ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

144 0

ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭାରତ ସରକାର ଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଲୟ ଅଧିନସ୍ତ ନେହେରୁ ଯୁବକେନ୍ଦ୍ର ଶାଖା କଳାହାଣ୍ଡି ଦ୍ୱାରା ୮ମ ଅନ୍ତର୍ଜାତୀୟ ଯୋଗ ଦିବସ ଭବାନୀପାଟଣା ସହର ର ରିଜର୍ବ ପଡିଆ ଠାରେ ପାଳିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ରେ ଭବାନୀପାଟଣା ସହର ଅନେକ ସଂଗଠନ ର କର୍ମକର୍ତା, ବିଭିନ୍ନ କ୍ଲବ ର ସ୍ବେଛାସେବୀ,ଏନ ସିସି, ଏନଏସଏସ, ଚଉଷଠି ବାଟାଲିୟନ, ରିଜର୍ଭ ପୋଲିସ, ଯବାନ ଫିଜିକାଲ ଏକାଡେମୀ ର ଶିବିରର୍ଥୀ, ନେହେରୁ ଯୁବକେନ୍ଦ୍ର ସଂଗଠନ ର ସ୍ବେଛାସେବୀ, ପ୍ରଗତି କଲେଜ ଛାତ୍ରଛାତ୍ରୀ, ପତଞ୍ଜଳି ଯୋଗ ସମିତି ର କର୍ମକର୍ତା ଯୋଗ ଦେଇଥିଲେ l ଆଜିର ଏହି ଯୋଗ ଦିବସ କାର୍ଯ୍ୟକ୍ରମ ରେ ପାଖାପାଖି ୩୫O ରୁ ଉର୍ଦ୍ଧ ପ୍ରଶିକ୍ଷାର୍ଥୀ ଯୋଗ ଦେଇ ଯୋଗ ଦିବସ ପାଳନ କରିଥିଲେ l

ପତଞ୍ଜଳି ର ଯୋଗ ଗୁରୁ ଶ୍ରୀ ଅଶୋକ ମୁଣ୍ଡ ସମସ୍ତ ଙ୍କୁ ଯୋଗ ଶିକ୍ଷାଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ମୁନିସିପାଲିଟି ର ଅଧ୍ୟକ୍ଷା ଶ୍ରମତି ସଂଯୁକ୍ତା ବେହେରା ଯୋଗଦାନ କରିଥିବା ବେଳେ ଉପ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ, କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଭିଳାଷ ଜି, କଳାହାଣ୍ଡି ବିଶ୍ୱବିଦ୍ୟାଳୟ ର କୁଳପତି ଶ୍ରୀ ସଞ୍ଜୟ କୁମାର ଶତପଥି,ଉପ-ନିର୍ଦେଶକ ଯୋଜନା ଏବଂ ସମନ୍ୱୟ ଶ୍ରୀକାନ୍ତ ଦେଲେଇ,ଜ଼ୀଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, କ୍ରୀଡା ଅଧିକାରୀ ଶ୍ରୀ ସୁବାଶିଷ ନାୟକ, ଆଇ ପି ଶ୍ରୀ ମହେନ୍ଦ୍ର ପଣ୍ଡା, ନେହେରୁ ଯୁବକେନ୍ଦ୍ର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ ମେହେର, ଲେଖାପାଳ ଶ୍ରୀ ଦୂତିଆ ବନଛୋର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଯୋଗ ଦିବସ ର ଉପକାରିତା ବିଷୟରେ ଆଲୋକପାତ କରିଥିଲେ l

ପ୍ରଥମେ ମୁଖ୍ୟ ଅତିଥି ଶ୍ରୀମତୀ ବେହେରା ଦୀପ ପ୍ରଜ୍ୱଳନ କରି ଯୋଗ ଦିବସ କୁ ଶୁଭାରମ୍ଭ କରିଥିଲେ l ଏହାପରେ ପତଞ୍ଜଳି ର ଯୋଗ ଗୁରୁ ଶ୍ରୀ ମୁଣ୍ଡ ସମସ୍ତ ଙ୍କୁ ସ୍ବାଗତଂ କରିବା ସହ ଯୋଗ ପ୍ରଶିକ୍ଷଣ ଆରମ୍ଭ କରିଥିଲେ lଆଜିର ଏହି କାର୍ଯ୍ୟକ୍ରମ ରେ ୩୫O ରୁ ଉର୍ଧ୍ଵ ପ୍ରଶିକ୍ଷାର୍ଥୀ ଯୋଗଦେଇ ଦୁଇଦିନ ଧରି ଯୋଗ ଶିକ୍ଷା କରିଥିଲେ l ପ୍ରଥମ ଦିବସ ରେ ଭବାନୀପାଟଣା ସହର ର ଲାଲ ବହାଦୁର ଶାସ୍ତ୍ରୀ ଷ୍ଟେଡିୟମରେ ପାଖାପାଖି ୨OO ଲୋକଙ୍କୁ ନେଇ ଯୋଗାଭ୍ୟାସ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ମଧ୍ୟ ଶତାଧିକ ପ୍ରଶିକ୍ଷାର୍ଥୀ ଯୋଗଦେଇ ଯୋଗ ଦିବସ ପାଳନ କରିବାସହ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା l

ପ୍ରତିଦିନ ଗୋଟିଏ ଘଣ୍ଟା ଯୋଗ କରିବା ପାଇଁ ସମସ୍ତ ପରୀକ୍ଷାର୍ଥୀ ଶପଥ ପାଠ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟତଃ ଭବାନୀପାଟଣା ମୁନିସିପାଲିଟି, ଜିଲ୍ଲା କ୍ରୀଡା ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ, ପତଞ୍ଜଳି ଯୋଗ ସମିତି, କଳାହାଣ୍ଡି ଜିଲ୍ଲା ପୋଲିସ, ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ସହଯୋଗ କରିଥିବା ବେଳେ ନେହେରୁ ଯୁବକେନ୍ଦ୍ର ସଂଗଠନ ର ସ୍ବେଛାସେବୀ ଅଭିଷେକ ବେହେରା, ଯଶୋବନ୍ତ ରଣା ସହଯୋଗ କରିଥିଲେ l ଏଥିରେ ନେହେରୁ ଯୁବକେନ୍ଦ୍ର ସଂଗଠନ ର ପୂର୍ବତନ ସ୍ବେଛାସେବୀ ରାଜେଶ ମହାରଣା, କୋପ୍ନେଶ୍ଵର ବେମାଲ, ହେମସାଗର ସାହୁ, ପ୍ରବୀଣ କୁମାର ସାହୁ, ଜଗଦାନନ୍ଦ ପ୍ରଧାନ, ଏମଟି ଚୁଲାମାନୀ ମାଝୀ, ଦୁଲବ ପ୍ରମୁଖ ସହଯୋଗ କରିଥିଲେ l

Related Post

ଭାରତୀୟ ଆଇନଜୀବୀ ପରିଷଦର ଆହ୍ବାନରେ ଆନ୍ଦୋଳନକୁ ଓହ୍ଲାଇଛି କଟକ ବାର ଆସୋସିଏସନ

Posted by - February 12, 2019 0
କଟକ ୧୨|୨:ଭାରତର ପ୍ରତ୍ୟେକ ବାର ଆସୋସିଏସନ ପାଇଁ ଅତ୍ୟାବଶୀୟ ଘର, ଅତ୍ୟାବଶକୀୟ ସରଂଜାମ, ଲାଇବ୍ରେରୀ, ଇଣ୍ଟରନେଟ, ଟଏଲେଟ ଏବଂ ମହିଳା ଓକିଲମାନଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା କରିବା,…

ପାଟଣାଗଡ ରେ ‘ଆସ୍ଥା’ ଯୋଜନାର ଶୁଭାରମ୍ଭ କଲେ ଜିଲ୍ଲାପାଳ

Posted by - November 26, 2022 0
ପାଟଣାଗଡ଼: (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଉପଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ‘ଆସ୍ଥା’ ଯୋଜନାର ଶୁଭାରମ୍ଭ ବଲାଙ୍ଗିର ଜିଲ୍ଲାପାଳ…

ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଖୋଜୁଛି ହୀରାକୁଦ ଜଳଭଣ୍ଡାର ଭିତରେ ବାଦୁଡି ଦ୍ବୀପ ଭରି ରହିଛି ଅନେକ ରହସ୍ୟ

Posted by - November 24, 2022 0
ସମ୍ବଲପୁର: ୨୩/୧୧ (ରମାକାନ୍ତ ବିଶ୍ବାଳ)ହୀରାକୁଦର ଜଳଭଣ୍ଡାର ଅକାତ କାତ ଜଳରାଶି ମଧ୍ୟରେ ରହିଛି ରହସ୍ୟମୟ ବାଦୁଡି ଦ୍ବୀପ । ରହସ୍ୟ ଓ ରୋମାଞ୍ଚ ଭରା ଏହି ଦ୍ବୀପରେ…

ରାୟଗଡା ବରିଷ୍ଠ ସାମ୍ବାଦିକ ଙ୍କ ପ୍ରଚେଷ୍ଟା ରେ ୧୦୧ଦିନର ଧାରଣା ର ସମାପ୍ତ

Posted by - March 31, 2022 0
କାଶୀପର:(ଅଞ୍ଜନ କୁମାର ନାଏକ)୧୦୧ ଦିନ ଧରି ଯାହା, ବିଧାୟକ ଓ ସାଂସଦ କରି ପାରିଲେ ନାହିଁ ତାହା ରାୟଗଡା ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ମାନେ ଆସି…

ବାହାରିଲା ପଶ୍ଚିମ ଓଡ଼ିଶାର ପବିତ୍ର ଗଣପର୍ବ ନୂଆଁଖାଇର ଲଗ୍ନ

Posted by - August 19, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ )ପଶ୍ଚମି ଓଡ଼ିଶାର ପବିତ୍ର ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମ୍ବଲପୁରର ଇଷ୍ଟଦେବୀ ମାଁ ସମଲେଶ୍ବରୀଙ୍କ ପୀଠରେ ନବାନ୍ନ ଲାଗି ପାଇଁ ଶୁଭ ଲଗ୍ନ ନିରୁପଣ ହୋଇଛି…