ମାଇକ୍ରୋ ଫାଇନାନ୍ସ କମ୍ପାନୀର ଜୋରଜବରଦସ୍ତି କରି ଋଣ ଟଙ୍କା ଆଦାୟ କରିବା ପ୍ରତିବାଦରେ ଗଣଧାରଣା

34 0

ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ବିଗତ ଦୁଇ ବର୍ଷ ହେଲା ୯୦୦ ରୁ ଊର୍ଦ୍ଧ୍ବ ଏସ ଏଚ ଜି ମହିଳା ମାଁ ମାନଙ୍କୁ ଗ୍ରୁପ ଲୋନ ନେବା ପରେ ସେହି ମହିଳା ମାନଙ୍କଠୁ ଠକେଇ କରିଛନ୍ତି କିଛି ବ୍ୟକ୍ତି, ସେମାନଙ୍କ ମଧ୍ୟରୁ ଠାକୁର ସେଲମା ନାମକ ବ୍ୟକ୍ତି ୬ କୋଟି ଟଙ୍କାର ଠକେଇ କରି ଫେରାର ମାରିଛି ଏବଂ ତାର ବିରୁଦ୍ଧରେ କୋର୍ଟରେ କେସ ମଧ୍ୟ ରୁଜୁ ହୋଇ ଜେଲ ଯାଇ ଏବେ ବେଲରେ ବାହାରି ମଧ୍ୟ ଟଙ୍କା ଫେରସ୍ତ କରିନାହିଁ, ଯଦ୍ୱାରା ମହିଳା ମାନେ ଫାଇନାନ୍ସ କମ୍ପାନୀର ଟଙ୍କା ଫେରସ୍ତ କରିପାରି ନାହାନ୍ତି।

ଯେହେତୁ ସେମାନେ ଋଣ ଆଣିଥିଲେ ଟଙ୍କା ଫେରସ୍ତ କରିବାକୁ କମ୍ପାନୀ ଯେମିତିବି ଫେରାଇବାକୁ ଜୋର୍ ଜବରଦସ୍ତି କରୁଥିବା ନେଇ ଆଜି ଠକେଇର ଶିକାର ହୋଇଥିବା ମହିଳାଙ୍କୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛି ଟିଟିଲାଗଡ ଗରିବ ସେନା।

ଗରିବ ସେନା ସଭାପତି ବିରେନ୍ଦ୍ର ବାଗଙ୍କ ନେତୃତ୍ଵରେ ଏହି ଗଣଧାରଣା ଦିଆଯାଇଥିବା ବେଳେ ଯୁବ ନେତା ନରସିଂହ ସିଂ ଏମାନଙ୍କୁ ସମର୍ଥନ ଜଣାଇଥିଲେ। ସେହିପରି ବଙ୍ଗୋମୁଣ୍ଡା ଗରିବ ସେନା ସଭାପତି ମଧ୍ୟ ସମର୍ଥନ ଜଣାଇ ଗଣଧାରଣାରେ ବସିଥିଲେ।ପାଞ୍ଚୋଟି ଦାବି ସହ ମହିଳାଙ୍କୁ ସହଯୋଗ ତଥା ନ୍ୟାୟ ଦେବାକୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି।

Facebook Notice for EU! You need to login to view and post FB Comments!

Related Post

କବି ସ୍ନେହଲତା ଦ୍ୱିବେଦୀ କୁଂ ନିର୍ଝରିଣୀ ସାହିତ୍ୟ ସଂସଦ ,କୁଡୁମୁଲୁଗୁମ୍ମା ତରଫରୁ ସମ୍ବର୍ଦ୍ଧନା

Posted by - February 15, 2022 0
କୁଡୁମୁଲୁଗୁମ୍ମା:(ଅବଦୁଲ ଗନି)କଟକ ମାଟି ର ସନ୍ତାନ ବରିଷ୍ଟ କବୀ ସ୍ନେହଲତା ଦ୍ୱିବେଦୀ କଂ ମାଲକାନଗିରି ଗ୍ରସ୍ତ ଅବସରରେ କୁଡୁମୁଲୁଗୁମ୍ମା ଡାର୍ୱିନ୍ ସ୍ମାରକୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଏକ…

ବେଆଇନ କରତ କଳ ଜବତ

Posted by - December 24, 2021 0
ବାଲେଶ୍ଵର:ବସ୍ତା ବ୍ଲକର ସିଂଳା ଥାନା ଅନ୍ତର୍ଗତ କରୁଆ ପଞ୍ଚାୟତର ମାଣିକପୁରା ଗ୍ରାମରେ ଆଜି ଲଙ୍ଗଳେଶ୍ୱର ବନ ବିଭାଗର ଫରେଷ୍ଟର ଶଶୀଧର ମହାନ୍ତି, ଗାର୍ଡ ପ୍ରମିଳା ସେନ ଏବଂ…

ଯାଜପୁର ରୋଡ଼ ଥାନା ଦଳା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

Posted by - December 5, 2019 372
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ରୋଡ଼ ଥାନା ଦଳା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ ପଛରେ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ ।…

ସମସ୍ତଙ୍କୁ ଆକୃଷ୍ଟ କରୁଛି ମୁଖ୍ୟମନ୍ତ୍ରୀଙ୍କ ‘ଶ୍ରୀମନ୍ଦିର ପରିକ୍ରମା’ ଯୋଜନା

Posted by - March 19, 2021 0
ପୁରୀ: ସମସ୍ତଙ୍କୁ ଆକୃଷ୍ଟ କରୁଛି ମୁଖ୍ୟମନ୍ତ୍ରୀଙ୍କ ‘ଶ୍ରୀମନ୍ଦିର ପରିକ୍ରମା’ ଯୋଜନା । ଏହି ଯୋଜନା ଲାଗି କଳିଙ୍ଗ କମର୍ସିଆଲ୍ କର୍ପୋରେସନ୍ ଲିମିଟେଡ୍ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ୧…

ବଡ଼ବିଲରେ ଜାତୀୟ ପ୍ରେସ ଦିବସ,ଜାତୀୟ ସ୍ତରର ମହିଳା କ୍ରିକେଟ ଖେଳାଳି ଓ ଖବରକାଗଜ ବିତରକଙ୍କୁ ସମ୍ମାନିତ

Posted by - November 19, 2019 0
ବଡ଼ବିଲ  : ବଡ଼ବିଲ ପ୍ରେସ କ୍ଲବ ତରଫରୁ ଜାତୀୟ ପ୍ରେସ ଦିବସ ମହାସମାରୋହରେ ପାଳିତ ହୋଇଛି। ସ୍ଥାନୀୟ ଲକି ଇଣ୍ଡିଆ ହୋଟେଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁସ୍ଥ…