ବାରିକ ସମାଜ ର ମହାସଭା

117 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଆଜି ନିକଟସ୍ଥ ଝାଙ୍କରାଇ ପୀଠ ରେ ଘୁମୁସର ତାଲୁକା ନିଖିଳ ଉତ୍କଳ ବାରିକ ସମାଜ ର ମହାସଭା ଅନୁଷ୍ଠିତ ହୋଇ ଯାଇଅଛି । ତିନି ଦିନ ବ୍ୟାପି ଚାଲିଥିବା ଏହି ସଭାରେ ପ୍ରଥମ ଦିନ ରେ ପୂର୍ବତନ ସଭାପତି ପୂର୍ଣ୍ଣ ଚନ୍ଦ୍ର ଡାକୁଆ ଦୀପ ପ୍ରଜ୍ବଳନ କରିଥଲେ । ସମାଜ ରେ ସମସ୍ତ ଙ୍କୁ ସେବା ଯୋଗାଇଥିବା ଓ ସମାଜ ର ସମସ୍ତ ସଦସ୍ୟ ଙ୍କ ସହଯୋଗ ଯୋଗୁଁ ସେ ତାଙ୍କ କର୍ତ୍ତବ୍ୟ ପାଳନ କରିପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଅଞ୍ଚଳ ର ପ୍ରାୟ 300 ପାରିବାର ଏହି ସଭାରେ ଯୋଦେଇଥିଲେ। କାର୍ଯ୍ୟକ୍ରମ ର ଦ୍ୱିତୀୟ ଦିନ ରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା ।

ଏଥିରେ ସଭାପତି ଭାବରେ ରବୀନ୍ଦ୍ର ନାଥ ଡାକୁଆ, ଉପ ସଭାପତି ଭାବରେ ଦୟାନିଧି ଡାକୁଆ , ସଂପାଦକ ଭାବେ ପ୍ରଶାନ୍ତ କୁମାର ପରିଚ୍ଛା ଏବଂ ରାଜ୍ୟ ବେହେରା ଭାବେ ଇନ୍ଦ୍ର ମଣି ପରିଚ୍ଛା ମନୋନୟନ ହୋଇଥିଲେ। ସଭାର ତୃତୀୟ ଦିନ ରେ ପୁରୁଣା କମିଟି ନୂତନ କର୍ମକର୍ତ୍ତା ଙ୍କୁ ଆୟ ବ୍ୟୟ ର ହିସାବ ଅର୍ପଣ କରିଥଲେ। ସମାଜ ରେ ଉପୁଜିଥିବା କିଛି ପାରିବାରିକ ସମସ୍ୟା ଗୁଡ଼ିକ ର ସମାଧାନ କରାଯାଇ ଥିଲା। ଶେଷରେ ସଂପାଦକ ଶ୍ରୀ ପରିଚ୍ଛା ଉପସ୍ଥିତ ରହି ସବୁ କାର୍ଯ୍ୟରେ ସହଯୋଗ କରିଥିବାରୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related Post

ଡୁଡୁକିପଦର ରେ ଦୁଇ ଦିନିଆ ସୂଚନା ଅଧିକାର ଆଇନ କର୍ମଶାଳା

Posted by - April 2, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଳକ ତେଲେନପାଲି ପଞ୍ଚାୟତ ଡୁଡୁକିପଦର ଗାଁ କମ୍ୟୁନିଟି ସେଣ୍ଟର ଠାରେ ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ ସୂଚନା ଅଧିକାର ଆଇନ…

ବ୍ରଜରାଜନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପାଳିତ ହେଲା ଦେଶ ସ୍ବାଧିନତାର ଅମୃତ ମହୋତ୍ସବ

Posted by - August 18, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)  ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଅନୁଷ୍ଠିତ ହୋଇଯାଇଛି ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ତଥା ୭୬ ତମ ସ୍ବାଧିନତା…

ଜିଲ୍ଳାସ୍ତରୀୟ ବିଦ୍ୟୁତ ମହୋତ୍ସବ ପାଳନ

Posted by - July 28, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ସାରା ଦେଶରେ ଉଜ୍ୱଳ ଭାରତ-ଉଜ୍ଜ୍ଵଳ ଭବିଷ୍ୟତ କାର୍ଯ୍ୟକ୍ରମ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ…

ହରିଶଙ୍କର ରେ ଜିଲ୍ଲା ସ୍ତରୀୟ ଗାଁ ସାଥୀ ସଂଘ ବୈଠକ, ଗାଁ ସାଥି ଙ୍କ ବେଆଇନ ଅପସାରଣ କୁ ବିରୋଧ

Posted by - October 30, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ଠାରେ ଜିଲ୍ଲା ସ୍ତରୀୟ ଗାଁ ସାଥୀ ସଂଘ ର ବୈଠକ ଅନୁଷ୍ଠିତ ହୋଇଯାଇଛି।…

ସମାଜସେବୀ ତଥା ଭୁବନେଶ୍ୱର ବିଜୁ କୃଷକ ଜନତା ଦଳର ସଭାପତିଙ୍କ ୮୫ ତମ ଜନ୍ମଦିବସ ପାଳିତ

Posted by - June 24, 2021 0
ବାରଙ୍ଗ :(ସନ୍ତୋଷ ରାଉତ )ନନ୍ଦନକାନନ ଥାନା ଅନ୍ତର୍ଗତ ବାଲିପଡା ଗ୍ରାମରେ ପବିତ୍ର ସ୍ନାନପୂଣ୍ଣିମା ରେ ଜନ୍ମିତ ସମାଜ ସେବୀ ତଥା ଭୁବନେଶ୍ୱର ବିଜୁ କୃଷକ ଜନତା ଦଳର…