Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଭବାନୀପାଟଣା ରେ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖା ଉଦ୍ଘାଟିତ

174 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବ୍ୟାଙ୍କ ଅଫ ମହାରାଷ୍ଟ୍ର ର ୩୦ ତମ ଶାଖା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜାତୀୟ ରାଜପଥ ୨୬ କେସିଙ୍ଗା ରାସ୍ତା ପାର୍ଶ୍ୱ ଏକ କୋଠାରେ ଉଦ୍ଘାଟିତ ହୋଇଯାଇଛି ।

ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଅଭିନାଶ ଜୀ ଯୋଗ ଦେଇ ଏହି ମହାରାଷ୍ଟ୍ର ବ୍ୟାଙ୍କ କୁ ଉଦ୍ଘାଟନ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଭବାନୀପାଟଣା ପୌରପରିଷଦ ର ଅଧ୍ୟକ୍ଷ୍ୟା ସଂଯୁକ୍ତା ବେହେରା ଓ ମହାରାଷ୍ଟ୍ର ବ୍ୟାଙ୍କର ଭୁବନେଶ୍ୱର ଜୋନାଲ ମ୍ୟାନେଜର ବିନୟ କୁମାର ଯୋଗଦେଇ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଆଗାମୀ ଦିନରେ କଳାହାଣ୍ଡି ଜନସାଧାରଣ ଙ୍କୁ ଗୁଣାତ୍ମକ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇଦେବା ସହ ସହଜ ବ୍ୟକ୍ତିଗତ ଲୋନ, ଗୃହ ଋଣ ଓ ସ୍ୱର୍ଣ୍ଣ ଋଣ ଯୋଗାଇଦେବ ବୋଲି ପ୍ରକାଶ କରିଥିଲେ

ବ୍ୟାଙ୍କ ଅଫ ମହାରାଷ୍ଟ୍ର ଭବାନୀପାଟଣା ଶାଖା ର ପ୍ରବନ୍ଧକ ଶିବ ଅଗ୍ରୱାଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗୃହ ଋଣଉପରେ ୭.୩୦%,ସ୍ୱର୍ଣ୍ଣ ଋଣରେ ମାତ୍ର ୭.୭୦ପ୍ରତିଶତ ସୁଧରେ ଗ୍ରାହକଙ୍କୁ ଋଣ ଯୋଗାଇ ଦିଆଯିବ ଓ ୩ ଲକ୍ଷ ଋଣ ବାବଦରେ ମାଗଣା କାଗଜ ପତ୍ର ଚାର୍ଜ ରହିବ ବୋଲି ବୋଲି ପ୍ରକାଶ କରିଥିଲେ ।

Related Post

ସୁବର୍ଣ୍ଣପୁରରେ ବୃହତ୍ ଆଇନ୍ ସଚେତନତା ଶିବିର

Posted by - November 8, 2022 0
ସୁବର୍ଣ୍ଣପୁର : (ଅଜିତ କୁମାର ପୂଜାହାରୀ) ତୃଣମୂଳ ସ୍ତରରେ ସମସ୍ତଙ୍କୁ ଆଇନ୍ ଗତ ସୁବିଧା ଯୋଗାଣ କୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ବୃହତ୍…

ପିକ୍ଅପ ଧୋକ୍କାରେ ବାଇକ ଚାଳକ ମୃତ

Posted by - December 26, 2021 0
ବଲାଙ୍ଗିର:  (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଲାଠୋର ଥାନ କୁଲିହାମୁଣ୍ଡା ଛକ ନିକଟରେ ପିକ୍ଅପ ଧୋକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ଜଣକ ହେଲେ…

ବାଲିଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠନ

Posted by - November 2, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା ) ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଆଜି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବାଲିଡ଼ି ଉଚ୍ଚ…

ପୌରପାଳିକା ପକ୍ଷରୁ ସହରରେ ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର

Posted by - November 11, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )  ପୌରପାଳିକା ପକ୍ଷରୁ ସହରରେ ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ରାଜସ୍ୱ ଅତିରିକ୍ତ ଜିଲାପାଳ  ଅକ୍ଷୟ କୁମାର ମଲ୍ଲିକ ଯୋଗ ଦେଇ ସହରକୁ କିପରି ସ୍ୱଚ୍ଛ ରଖାଯିବ ସେ ନେଇ ପରାମର୍ଶ ଦେଇଥିଲେ ।  ଧିରେ ଧିରେ ସହରରେ ପରିମଳ ବ୍ୟବସ୍ଥା ସୁଧୁରୁଥିବା ବେଳେ ଆଗକୁ ଏହା ରାଜ୍ୟର ୧ନଂ ସ୍ୱଚ୍ଛ ପୌରପାଳିକା କରିବାକୁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଥିଲେ । ଆଗାମୀ ଦିନରେ ଏହିପରି ପ୍ରଶିକ୍ଷଣ ଶିବିର କରାଯିବ ବୋଲି ଅତିରିକ୍ତ ଜିଲାପାଳ ସୂଚନା ଦେଇଥିଲେ ।