜ୍ୟପାଳ ତଥା ଓଡିଶାର ବିଶିଷ୍ଟ ବିଜେପି ନେତ୍ରୀ ଦ୍ରୌପଦୀ ମୁର୍ମୁ ହୋଇଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ। ବିଜେପି ଦଳର ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଦଳ ପକ୍ଷରୁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ଯ ବୈଠକରେ ଅଂଶଗ୍ରହଣ କରି ଆଲୋଚନା କରିଥିଲେ।କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ସାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜେ ପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡକରୀ ପ୍ରମୁଖ ଆଲୋଚନା କରି ଓଡିଶା ରୁ ଜଣେ ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀ କରିବା ନେଇ ନିଷ୍ପତ୍ତି ହୋଇଥିଲା।ଏହି ଘୋଷଣା ପରେ ପ୍ରଥମ ଓଡିଆ ରାଷ୍ଟ୍ରପତି ହୋଇପାରନ୍ତି ଦ୍ରୌପଦୀ।
ଦ୍ରୌପଦୀ ମୁର୍ମୁ ୨୦ଜୁନ୧୯୫୮ ମସିହାରେ ମୟୁରଭଞ୍ଜ ଜିଲ୍ଲା ର ବାଇଡାପୋଷି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ବିରଞ୍ଚି ନାରାୟଣ ଟୁଡୁ ଏବଂ ସେ ସାନ୍ତାଳି ସମ୍ପ୍ରଦାୟର ଅଟନ୍ତି। ଦ୍ରୌପଦୀ ମୁର୍ମୁ ଶ୍ଯାମ ଚରଣ ମୁର୍ମୁ ଙ୍କୁ ବିବାହ କରିଥିଲେ। ତାଙ୍କର୍ ଦୁଇଟି ପୁଅ ଓ ଗୋଟିଏ ଝିଅ ଥିଲେ। ଏକ ଦୁର୍ଘଟଣା ରେ ସ୍ଵାମୀ ଓ ଦୁଇ ପୁଅଙ୍କ ମୃତ୍ଯ ହୋଇଥିଲା।ସେ ରାଇରଙ୍ଗପୁର ରୁ ଦୁଇଥର ବିଧାୟକ ଥିବାବେଳେ ଓଡିଶା ବିଜେପି ବିଜେଡି ମିଳିତ ମନ୍ତ୍ରିମଣ୍ଡଳ ରେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଥିଲେ। ଝାରଖଣ୍ଡ ର ନବମ ରାଜ୍ୟପାଳ ଥିଲେ। ଭାରତ ଇତିହାସରେ ଏ ଯାବତ୍ କୌଣସି ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇନାହାନ୍ତି।
ମୁର୍ମୁ ଅନୁସୂଚିତ ଜନଜାତିର ପ୍ରଥମ ମହିଳା ପ୍ରାର୍ଥୀନୀ ଅଟନ୍ତି ।୬୪ ବର୍ଷିୟା ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ଼ କରି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତିଯେ ” ଦ୍ରୌପଦୀ ମୁର୍ମୁ ଜି ସମାଜ ପାଇଁ ତାଙ୍କ ଜିବନ ଉତ୍ସର୍ଗ କରିଛନ୍ତି। ଗରିବ ଓ ଅବହେଲିତ ବର୍ଗର ଲୋକଙ୍କ ଜିବନକୁ ସଶକ୍ତ କରିବା ପାଇଁ ଅନେକ କାର୍ଯ୍ୟକ୍ରମ କରିଛନ୍ତି। ପ୍ରସାସନିକ କାର୍ଯ୍ୟ ରେ ତାଙ୍କର ଗଭିର ଦକ୍ଷତା ରହିଥିବା ବେଳେ ରାଜ୍ୟପାଳ ଭାବେ ତାଙ୍କର କାର୍ଯ୍ୟକାଳ ଉଲ୍ଲେଖନୀୟ ରହିଥିଲା।ସେ ଦେଶର ଜଣେ ମହାନ୍ ରାଷ୍ଟ୍ରପତି ହେବେ ବୋଲି ମୋର ଦ୍ରୁଢ ବିଶ୍ଵାସ ରହିଛି। ସମାଜରେ ଜେଉଁ ମାନେ ଦାରିଦ୍ର୍ୟ ଓ କଷ୍ଟ ଅନୁଭବ କରିଛନ୍ତି ସେମାନେ ଦ୍ରୌପଦୀ ମୁର୍ମୁ ଜି ଙ୍କ ଜିବନରୁ ଅନେକ କିଛି ଶିକ୍ଷାଲାଭ କରିଛନ୍ତି। ନୀତି ପ୍ରସଙ୍ଗରେ ତାଙ୍କର ଗଭିର ଜ୍ଞାନ ଓ ସହାନୁଭୁତିଶୀଲ ପ୍ରକ୍ରୁତି ଦେଶକୁ ବିଶେଷ ଭାବେ ଉପକୃତ କରିବ l
“ସେହିଭଲି ଏନ୍ ଡି ଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କୁ ସମର୍ଥନ ଘୋଷଣା କରିଛି ବିଜୁ ଜନତା ଦଳ l ଓଡିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଙ୍କୁ ଏନ୍ ଡି ଏ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ଫଳରେ ପ୍ରଥମଥର ପାଇଁ ଜଣେ ଓଡିଆ ବ୍ୟକ୍ତି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଭିସିକ୍ତ ହେବାକୁ ଯାଉଥିବାରୁ ଦ୍ରୌପଦୀ ମୁର୍ମୁ ଙ୍କୁ ବିଜୁ ଜନତା ଦଳ ପୂର୍ଣ୍ଣ ସମର୍ଥନ କରିବ ବୋଲି ବିଜେଡି ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଘୋଷଣା କରିଛନ୍ତି। ବିଦେଶ ଗସ୍ତରେ ଥିବାସତ୍ଵେ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ସୁଭେଚ୍ଛା ଜଣାଇବା ସହ ସେ କହିଛନ୍ତି “ମାନ୍ୟବର ପ୍ରଧାନମନ୍ତ୍ରୀ ଏନେଇ ମୋ ସହିତ ଆଲୋଚନା କରିବା ବେଳେ ବହୁତ ଖୁସି ହୋଇଥିଲି l ପ୍ରତିଟି ଓଡିଆ ଙ୍କ ପାଇଁ ଏହା ଗର୍ବ ଓ ଗୌରବ ର ମୂହୁର୍ତ୍ତ l” ଓଡିଶା ର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ର ସଭାପତି ନବିନ ପଟ୍ଟନାୟକ ଙ୍କ ଖୋଲା ସମର୍ଥନ ପରେ ଭୋଟ ଗଣିତ ସଙ୍କେତ ଦେଉଛିଜେ ଏନ୍ ଡି ଏ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ଏକ ପ୍ରକାର ନିଷ୍ଚିତ ହୋଇଜାଇଛି l