ସୋନପୁର ଉପ-ଜିଲ୍ଲାପାଳ ଭାବେ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଯୋଗଦାନ

183 0

ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସଦର ଉପ ଜିଲ୍ଲାପାଳ ଭାବେ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଯୋଗଦାନ କରି ପୂର୍ବତନ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ନିହାର ରଞ୍ଜନ କଁହର ଙ୍କ ଠାରୁ ଉପଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି l ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ର ବିଜ୍ଞପ୍ତି ସଂଖ୍ୟା ୧୬୩୯୪/ଏସ ସି ଏସ, ଅନୁସାରେ ଡ଼ଃ ମିଶ୍ର ଙ୍କୁ ନିଯୁକ୍ତି ଦିଆଯାଇଛି l ଏହା ପୂର୍ବରୁ ଡ଼ଃ ମିଶ୍ର ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଡେପୁଟି କଲେକ୍ଟର ଭାବରେ କାର୍ଯ୍ୟରତ ଥିଲେ l

ସେ ଗତ ତା.୨୪/0୫/୨୧ ରିଖ ରେ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ ଯୋଗଦାନ କରି ସନ୍ଥାପନା ବିଭାଗ ସହ ଅତିରିକ୍ତ ଦାୟିତ୍ୱ ରେ ଜିଲ୍ଲା ସଂସ୍କୃତି ଅଧିକାରୀ ଓ ଜିଲ୍ଲା କ୍ରୀଡା ଓ ଯୁବସେବା ଅଧିକାରିଣୀ ଭାବେ ଦକ୍ଷତାର ସହ ଦାୟିତ୍ୱ ତୁଲାଇଛନ୍ତି l ଡ଼ଃ ମିଶ୍ର ଆଜି ଅପରାହ୍ନ ରେ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଜିଲ୍ଲପାଳ ସୁବର୍ଣ୍ଣପୁର ଙ୍କ ଦିଶା ନିର୍ଦେଶ ମତେ ଉପଖଣ୍ଡ ର ସମସ୍ତ ଜନକଲ୍ୟାଣ କାର୍ଯ୍ୟକ୍ରମ କୁ ଗୁରୁତ୍ୱ ପ୍ରଦାନ କରିବା ସହିତ 5T ଅନୁପାଳନ ପୂର୍ବକ ବିଭାଗୀୟ ସମସ୍ତ କାର୍ଯ୍ୟକ୍ରମ କୁ ସୁନିଶ୍ଚିତ କରିବା, ଜନ ସାଧାରଣଙ୍କ ଆପତ୍ତି ଅଭିଯୋଗ କୁ ପ୍ରାଧାନ୍ୟ ଦେବା ସହ ଜିଲ୍ଲାର ରାଜସ୍ବ ବୃଦ୍ଧି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l ଯୋଗଦାନ ପରେ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀଙ୍କ ସହ କାର୍ଯ୍ୟାଳୟ ସମ୍ୱନ୍ଧୀୟ ସୌଜନ୍ୟ ଆଲୋଚନା କରି ସମସ୍ତଙ୍କୁ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି l

 

Related Post

ରାଜଧାନୀ ଉପକଣ୍ଠ ବାଲି ଯାତ୍ରା ପଡିଆରେ ସୂର୍ଯ୍ୟକିରଣ ଏୟାର ସୋ

Posted by - September 16, 2022 0
ଉତ୍ତର ଭୁବନେଶ୍ବର :(ସନ୍ତୋଷ ରାଉତ )ଆଜାଦିକା ଅମୃତ ମହୋତ୍ସବ ଉପଲକ୍ଷେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ଲାଗି ୧୪/୧୫ ତାରିଖ ଦୁଇ ଦିନ ଧରି ବାୟୁ ସେନା…

ଚାଷୀଙ୍କ ବିକାଶରେ ବାଧକ ସାଜିଛି ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଚାଷୀ ଜଳକା

Posted by - January 22, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଉଠାଜଳସେଚନ ବିଭାଜନ ତରଫରୁ କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଖୁଣ୍ଟିଗୋରା ପଞ୍ଚାୟତ ସ୍ଥିତ ବନ୍ଧଗୋରା ମାତ୍ ଶକ୍ତି ପାଣି ପଞ୍ଚାୟତ ଦ୍ଵାରା ଅନୁବନ୍ଧିତ ନଂ ୩…

ଅମ୍ଫାନ ର ଉପଗ୍ରହ ଚିତ୍ର ଜାରିକଳା ଭାରତୀୟ ପାଣିପାଗ ବିଭାଗ,ପ୍ରବଳ ବର୍ଷା ପାଇଁ ୧୨ଟି ଜିଲ୍ଲାକୁ ଆଲର୍ଟ

Posted by - May 17, 2020 218
ଭୁବନେଶ୍ବର :ଭାରତୀୟ ପାଣିପାଗ ବିଭାଗ ବାତ୍ୟା ଅମ୍ଫାନ ର ଉପଗ୍ରହ ଚିତ୍ର ଜାରିକରିଛି ।ଅମ୍ଫାନ ଏବେ ପାରାଦୀପ ଠାରୁ ଦକ୍ଷିଣ ଦିଗରେ ପ୍ରାୟ ୯୯୦ କିଲୋମିଟର ଦୂରରେ ରହିଛି…

ବିଂଝାରପୁର ବ୍ଲକ ସିଂହପୁର ସମବାୟ ସମିତି କାର୍ଯ୍ୟଳୟରେ ଚାଷୀ ମାନଙ୍କ ଧାରଣା

Posted by - August 26, 2020 0
ଯାଜପୁର ଅଫିସ :ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ସିଂହପୁର ସମବାୟ ସମିତି କାର୍ଯ୍ୟଳୟରେ ଆଜି ସକାଳ ୮ ଟାରୁ ଚାଷୀ ମନେ ଧାରଣା ଦେବା ଦେଖିବାକୁ ମିଳିଥିଲା…